ନୂଆଦିଲ୍ଲୀ, ୨୦/୦୮ : କିଛି ଦିନ ତଳେ ବାବା ରାମଦେବ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାଓ୍ୱତଙ୍କୁ ନେଇ ଟିପ୍ପଣୀ ଦେଇଥିଲେ । ଜେନି-ଜିଙ୍କ ସପକ୍ଷରେ କହିଥିଲେ ଯୋଗଗୁରୁ । ଏପରିକି ଜେନ-ଜିଙ୍କ ଆନ୍ଦୋଳନକୁ ନେଇ କଙ୍ଗନାଙ୍କ ବୟାନକୁ ବିରୋଧ କରିଥିଲେ । ତେବେ ଏହାର ଜବାବ ଦେଇଛନ୍ତି ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାଓ୍ୱତ । ବାବା କଙ୍ଗନାଙ୍କ ଶିକ୍ଷା, ତାଙ୍କ ପିଲାଦିନ, ତାଙ୍କ ଯୌବନ ଏବଂ ତାଙ୍କ ଅତୀତର କାରନାମା ଉପରେ ପ୍ରଶ୍ନ ଉଠାଇଥିଲେ। ଏବେ ଅଭିନେତ୍ରୀ ଟର୍ଣ୍ଣଡ୍ ପଲିଟିସିଆନ୍ ବାବାଙ୍କୁ କଡା ଭାଷାରେ କାଉଣ୍ଟର କରିଛନ୍ତି ।

କଙ୍ଗନା ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ,ବାବା ରାମଦେବ ଯୌବନ କିମ୍ବା ବେଡ୍ ରୁମ୍ ବିଷୟରେ ସ୍ୱପ୍ନ ଦେଖନ୍ତୁ ନାହିଁ। ଯେକେହି ମଧ୍ୟ କେବଳ ଗୁଜବ ଏବଂ ଗପ ଉପରେ ଆଧାରିତ ଅନୁମାନ କରିପାରିବେ। ତାଙ୍କୁ କେବେହେଲେ ସୁପ୍ରିମକୋର୍ଟ ଫେକ୍ ଏବଂ ମିଛ ଡାକ୍ତର କହି ସମାଲୋଚନା କରି ନାହାଁନ୍ତି। ବାବା ଖାଲି ଗପ କହୁଛନ୍ତି। ତେଣୁ ରମଦେବ ତାଙ୍କୁ ଚରିତ୍ର ଉପରେ ଭାଷଣ ଦିଅନ୍ତୁ ନାହିଁ ବୋଲି କଙ୍ଗନା କହିଛନ୍ତି । ଏପରିକି ବାବାଙ୍କଠୁ ତାଙ୍କ ଚରିତ୍ର ଖୁବ୍ ଭଲ ବୋଲି ସାଂସଦ କହିଛନ୍ତି ।

Also Read :- ୟୁରୋପରେ ପଶି ମାରିବ ଇରାନ : ଆଉ କିଛି ଦିନରେ ତୃତୀୟ ବିଶ୍ୱଯୁଦ୍ଧ ! ଆକ୍ଟିଭ୍ ହେଲା ନାଟୋ

ଜେନ୍-ଜିଙ୍କୁ ଟାର୍ଗେଟ୍ କରିଥିଲେ କଙ୍ଗନା

ଜନ୍ତରମନ୍ତରରେ ଜେନ୍ ଜି ଆନ୍ଦୋଳନ ପରେ କଙ୍ଗନା ରାଣାୱତ ଏକ ପୋଷ୍ଟ ସେୟାର କରିଥିଲେ। ସେ ଲେଖିଥିଲେ ଯେ, ଏହି ସବୁ ଆନ୍ଦୋଳନ ଯୁବ ହିନ୍ଦୁ ମହିଳାମାନଙ୍କ ପାଇଁ ଲଜ୍ଜାଜନକ ଯେଉଁମାନେ ସ୍ୱାଧୀନ କ୍ୟାରିଅର ଏବଂ ସଫଳ ମହିଳାଙ୍କ ଜୀବନକୁ ଅନୁକରଣ କରିବାକୁ ଚାହାଁନ୍ତି। ଅନେକ ଜେନି-ଜି କୌଣସି ରୋଜଗାର ନକରି ସ୍ୱାଧୀନତା ଚାହାଁନ୍ତି। କିଛି ସ୍ୱାଧୀନ ମହିଳା ବିଦ୍ରୋହୀ ବିଚାରଧାରା ରଖନ୍ତି । ଯେଉଁମାନେ ବାସ୍ତବରେ ସ୍ୱାଧୀନ ସେମାନେ ସେମାନଙ୍କର କାର୍ଯ୍ୟ ପାଇଁ ଦାୟିତ୍ୱ ନିଅନ୍ତି। ନିଜର ପିତାମାତା ଏବଂ ପରିବାରର ବଳରେ ଏସବୁ କରନ୍ତି ନାହିଁ। ଏବେ ଏକ ନୂତନ ପିଢ଼ି ସୃଷ୍ଟି ହୋଇଛି ଯେଉଁମାନେ ପାଶ୍ଚତ୍ୟ ପରମ୍ପରାରେ ବିଶ୍ୱାସ କରୁଛନ୍ତି। ସେମାନେ ହେଲେ ଗଟର ଜେନେରେସନ । ସେମାନଙ୍କ ମଧ୍ୟରୁ ଅନେକ ପାଠପଢ଼ାରେ ଭଲ ନୁହଁନ୍ତି । ସେମାନେ ଅସୁନ୍ଦର ଦେଖାଯାଆନ୍ତି ଏବଂ ଏତେ ଦୁର୍ନୀତିଗ୍ରସ୍ତ ଯେ ଭଲ ଗୃହିଣୀ ମଧ୍ୟ ହୋଇପାରିବେ ନାହିଁ। ସେମାନଙ୍କ ପାଖରେ କିଛି ନାହିଁ। ସେମାନେ ଗର୍ବର ସହିତ ମଦ୍ୟପାନ, ଡ୍ରଗ୍ସ ଏବଂ ଶାରୀରିକ ସମ୍ପର୍କରେ ଲିପ୍ତ ରହିବାର ସ୍ୱାଧୀନତାକୁ ପ୍ରଦର୍ଶନ କରନ୍ତି ବୋଲି କଙ୍ଗନା କହିଥିଲେ ।

ତେବେକଙ୍ଗନାଙ୍କ ବୟାନ ଉପରେ ବାବା ରାମଦେବ ତୀବ୍ର ପ୍ରତିକ୍ରିୟା ରଖିଥିଲେ । ବାବା କହିଥିଲେ ଯେ, କଙ୍ଗନାଙ୍କର ଶିକ୍ଷା କିପରି ଥିଲା ସମସ୍ତେ ଜାଣିଛନ୍ତି । ତାଙ୍କ ଯୌବନ ଏବଂ ଶୈଶବ କିପରି ଥିଲା ବୋଲି ବାବା ପଚାରିଥିଲେ ? ତାଙ୍କର ଅତୀତର କାରନାମା କିପରି ଥିଲା । ସେଗୁଡ଼ିକ ବିଷୟରେ ବାବା କଥା ହେବାକୁ ଚାହୁଁନାହିଁ ବୋଲି କହିଥିଲେ। କାହାକୁ ଏପରି ଭାବରେ ଗଟର କହିବା ଏକ ବିକୃତ ମାନସିକତା ବୋଲି କଙ୍ଗନାକୁ ଟାର୍ଗେଟ୍ କରି ରାମଦେବ ପ୍ରତିକ୍ରିୟା ରଖିଥିଲେ ।