ଝାରସୁଗୁଡ଼ା: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ କଲମାର ସମସ୍ତ ୬୬ ଗେଟ୍ ଖୋଲିଛନ୍ତି ଛତିଶଗଡ ସରକାର । ଏହାପରେ ଝାରସୁଗୁଡା ଜିଲ୍ଲା ମହାନଦୀ ଉପକୂଳ ଅଂଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି l ବିଶେଷ କରି ମହାନଦୀର ପ୍ରବେଶ ସ୍ଥଳ ସୁଖାସୋଢ଼ା ଏବଂ ସେମଲିଆ ଗାଁ ନିକଟକୁ ମହାନଦୀ ପାଣି ଏବଂ ରିଜର୍ଭର ପଛୁଆ ପାଣି ମାଡ଼ି ଆସିଛି l ଫଳରେ ସୁଖାସୋଢ଼ା ସେମଲିଆରେ ଚାଷ ଜମି ବୁଡ଼ି ଯାଇଛି l

ଅଧିକ ଦିନେ ଧରି ଏହି ବନ୍ୟା ପାଣି ଜମିରେ ରହିଲେ ଧାନ ଏବଂ ପନି ପରିବା ଚାଷ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି l ସେପଟେ ଅଧିକ ବର୍ଷା ହେଲେ ଗାଁକୁ ପାଣି ମାଡ଼ିବା ଆଶଙ୍କା ଥିବାରୁ ଗାଁ ଲୋକେ ଭୟଭୀତ ଅଛନ୍ତି l ତେବେ ଏନେଇ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଏବଂ ଲଖନପୁର ତାହିସଲଦାର ଘଟଣାସ୍ଥଳକୁ ପହଞ୍ଚି ସ୍ଥିତ ଅନୁଧ୍ୟାନ କରିଛନ୍ତି l ଯେହେତୁ ହୀରାକୁଦର ଏବେ ୧୪ ଗେଟ୍ ଖୋଲି ଦିଆଯାଇଛି l ତେଣୁ ଝାରସୁଗୁଡାରେ ବନ୍ୟା ସ୍ଥିତି ଉପୁଜିବ ନାହିଁ ବୋଲି ଲଖନପୁର ତହସିଲଦାର ପ୍ରକାଶ କରିଛନ୍ତି l