୧୩ ବର୍ଷ ପରେ ଲୈଲା ଖାନ୍‌ଙ୍କୁ ନ୍ୟାୟ; ସାବତ ବାପା ଦୋଷୀ, ୧୪ ମେ’ରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ

Published By : Prameya-News7 Bureau | May 10, 2024 IST

ମୁମ୍ଵାଇ ୧୦।୦୫: ୨୦୧୧ ମସିହାରେ ବଲିଉଡର ବି ଏବଂ ସି ଗ୍ରେଡ୍ ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଲୈଲା ଖାନଙ୍କର ମର୍ଡର ହୋଇଥିଲା । ସେବେଠାରୁ ଏହି ମାମଲା କୋର୍ଟରେ ଲଗାତାର ଶୁଣାଣି ହେଉଥିଲା। ଏଥିସହିତ ବର୍ତ୍ତମାନ ଲୈଲାଙ୍କ ହତ୍ୟାକାରୀ ପ୍ରକାଶ ପାଇଛି ଏବଂ ମୁମ୍ବାଇ ସେସନ୍ସ କୋର୍ଟ ଗୁରୁବାର ଦିନ ଲୈଲାଙ୍କ ସାବତ ପିତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଯିଏ ଲୈଲା, ତାଙ୍କ ମା ଏବଂ ଚାରି ଭାଇ ଭଉଣୀଙ୍କୁ ହତ୍ୟା କରିଥିଲେ। ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଅନ୍ୟାନ୍ୟ ଅପରାଧ ମଧ୍ୟରେ ତାଙ୍କ ସାବତ ପିତା ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ମେ ୧୪ ରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଣି କରିବେ। ପରବେଜ୍‌ ଲୈଲାଙ୍କ ମାତା ସେଲିନାଙ୍କ ତୃତୀୟ ସ୍ୱାମୀ ଥିଲେ । ଫେବୃଆରୀ ୨୦୧୧ରେ ମହାରାଷ୍ଟ୍ରର ନାଶିକର ଏକ ବଙ୍ଗଳାରେ ଅଭିନେତ୍ରୀ, ତାଙ୍କ ମା ଏବଂ ଚାରି ଭାଇଭଉଣୀଙ୍କୁ ହତ୍ୟା କରାଯାଇଥିଲା।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ପରବେଜ୍‌ ପ୍ରଥମେ ସେଲିନାଙ୍କ ସହ ସମ୍ପତ୍ତି ଉପରେ ଯୁକ୍ତିତର୍କ କରିଥିଲା ଏବଂ ପରେ ତାଙ୍କୁ ହତ୍ୟା କରିଥିଲା। 

ଏହା ପରେ ଲୈଲା ଏବଂ ତାଙ୍କ ଚାରି ଭାଇଭଉଣୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଜାମ୍ମୁ କାଶ୍ମୀର ପୋଲିସ ଦ୍ୱାରା ପରବେଜ୍‌ଙ୍କୁ ଗିରଫ କରାଯିବା ପରେ ଏହି ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା। ଏହି ସମୟରେ ବଙ୍ଗଳା ଭିତରୁ ତାଙ୍କ ମା ଏବଂ ଭାଇଭଉଣୀଙ୍କ ସମେତ ଲୈଲାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.