ମୁମ୍ବାଇ : ଟିଭି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟ ଫ୍ୟାନଙ୍କ ପାଇଁ ଖୁସି ଖବର। ୪୧ ବର୍ଷ ବୟସରେ ସେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଯାହାକୁ ନେଇ   ଏବେ ଚର୍ଚ୍ଚା ଜୋର ଧରିଛି। ଜେନିଫର ଖୁବଶୀଘ୍ର ଜଣେ କୋଟିପତି ବ୍ୟବସାୟୀଙ୍କ ସହ ହାତ ଧରିବେ। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ   ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି।

କିଏ ହେବେ ଜେନିଫରଙ୍କ ଜୀବନସାଥୀ?

ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ଜେନିଫର ୱିଙ୍ଗେଟ୍ ଦୀର୍ଘ ଦିନ ହେବ ସିଙ୍ଗାପୁରସ୍ଥିତ ବିଜନେସମ୍ୟାନ୍ ୱିଲିୟମ ଇସମାଇଲଙ୍କୁ ସିକ୍ରେଟଲି ଡେଟିଂ କରୁଛନ୍ତି। ୱିଲିୟମ ଜଣେ ବ୍ୟବସାୟୀ, ତାଙ୍କର ମନୋରଞ୍ଜନ ଜଗତ ସହ କୌଣସି ସମ୍ପର୍କ ନାହିଁ। ସେ ଫାଇନାନ୍ସିଆଲ ସେକ୍ଟରରେ କାମ କରୁଥିବା ବେଳେ ଡିଜିଟାଲ ଆସେଟ୍, ଟ୍ରେନିଂ ଓ ଫରେନ୍ ଏକ୍ସଚେଞ୍ଜ ମାର୍କେଟ୍ ଭଳି କ୍ଷେତ୍ରରେ ମଧ୍ୟ ଅଭିଜ୍ଞତା ରଖିଛନ୍ତି। ୱିଲିୟମ ଲାଇମଲାଇଟରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ଆଉ ନିଜ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିବାକୁ ଭଲ ପାଆନ୍ତି। କୁହାଯାଉଛି ଯେ ୱିଲିୟମଙ୍କ ସହ ସମୟ ବିତାଇବା ପାଇଁ ଜେନିଫର ପ୍ରାୟତଃ ସିଙ୍ଗାପୁର ଯାତ୍ରା କରୁଥିଲେ। ସେଠାରେ ଦୁହେଁ ମିଡିଆର ନଜରରୁ ଦୂରେ ରହି ଏକାଠି କ୍ୱାଲିଟି ଟାଇମ୍ ବିତାଉଥିଲେ। ଛୁଟି କାଟିବା ସମୟରେ ୱିଲିୟମ ଜେନିଫରଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ। ଏହି ପ୍ରସ୍ତାବକୁ ଜେନିଫର ସ୍ୱୀକାର କରିଥିବା କୁହାଯାଉଛି।

କେବେ ହୋଇପାରେ ବିବାହ?

ରିପୋର୍ଟ ଅନୁସାରେ, ଜେନିଫର ଓ ୱିଲିୟମ ଏକାଠି ବେଶ ଖୁସିରେ ଅଛନ୍ତି। ଦୁହିଁଙ୍କ ସମ୍ପର୍କ ବହୁତ ମଜବୁତ ଥିବା କୁହାଯାଉଛି। ବର୍ତ୍ତମାନ ସେମାନେ ନିଜ ବିବାହ ଯୋଜନାକୁ ନେଇ ବ୍ୟସ୍ତ ଅଛନ୍ତି। ଖବର ଅନୁଯାୟୀ, ଏହି ବର୍ଷ ସେପ୍ଟେମ୍ବର-ଅକ୍ଟୋବର କିମ୍ବା ଡିସେମ୍ବର-ଜାନୁଆରୀ ମଧ୍ୟରେ ବିବାହ ହୋଇପାରେ। ତେବେ ଏପର୍ଯ୍ୟନ୍ତ କୌଣସି ତାରିଖ ଚୂଡ଼ାନ୍ତ ହୋଇନାହିଁ। ସବୁଠାରୁ ବଡ଼ କଥା ହେଉଛି, ଜେନିଫର ୱିଙ୍ଗେଟ୍ ନିଜେ ଏପର୍ଯ୍ୟନ୍ତ ଏହି ବିବାହ ଖବରକୁ ନିଶ୍ଚିତ କରିନାହାନ୍ତି।

ପ୍ରଥମ ବିବାହ ଭାଙ୍ଗିଥିଲା ୨ ବର୍ଷରେ

ଜେନିଫର ୱିଙ୍ଗେଟ୍ ୨୦୧୨ ମସିହାରେ ଟେଲିଭିଜନ ଅଭିନେତା କରଣ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ। ସେମାନଙ୍କ ବୈବାହିକ ଜୀବନ ବେଶିଦିନ ତିଷ୍ଠି ନଥିଲା। ବିବାହର ମାତ୍ର ଦୁଇ ବର୍ଷ ପରେ ୨୦୧୪ ମସିହାରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ଜେନିଫର ନିଜ କ୍ୟାରିୟର ଉପରେ ଧ୍ୟାନ ଦେଇ ଅନେକ ଲୋକପ୍ରିୟ ଧାରାବାହିକ ଓ ୱେବ୍ ସିରିଜରେ ଅଭିନୟ କରିଛନ୍ତି। ବର୍ତ୍ତମାନ ତାଙ୍କ ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି ଯେ ଜେନିଫର କେବେ ଏହି ଖବରର ଖୁଲାସା ନିଜେ କରିବେ। ସେ ପର୍ଯ୍ୟନ୍ତ ଏହି ଖବରକୁ ଆମେ କେବଳ ଚର୍ଚ୍ଚା ବୋଲି କହିପାରିବା।

 Also Read- ଦୀର୍ଘବର୍ଷ ପରେ ଏକାଠି ନଜର ଆସିଲେ ଅନୀଲ-ମାଧୁରୀ, ଫ୍ୟାନ୍ସଙ୍କୁ ମନେ ପଡିଲା ପୁରୁଣା ସ୍ମୃତି