ଟ୍ରାକ୍ଟରରେ ଯାଇ ପ୍ରାର୍ଥିପତ୍ର ଦାଖଲ କଲେ ନିଆଳିର ସ୍ବାଧୀନ ପ୍ରାର୍ଥୀ ତୃପ୍ତି ରଞ୍ଜନ ବେହେରା

Published By : Prameya-News7 Bureau | May 10, 2024 IST

ନିଆଳି ୧୦।୫: କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଟ୍ରାକ୍ଟରରେ ଗଲେ ସ୍ଵାଧୀନ ପ୍ରାର୍ଥୀ । ସ୍ଵାଧୀନ ପ୍ରାର୍ଥୀ ତୃପ୍ତି ରଞ୍ଜନ ବେହେରା ଗ୍ରାମ ଦେବତାଙ୍କ ନିକଟରେ ପୂଜା ଅର୍ଚ୍ଚନା କରିବା ସହ ଗ୍ରାମର ସହିଦ ତପନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ୟାଲୁଟ କରିଥିଲେ । ପରେ ପରେ ସମର୍ଥକମାନଙ୍କ ସହ ଗ୍ରାମ ପରିକ୍ରମା କରି ନିଜେ ଟ୍ରାକ୍ଟର ଚଳାଇ ବାହାରିଥିଲେ କଟକ ନାମାଙ୍କନ ପତ୍ର ଦାଖଲ ପାଇଁ । ଶୋଭାଯାତ୍ରାରେ ଏକାଧିକ ଟ୍ରାକ୍ଟର ଯାଇଥିବା ବେଳେ ତାଙ୍କର ଶତାଧିକ ସମର୍ଥକ ସାଙ୍ଗରେ ଯାଇଥିଲେ । ସେ ଜଣେ ଚଷା ପୁଅ ଅକ୍ଷୟ ତୃତୀୟା ଚାଷିକୂଳର ଉନ୍ନତି ପାଇଁ ପ୍ରତିକ ସ୍ଵରୂପ ଟ୍ରାକ୍ଟରରେ ନାମାଙ୍କନ ଦାଖଲ ପାଇଁ ଯାଇଥିବା ବିଜେଡି ଟିକେଟ ଆଶାୟୀ ଥିବା ସ୍ଵାଧୀନ ପ୍ରାର୍ଥୀ ତୃପ୍ତି ବେହେରା   କହିଛନ୍ତି ।

You Can Read:

ପକୁଡ଼ି ଖାଇ ୧୦ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.