ଭଦ୍ରକ: ୨୦୨୬-୨୭ ଯାତ୍ରା ଋତୁ ପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ବିଭିନ୍ନ ଯାତ୍ରା ପାର୍ଟିର ଆଖଡ଼ାଶାଳ। ଏହି କ୍ରମରେ ଭଦ୍ରକର ଯାତ୍ରା ଅନୁଷ୍ଠାନ ଯାତ୍ରା ରାଜନନ୍ଦିନୀର ଆଖଡ଼ାଶାଳ ପୂଜା ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବ୍ଲକର ଇଚ୍ଛାପୁର ନିକଟରେ ପ୍ରସ୍ତୁତ ଆଖଡ଼ାଶାଳରେ ସମସ୍ତ କଳାକାର, ପ୍ରଯୋଜକ, ପରିଚାଳକଙ୍କ ଉପସ୍ଥିତିରେ ପୂଜା ସଂପନ୍ନ ହୋଇଛି।

ଚଳିତ ବର୍ଷ ପାଇଁ ପାର୍ଟିରେ ଯାତ୍ରା ବାଘୁଣୀ ମିନୁ ମହାପାତ୍ର, ଟିକିନା ମହାପାତ୍ର, ମିଲନଙ୍କ ପରି ଚର୍ଚ୍ଚିତ ଚେହେରାଙ୍କୁ ବୁକ୍ କରିଛି ଯାତ୍ରା ରାଜନନ୍ଦୀନି। ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସୁନ୍ଦର ନାଟକ ପ୍ରସ୍ତୁତି କରାଯିବ ବୋଲି କହିଛନ୍ତି ପାର୍ଟି ପ୍ରଯୋଜକ।

Also Read: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ସିନ୍ଦୂରା ୨୦୨୪ ମସିହା ପାଇଁ ଶ୍ରେଷ୍ଠ ଶିକ୍ଷା ଭିତ୍ତିକ ଚଳଚ୍ଚିତ୍ର