ଭୁବନେଶ୍ୱର: ସିନେମା, ୱେବ୍ ସିରିଜ୍, ଲାଇଭ୍ ସ୍ପୋର୍ଟସ୍ ଏବଂ ଲାଇଭ ଟିଭି କଣ୍ଟେଣ୍ଟ ଉପଭୋଗ କରୁଥିବା ଗ୍ରାହକମାନଙ୍କ ପାଇଁ ଜିଓ ଆରମ୍ଭ କରିଛି ଦୀର୍ଘକାଳୀନ ଓଟିଟି- ପାସ୍ ସୁବିଧା। ଜିଓ ଆରମ୍ଭ କରିଥିବା ଦୁଇଟି ନୂଆ ଓଟିଟି ପାସ ମଧ୍ୟରେ ରହିଛି ୮୪ ଦିନ ଅବଧିର ୫୫୦ ଟଙ୍କିଆ ପାସ୍ ଏବଂ ୩୬୫ ଦିନ ଅବଧିର ୨,୦୦୦ ଟଙ୍କିଆ ପାସ୍। ପୂର୍ବରୁ ଲୋକପ୍ରିୟ ରହିଥିବା ୨୮ ଦିନ ଅବଧିର ଓଟିଟି ପାସର ମୂଲ୍ୟ ୨୦୦ ଟଙ୍କା ରହିଛି। ଏହି ତିନୋଟି ଓଟିଟି ପାସ୍ ଜିଓଟିଭି ମାଧ୍ୟମରେ ହାଇ-ସ୍ପିଡ୍ ଡାଟା, ଅସୀମିତ ୫ଜି, ୧୫ ପ୍ରିମିୟମ୍ ଓଟିଟି ଆପ୍ସର ଆକ୍ସେସ ଏବଂ ୧,୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ ପ୍ରଦାନ କରୁଛି। ଏହି ନୂତନ ବାର୍ଷିକ ଓଟିଟି ପାସ୍ କେବଳ-ଭଏସ୍ ପ୍ଲାନଗୁଡ଼ିକ ବ୍ୟତୀତ ସମସ୍ତ ସକ୍ରିୟ ଏକ ବର୍ଷର ମୂଳ ପ୍ଲାନ ରହିଥିବା ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ରହିଛି।

ଦୀର୍ଘକାଳୀନ ପାସ୍ ବାଛିବା ଦ୍ୱାରା ଗ୍ରାହକଙ୍କ ପାଇଁ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଥାଏ। ପୂର୍ବରୁ ରହିଥିବା ୨୦୦ ଟଙ୍କିଆ ୨୮-ଦିନର ପାସ୍ ତିନିଥର କିଣିବା ପାଇଁ ୬୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ନୂତନ ୮୪-ଦିନର ପାସ୍ ପାଇଁ ମାତ୍ର ୫୫୦ ଦେବାକୁ ପଡ଼ିବ, ଯାହା ସିଧାସଳଖ ୫୦ ଟଙ୍କା ସଞ୍ଚୟ କରିବ। ସେହିଭଳି ବାର୍ଷିକ ପାସ୍ ପାଇଁ ୨,୪୦୦ ଟଙ୍କା ପରିବର୍ତ୍ତେ ୨,୦୦୦ ଟଙ୍କା ଦେବା ଦ୍ୱାରା ୪୦୦ ଟଙ୍କା ସଞ୍ଚୟ ହେବ। ମାଗଣା ହାଇସ୍ପିଡ ଡାଟା ମଧ୍ୟ ଅବଧି ସହିତ ବୃଦ୍ଧି ପାଇବ। ୨୦୦ ଟଙ୍କା ମୂଲ୍ୟର ୨୮ ଦିନିଆ ପାସ୍ ସହିତ ୩୦ ଜିବି ହାଇସ୍ପିଡ ଡାଟା ମିଳୁଥିବା ବେଳେ ୫୫୦ ଟଙ୍କା ମୂଲ୍ୟର ୮୪ ଦିନିଆ ପାସ୍ ସହିତ ୯୦ଜିବି ହାଇସ୍ପିଡ ଡାଟା ଏବଂ ୨,୦୦୦ ଟଙ୍କା ମୂଲ୍ୟର ବାର୍ଷିକ ପାସ୍ ସହିତ ୩୬୫ଜିବି ହାଇ-ସ୍ପିଡ୍ ଡାଟା ମିଳିବ।

ଓଟିଟି ପ୍ୟାକେଜରେ ୟୁ-ଟ୍ୟୁବ ପ୍ରିମିୟମ, ଜିଓ ହଟଷ୍ଟାର ମୋବାଇଲ+ ହଲିଉଡ ଏବଂ ଆମାଜନ ପ୍ରାଇମ ସାମିଲ ରହିଛି। ୫୫୦ ଟଙ୍କା ଏବଂ ୨,୦୦୦ ଟଙ୍କା ମୂଲ୍ୟର ୮୪ ଦିନିଆ ଓ ବାର୍ଷିକ ପାସରେ ଆମାଜନ ପ୍ରାଇମ ଲାଇଟ ସଦସ୍ୟତା ଉପଲବ୍ଧ ହେଉଥିବା ବେଳେ ୨୦୦ ଟଙ୍କା ମୂଲ୍ୟର ୨୮ ଦିନିଆ ଓଟିଟି ପାସରେ ଅମାଜନ ପ୍ରାଇମ ଭିଡିଓ ମୋବାଇଲ ଏଡିସନ ଉପଲବ୍ଧ ହେବ। ଏହା ସହିତ, ଗ୍ରାହକମାନେ ଲୋକପ୍ରିୟ ଓଡ଼ିଆ ଓଟିଟି ତରଙ୍ଗ ପ୍ଲସ, କଞ୍ଚା ଲଙ୍କା ସମେତ ସୋନି ଲିଭ, ଜି-ଫାଇଭ, ଲାୟନ୍ସଗେଟ ପ୍ଲେ, ଡିସକଭରି ପ୍ଲସ, ସନ ନେକ୍ସଟ, ଫ୍ୟାନକୋଡ, ହୋଇଚୋଇ, ଚଉପାଲ, ପ୍ଲାନେଟ ମରାଠୀ, ଟାଇମ୍ସ ପ୍ଲେର ଆକ୍ସେସ୍ ପାଇବେ।

ଉପଭୋକ୍ତାମାନେ ଜିଓ ଟିଭିରେ ୧,୦୦୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍ ମଧ୍ୟ ଦେଖିପାରିବେ। ଏଥିରେ ଷ୍ଟାର ପ୍ଲସ ଏଚ୍‌ଡି, କଲର୍ସ ଏଚ୍‌ଡି, ସେଟ ଏଚ୍‌ଡି, ସନ ଟିଭି ଏଚ୍‌ଡି, ଡିସକଭରି ଏବଂ କାର୍ଟୁନ ନେଟୱାର୍କ ଭଳି ଚ୍ୟାନେଲ୍ ଅନ୍ତର୍ଭୁକ୍ତ ରହିଛି। କମ୍ପାନୀ ସୂଚନା ଅନୁଯାୟୀ, ଏହି ପ୍ୟାକେଜ୍ ଗ୍ରାହକମାନଙ୍କୁ ପ୍ରତି ମାସରେ ୧,୫୦୦ ଟଙ୍କାରୁ ଅଧିକ ମୂଲ୍ୟର ମନୋରଞ୍ଜନ ସୁବିଧା ପ୍ରଦାନ କରୁଛି। ନୂତନ ୫୫୦ ଟଙ୍କା ଏବଂ ୨,୦୦୦ ଟଙ୍କାର ଓଟିଟି-ପାସ୍ ଅଗଷ୍ଟ ୭ ତାରିଖରୁ ମାଇଁ ଜିଓ ଆପ୍, ଜିଓ ୱେବସାଇଟ୍ ଏବଂ ଅଧିକୃତ ରିଟେଲ ଆଉଟଲେଟ ମାଧ୍ୟମରେ ଉପଲବ୍ଧ ହୋଇଛି।