ନୂଆଦିଲ୍ଲୀ: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଚତୁର୍ଥ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଦୁହେଁ ସୋସିଆଲ ମିଡିଆରେ ପୁତ୍ର ସନ୍ତାନ ଜନ୍ମ ଖବର ଦେଇଛନ୍ତି । ଶିଶୁଟିର ନାଁଏଲେକ୍ ନିଲ୍ ଭାନ୍ସ ରଖାଯାଇଛି ।

ଏହା ସହିତ, ୧୫୬ ବର୍ଷ ପରେ ପଦରେ ଥାଇ ବାପା ହେବାରେ ରୁ ଅଧିକ ସମୟ ପ୍ରଥମ ଆମେରିକୀୟ ଉପରାଷ୍ଟ୍ରପତି ବନିଛନ୍ତି । ଏଲେକ୍ ନିଲ୍ ଭାନ୍ସ, ଜେଡି ଏବଂ ଉଷା ଭାନ୍ସଙ୍କର ଚତୁର୍ଥ ସନ୍ତାନ । ଏହା ପୂର୍ବରୁ ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି । ବଡ଼ ପୁଅ ଇଭାନ୍ (୯ ବର୍ଷ), ଦ୍ୱିତୀୟ ପୁଅ ବିବେକ (୬ ବର୍ଷ) ଏବଂ ଝିଅ ମିରାବେଲ୍ (୪ ବର୍ଷ) ।

୪୧ ବର୍ଷୀୟ ଜେଡି ଭାନ୍ସ ଦୀର୍ଘ ଦିନରୁ ଆମେରିକାରେ ହ୍ରାସ ପାଉଥିବା ଜନ୍ମହାରକୁ ନେଇ ଚିନ୍ତା ପ୍ରକାଶ କରିଆସୁଛନ୍ତି । ୨୦୨୧ରେ ଓହାୟୋରୁ ସିନେଟ୍ ନିର୍ବାଚନ ଲଢ଼ିବା ସମୟରେ ମଧ୍ୟ ସେ ଏହି ପ୍ରସଙ୍ଗ ଉଠାଇଥିଲେ । ଉପରାଷ୍ଟ୍ରପତି ହେବା ପରେ ୨୦୨୫ରେ ଆୟୋଜିତ 'ମାର୍ଚ୍ଚ ଫର୍ ଲାଇଫ୍' କାର୍ଯ୍ୟକ୍ରମରେ ସେ ଆମେରିକାରେ ଅଧିକ ଶିଶୁ ଜନ୍ମ ନିଅନ୍ତୁ ବୋଲି କହିଥିଲେ ।

ଭାନ୍ସ ଏହା ମଧ୍ୟ କହିଥିଲେ ଯେ ତାଙ୍କ ଘନିଷ୍ଠ ବନ୍ଧୁ ଚାର୍ଲି କିର୍କଙ୍କ ୨୦୨୫ରେ ହୋଇଥିବା ହତ୍ୟା ତାଙ୍କୁ ଆଉ ଏକ ସନ୍ତାନ ପାଇଁ ପ୍ରେରିତ କରିଥିଲା । ଜେଡି ଭାନ୍ସ ପୂର୍ବରୁ ଆମେରିକୀୟ ମେରାଇନରେ କାର୍ଯ୍ୟରତ ଥିଲେ । ବିଦେଶ ଗସ୍ତ ସମୟରେ ତାଙ୍କ ପତ୍ନୀ ଉଷା ଏବଂ ତିନି ସନ୍ତାନ ମଧ୍ୟ ଅନେକ ସମୟରେ ତାଙ୍କ ସହ ଯାଇଛନ୍ତି ।

୪୦ ବର୍ଷୀୟା ଉଷା ଭାନ୍ସ ଭାରତୀୟ ବଂଶୋଦ୍ଭବ । ଜାନୁଆରୀରେ ଯେତେବେଳେ ତାଙ୍କ ପ୍ରେଗନାନ୍ସି ଘୋଷଣା ହୋଇଥିଲା, ସେତେବେଳଠାରୁ ସେ ଚର୍ଚ୍ଚାରେ ଥିଲେ । ଆମେରିକାରେ ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି ଭଳି ବଡ଼ ପଦବୀରେ ଥାଇ ପରିବାରରେ ନୂଆ ଶିଶୁର ଜନ୍ମ ହେବା ଖୁବ୍ କମ୍ ଦେଖିବାକୁ ମିଳିଥାଏ ।

୧୮୭୦ରେ ଉପରାଷ୍ଟ୍ରପତି କୋଲଫ୍ୟାକ୍ସଙ୍କ ପୁଅର ଜନ୍ମ

ଏହା ପୂର୍ବରୁ ୧୮୭୦ ମସିହାରେ ତତ୍କାଳୀନ ଉପରାଷ୍ଟ୍ରପତି ସ୍କାଏଲର୍ କୋଲଫ୍ୟାକ୍ସଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ତୃତୀୟ ସନ୍ତାନଙ୍କ ଜନ୍ମ ହୋଇଥିଲା । ତା' ପୂର୍ବରୁ ୧୮୨୯ରେ ଉପରାଷ୍ଟ୍ରପତି ଜନ୍ ସି.କାଲହୁନଙ୍କ ପୁଅ ୱିଲିୟମ୍ଙ୍କ ଜନ୍ମ ହୋଇଥିଲା ।