ମୁମ୍ବାଇ ୨୨।୦୮ : ବଲିଉଡର 'ବେବୋ' ଅର୍ଥାତ୍ କରୀନା କପୁର ଖାନ। ସେ ସବୁବେଳେ ନିଜର ଫ୍ୟାଶନ୍, ଲାଇଫଷ୍ଟାଇଲ ଏବଂ ବୋଲ୍ଡ ଅନ୍ଦାଜ ପାଇଁ ଚର୍ଚ୍ଚାରେ ଥାଆନ୍ତି। ସୋସିଆଲ ମିଡିଆରେ ତାଙ୍କର ପ୍ରତ୍ୟେକଟି ଝଲକ ଦେଖିବାକୁ ପାପାରାଜି ଓ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍ ଥାଏ। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ, ଏବେ ପୂରା ବି-ଟାଉନରେ ହଲଚଲ ସୃଷ୍ଟି କରିଦେଇଛି।

ଜିମ୍ ବାହାରେ କରୀନାଙ୍କୁ ଦେଖିବା ପରେ ନେଟିଜେନ୍ସ ଅନୁମାନ ଲଗାଇବା ଆରମ୍ଭ କରିଥିଲେ ଯେ, "ବେବୋ ପୁଣି ଥରେ ମା’ ହେବାକୁ ଯାଉଛନ୍ତି । ତାଙ୍କର ଖୁବ୍ ଶୀଘ୍ର ତୃତୀୟ ସନ୍ତାନ ଆସିବାକୁ ଯାଉଛି। ତେବେ ଏହି ଭାଇରାଲ ଗୁଜବ ପଛର ସତ୍ୟତା କ’ଣ ? କରୀନା ସତରେ ଗର୍ଭବତୀ ନା ଏହା କେବଳ ଏକ କଳ୍ପନାଜଳ୍ପନା ? ଆସନ୍ତୁ ଜାଣିବା ଏହି ସମ୍ପୂର୍ଣ୍ଣ ଖବର ବିଷୟରେ...

କେଉଁଠୁ ଗୁଜବର ଆରମ୍ଭ?

ନିକଟରେ କରୀନାଙ୍କର ଏକ ଭିଡିଓ ଆସିଥିଲା, ଯେଉଁଥିରେ ସେ ଜିମ୍ ଆଉଟଫିଟ୍ ପିନ୍ଧି ବାହାରକୁ ଆସୁଥିଲେ ଏବଂ ତାଙ୍କ ଟିମ୍ ତାଙ୍କୁ ଛତା ସାହାଯ୍ୟରେ ସୁରକ୍ଷିତ ଭାବେ ନେଉଥିଲେ। ଭିଡିଓରେ ତାଙ୍କର ପେଟକୁ ଦେଖି ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କର ପ୍ରେଗନେନ୍ସିକୁ ନେଇ କଳ୍ପନାଜଳ୍ପନା ଆରମ୍ଭ କରିଦେଇଥିଲେ। ତେବେ ଏହି ସମସ୍ତ ଗୁଜବ ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କରୀନାଙ୍କ ଜଣେ ଅତ୍ୟନ୍ତ ନିକଟତମ ସହଯୋଗୀ ଏହି ଖବରକୁ ସ୍ପଷ୍ଟ କରି କହିଛନ୍ତି"କରୀନା ଗର୍ଭବତୀ ନାହାଁନ୍ତି। ଏହି ଖବର ସମ୍ପୂର୍ଣ୍ଣ ଭୁଲ୍। ତୃତୀୟ ସନ୍ତାନକୁ ନେଇ ଚାଲିଥିବା ସମସ୍ତ ଦାବି ଭିତ୍ତିହୀନ।"

ପ୍ରକାଶଥାଉ କି, କରୀନା ଏବଂ ସୈଫ୍ ଅଲ୍ଲୀ ଖାନ୍ ୧୬ ଅକ୍ଟୋବର ୨୦୨୨ରେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁଅ— ତୈମୁର ଏବଂ ଜେହ (ଜାହାଙ୍ଗିର) ଅଛନ୍ତି। ପୂର୍ବରୁ ଏକ ସାକ୍ଷାତକାରରେ କରୀନା ମଧ୍ୟ କହିସାରିଛନ୍ତି ଯେ ସେ ଆଉ ପରିବାର ବୃଦ୍ଧି କରିବାକୁ ଚାହୁଁନାହାଁନ୍ତି। ସୈଫ୍ ନିଜ ଜୀବନର ପ୍ରତ୍ୟେକ ଦଶନ୍ଧିରେ ପିତା ହେବାର ଅନୁଭୂତି ପାଇସାରିଛନ୍ତି। ତେଣୁ ସେ ଚାହୁଁନଥିଲେ ଯେ ସୈଫ୍ ୬୦ ବର୍ଷ ବୟସରେ ପୁଣି ଛୋଟ ପିଲାର ବାପା ହୁଅନ୍ତୁ! ସେ ଆହୁରି ମଧ୍ୟ କହିଥିଲେ ଯେ ସୈଫ୍ ତାଙ୍କର ଚାରି ସନ୍ତାନ (ସାରା, ଇବ୍ରାହିମ୍, ତୈମୁର ଓ ଜେହ) ଙ୍କୁ ସମାନ ସମୟ ଦିଅନ୍ତି ଏବଂ ଦମ୍ପତି ନିଜ କାମକୁ ଅତି ସୁନ୍ଦର ଭାବେ ବାଲାନ୍ସ କରନ୍ତି।