ଯାଜପୁର: ଶିକ୍ଷକ ନାଁରେ କଳଙ୍କ। ଦୁଷ୍କର୍ମକାରୀ ଟିଉସନ ସାରଙ୍କୁ ଜେଲ । ଶିକ୍ଷକ ଜଣଙ୍କ ହେଉଛନ୍ତି ଯାଜପୁର କୋରେଇ ଥାନା ଅଞ୍ଚଳର ରମାକାନ୍ତ ବିଶ୍ବାଳ । ଗତ ୨୦୨୦ ଅଗଷ୍ଟ ମାସରେ ନାବାଳିକା ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ଏ ନେଇ ଅଭିଯୋଗ କରିଥିଲେ । ପରେ ଏହି ମାମଲା ଯାଜପୁର ସିଡବ୍ଲୁସିକୁ ହସ୍ତାନ୍ତର ପରେ ଯାଜପୁର କୋରେଇ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ସୂଚନା ଅନୁସାରେ ପୀଡ଼ିତ ନାବାଳିକାଙ୍କ ମାଆ କର୍ମଜୀବୀ ମହିଳା ଥିବା ବେଳେ ବାପ ହୋଟେଲରେ କାମ କରନ୍ତି । ଝିଅକୁ ପାଠ ପଢ଼ାଇବା ଲାଗି ଟିଉସନ ସାରଙ୍କ ପାଖରେ ଛାଡି ଦିଅନ୍ତି । ହେଲେ ଶିକ୍ଷକ ଜଣଙ୍କ ଏହାର ସୁଯୋଗ ନେଇ ବାରମ୍ବାର ଦୁଷ୍କର୍ମ କରିଥିବା ନାବାଳିକା ଅଭିଯୋଗ କରିଥିଲେ । ୧୯ ଜଣ ସାକ୍ଷୀଙ୍କ ବୟାନକୁ ଆଧାରରେ ସ୍ବତନ୍ତ୍ର ପୋସ୍କୋ କୋର୍ଟ ଅଭିଯୁକ୍ତ ଶିକ୍ଷକଙ୍କୁ ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଲାଗି ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି ।

Also Read: ରିମାଣ୍ଡରେ ଗଲେ ଭୀମସେନ୍, OAS ବାବୁଙ୍କ ଠାରୁ ସତ କାଢିବ ପୋଲିସ