ପାଟଣା ୦୬।୦୫ : ଆଜି ଶୁଦ୍ଧି ହେବେ ଜିତୁ ମୁଣ୍ଡା । ମୃତ କାଲାରା ମୁଣ୍ଡାଙ୍କ ସମାଧି ତିଆରି ପରେ ଶୁଦ୍ଧି ହୋଇ ଜାତିରେ ମିଶିବେ ଜିତୁ । ମାଟିରୁ ଖୋଳି କଙ୍କାଳକୁ ଛୁଇଁଥିବାରୁ ଶୁଦ୍ଧି ନହେଲେ ତାଙ୍କୁ ସମାଜରେ ମିଶାଇବେ ବୋଲି ନାହିଁ ଜାତି ଭାଇ କହିବା ପରେ ଶୁଦ୍ଧି ପାଇଁ ସମସ୍ତ ପ୍ରସ୍ତୁତି ସାରିଛନ୍ତି ଜିତୁ ମୁଣ୍ଡା। ଭଉଣୀ ଶବ କୁ ପୋତିଥିବା ସ୍ଥାନ ରେ ସମାଧି ତିଆରି ହେବ ଏଥି ସହ ପୂର୍ବ ରୁ ପୂର୍ବ ପୁରୁଷ ଙ୍କ ମୃତ୍ୟୁ ପାଇଁ ୫ ଜଣଙ୍କ ପାଇଁ ପଥର ଜକା ହେବ। କାଲାରା ମୁଣ୍ଡାଙ୍କ ସମାଧି ନିର୍ମାଣ ହେବ। ଏହା ପରେ ଶୁଦ୍ଧି ହେବେ ଜିତୁ। ନଣ୍ଡା ହେବା ପରେ ଗାଁ ଲୋକ ଜାତି ବନ୍ଧୁ ଜ୍ଞାତି କୁଟୁମ୍ବଙ୍କୁ ଭୋଜି ଦେଇ ଆପାୟିତ କରିବେ।

ସୂଚନାଯୋଗ୍ୟ ଯେ, ଜିତୁ ମୁଣ୍ଡା ଗାଁ ପାଖ ବ୍ୟାଙ୍କକୁ ନିଜ ଭଉଣୀର ଟଙ୍କା ଆଣିବାକୁ ଯାଇଥିଲେ । କିନ୍ତୁ ସେଠାରେ ବ୍ୟାଙ୍କ କର୍ମଚାରୀ ଭଉଣୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ବିନା କୌଣସି ଟଙ୍କା ଦିଆଯିବ ନାହିଁ ବୋଲି କହିଥିଲେ । ଏହାପରେ ଜିତୁ ମୁଣ୍ଡା ଗାଁ ମଶାଣିରୁ ଭଉଣୀର ଗଳିତ ମୃତଦେହ ଖୋଳିଥିଲେ । ଦୀର୍ଘ ୪ କିମି ଚାଲିବା ପରେ ବ୍ୟାଙ୍କରେ ଭଉଣୀର ମୃତଦେହ ଧରି ପହଞ୍ଚିଥିଲା । ଯାହା ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାପରେ ସାରା ରାଜ୍ୟରେ ରାଜନୀତି ଜୋର ଧରିଥିଲା । ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ଆରଡିସିଙ୍କୁ ଦାୟିତ୍ୱ ଦେଇଥିଲେ ।

Also Read:-ଭାଇ ବୋହୂ ଉପରେ ଥିଲା ଦେଢଶୁରର ଖରାପ ନଜର, ବାରମ୍ବାର କରୁଥିଲା ପ୍ରପୋଜ୍ : ନମାନିବାରୁ ଘଟାଇଲା ବର୍ବର କାଣ୍ଡ

ସେପଟେ  ବିଭିନ୍ନ ଦଳ ଏବଂ ସଂଗଠନ ପକ୍ଷରୁ ସହଯୋଗର ହାତ ବଢାଇଥିଲେ । ଏପିରିକି ଫିଜିକ୍ସ ଓ୍ୱାଲା ମଧ୍ୟ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଥିଲେ । ଏହାସହିତ କେରଳର ଏକ ସଂଗଠନ ମଧ୍ୟ ୧ ଲକ୍ଷ ଟଙ୍କାର ରାଶି ପ୍ରଦାନ କରିଥିଲେ । ଏବେବି ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତିଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଉଛି ।