ନୂଆଦିଲ୍ଲୀ,୧୨|୦୬:ଆଉ ନାହାଁନ୍ତି ଭାରତର ମହାନ ଶୁଟର୍ ଭାବେ କ୍ଷାତି ଅର୍ଜନ କରିଥିବା ଜଶପାଲ୍ ରାଣା । ଶୁକ୍ରବାର ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଶୁଟିଂକୁ ଅଳବିଦା କରିବା ପରେ ଜଶପାଲ ଦୀର୍ଘଦିନ ଧରି ନୂଆ ଖେଳାଳିଙ୍କୁ କୋଚିଂ ଦେଉଥିଲେ ।

ଜଶପାଲଙ୍କ ନିଧନ ପରେ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି । ସେ କିଛିଦିନ ତଳେ ମ୍ୟୁନିଚରୁ ଭାରତ ଫେରିଥିଲେ । କିନ୍ତୁ ଭାରତ ଫେରିବା ସମୟରେ ସେ ଅସୁସ୍ଥ ହୋଇ ପଡିଥିଲେ । ଫଳରେ ବିମାନ ବନ୍ଦରରୁ ସିଧାସଳଖ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା ।

Also Read :-୩୪୯ ରନ୍ କରି ମଧ୍ୟ ହାରିଲା ଭାରତ-ଏ ! ଖେଳିପାରିବ କି ଫାଇନାଲ ? କ'ଣ କହୁଛି ସମୀକରଣ ?

ହସ୍ପିଟାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । କିନ୍ତୁ ଶୁକ୍ରବାର ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଭାରତ ପାଇଁ ସେ ଏସିଆନ୍ ଗେମ୍ସ ଏବଂ ବିଶ୍ୱ ଶୁଟିଂ ଚାମ୍ପିଅନସିପରେ ସୁନା ପଦକ ପାଇଥିଲେ । ଦେଶରେ ଶୁଟିଂକୁ ଲୋକପ୍ରିୟ କରାଇବାରେ ତାଙ୍କର ଭୂମିକା ଖୁବ୍ ଅଧିକ ଥିଲା ।

ସୂଚନାଯୋଗ୍ୟ, ଜଶପାଲ ଉତ୍ତରାଖଣ୍ଡରେ ଜନ୍ମ ହୋଇଥିଲେ । ତାଙ୍କୁ ୨୦୦୨ ମସିହାରେ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା । ତେବେ ତାଙ୍କ ଦେହାନ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।