ଝାରସୁଗୁଡ଼ା: ପ୍ରେମ ସଂପ୍ରତି କେଉଁ ସ୍ତରକୁ ଚାଲିଗଲାଣି ତାହା ଅନୁମେୟ କରିବା ଭାରି କଷ୍ଟ। ପ୍ରାୟ ପ୍ରତିଦିନ କେଉଁଠି ପରକୀୟା ପ୍ରୀତି ପାଇଁ ସ୍ଵାମୀ ସ୍ତ୍ରୀର ହତ୍ୟା କରୁଛି ତ ଆଉ କେଉଁଠି ପ୍ରେମିକକୁ ପାଇବା ପାଇଁ ସ୍ଵାମୀକୁ ମାରିବାକୁ ପଛାଉ ନାହିଁ ପତ୍ନୀ। ଏହି କ୍ରମରେ ଝାରସୁଗୁଡା ଜିଲ୍ଲା ରେଙ୍ଗାଲିଥାନା ଅନ୍ତର୍ଗତ ସାଗରପାଲି ସାହୁପଡା ଡୁଙ୍ଗୁରିପଡାରେ ଘଟିଛି ଏମିତି ଏକ ଘଟଣା। ପୁରୁଷ ବନ୍ଧୁର ସହାୟତାରେ ସ୍ୱାମୀକୁ ହତ୍ୟା କରି ବିଲରେ ଫିଙ୍ଗି ଦେଲା ସ୍ତ୍ରୀ l ସ୍ୱାମୀ ହତ୍ୟାକାରୀ ସ୍ତ୍ରୀ ଗୀତା ମିର୍ଦ୍ଧା, ସହ ପୁରୁଷ ବନ୍ଧୁ ଟିକିନୁ କିସାନ କୁ ଗିରଫ କରିଛି ପୋଲିସ l

ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲା ରେଙ୍ଗାଲିଥାନା ଅନ୍ତର୍ଗତ ସାଗରପାଲି ସାହୁପଡା ଡୁଙ୍ଗୁରିପଡାରେ ଘଟିଛି ଏହିପରି ଏକ ଘଟଣା l ମୃତକ ହେଲେ ଶକ୍ତିଧର ସାହୁ l ଶକ୍ତିଧର ଓ ଗୀତା ମଧ୍ୟରେ ମଙ୍ଗଳବାର ରାତିରେ ବଚସା ହୋଇଥିଲା l ବଚାସା ସମୟରେ ପୁରୁଷ ବନ୍ଧୁ ଟିକିନୁ ମଧ୍ୟ ସେଠାରେ ଉପସ୍ଥିତ ଥିଲା l ଟିକିନୁ ଶକ୍ତିଧରକୁ ଠେଲାପେଲା କରିବା ସହ ତଳେ ପକେଇ କାବୁ କରିଥିଲା l ଏହାପରେ ଗୀତା ଏକ ଖଟର କାଠ ପୁହାରେ ଶକ୍ତିଧର ମୁଣ୍ଡରେ ଆକ୍ରମଣ କରିଥିଲେ l ଫଳରେ ଶକ୍ତିଧରଙ୍କ ମୃତ୍ୟୁ ହୋଇଥିଲା l ଏହାପରେ ଗୀତା ଓ ତାଙ୍କ ପୁରୁଷ ବନ୍ଧୁ ଶକ୍ତିଧରଙ୍କ ମୃତଦେହକୁ ଏକ ବିଲରେ ଫିଙ୍ଗି ଦେଇଥିଲେ l

Also Read: YouTube ଭିଡିଓ ଦେଖାଇ ପ୍ରେମିକକୁ ମର୍ଡର ପ୍ଲାନ୍ ବୁଝାଇଥିଲା ସିୟା, ପରଦିନ ନେଲା ଭାବି ସ୍ବାମୀର ଜୀବନ

ବିଲରେ ମୃତଦେହ ପଡିଥିବା ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ଅଭିଯୁକ୍ତ ପତ୍ନୀ ଓ ତାର ପୁରୁଷ ବନ୍ଧୁକୁ ଗିରଫ କରିଛି l ଶକ୍ତିଧର ଅନୁଗୁଳର ମୂଳ ନିବାସୀ ହୋଇଥିବାବେଳେ ଝାରସୁଗୁଡା ଜିଲ୍ଲା ସାହୁପଡାର ଗୀତା ମିର୍ଦ୍ଧାକୁ ବିବାହ କରିଥିଲେ l ବାହାଘର ପରେ ପ୍ରାୟ ୨୦ ବର୍ଷ ହେବ ସେ ପରିବାରସହ ସାହୁପଡାରେ ରହୁଥିଲେ l ଶକ୍ତିଧର ଡ୍ରାଇଭର ଭାବରେ କାମ କରିବାସହ ଅନେକ ସମୟରେ ଘରୁ ବାହାରେ ରହୁଥିଲେ l ଏହାସହ ସେ ଅନେକ ସମୟରେ ନିଶା କରୁଥିବାରୁ ସ୍ତ୍ରୀ ଗୀତା ସହ ବଚସା ହେଉଥିବା ପୋଲିସ ସୂଚନା ଦେଇଛି l