କଟକ ୨୩।୦୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ। ଆଜିଠାରୁ ଭୀମସେନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା ଆରମ୍ଭ କରିଛି। ଡିସିପିଙ୍କ ସୂଚନା ଅନୁସାରେ ଭୀମସେନଙ୍କ ମୋବାଇଲ, ଲାପଟପ୍ ଓ ସୋସିଆଲ ମିଡିଆ ପୋଷ୍ଟରୁ ପୋଲିସଙ୍କୁ ଚନ୍ଦ୍ରିକା ମୃତ୍ୟୁର କାରଣ ସମ୍ପର୍କରେ ଅନେକ ସୂଚନା ମିଳିଛି। ବିଶେଷ କରି ଆତ୍ମହତ୍ୟା ପାଇଁ ଉସକାଇଵା ଭଳି କିଛି ତଥ୍ୟ ମିଳିଥିଵା ଡିସିପି କହିଛନ୍ତି। ସେହି ଆଧାରରେ ହିଁ ରିମାଣ୍ଡ ସମୟରେ ଭୀମସେନଙ୍କୁ ଜେରା କରାଯାଉଥିଵା ଡିସିପି କହିଛନ୍ତି।ଏହା ବ୍ୟତୀତ ବିଭିନ୍ନ କଲ୍ ରେକର୍ଡ ଓ ହ୍ଵାଟସଆପ ଚାଟ୍ ରୁ ମିଳିଥିବା ତଥ୍ୟ ଆଧାରରେ ଉଭୟ ଭୀମସେନ,ଚନ୍ଦ୍ରିକାଙ୍କ କିଛି ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରାଯିଵ ବୋଲି କହିଛନ୍ତି ଡିସିପି।

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ରହସ୍ୟ ଖୋଲିବା ପାଇଁ କମିଶନରେଟ ପୋଲିସର ଜେରା ଆରମ୍ଭ। ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ଆରମ୍ଭ କରିଛି କମିଶନରେଟ ପୋଲିସ। ମଙ୍ଗଳବାର ପୂର୍ବାହ୍ନ ସାଢେ ୧୧ଟାରେ ଭୀମସେନଙ୍କୁ ରିମାଣ୍ଡରେ ଆଣି ଵାରଙ୍ଗ ଥାନାରେ ପହଞ୍ଚି ଥିଲା କମିଶନରେଟ ପୋଲିସର ସ୍ବତନ୍ତ୍ର ଟିମ୍। ତଦନ୍ତକାରୀ ଅଧିକାରୀ,ଇନିସପେକ୍ଟର ଓ ଜୋନ୍ ଏସିପିଙ୍କୁ ନେଇ ଗଠିତ ଟିମ୍ ଭୀମସେନଙ୍କୁ ଜେରା ଆରମ୍ଭ କରିଛନ୍ତି। ଡିସିପିଙ୍କ ସୂଚନା ଅନୁସାରେ ତଦନ୍ତ ସମୟରେ ଯାହା କିଛି ଡିଜିଟାଲ ଏଭିଡେନ୍ସ ମିଳିଛି, ସେହି ଆଧାରରେ ଭୀମସେନଙ୍କୁ ଜେରା କରାଯାଉଛି। ବିଶେଷ କରି କଲ୍ ରେକର୍ଡ, ହ୍ଵାଟସଆପ ଚାଟ୍, ସୋସିଆଲ ମିଡିଆ ପୋଷ୍ଟ ଆଦିରୁ ମିଳିଥିଵା ତଥ୍ୟ ଆଧାରରେ ଭୀମସେନଙ୍କୁ ଜେରା କରାଯାଉଥିବା କହିଛନ୍ତି ଡିସିପି। ବିଭିନ୍ନ ତଥ୍ୟ ଆଧାରରେ ଜେରା କରି ଭୀମସେନ କେତେଦୁର ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ ଦାୟୀ ତାହା ଜାଣିବା ପାଇଁ ପ୍ରୟାସ କରୁଛି ପୋଲିସ। ଚନ୍ଦ୍ରିକାଙ୍କୁ ଆତ୍ମହତ୍ୟା କରିଵା ପାଇଁ ଭୀମସେନ ଉସକାଇଵା କଥାକୁ କିଭଳି ଅଦାଲତରେ ପ୍ରମାଣ କରିହେଵ,ସେ ନେଇ ଜେରା ସମୟରେ ପୋଲିସ ଠୋସ୍ ପ୍ରମାଣ ପାଇଵା ପାଇଁ ଚେଷ୍ଟା କରୁଛି।

ଡିସିପି ଆହୁରି ମଧ୍ୟ କହିଛନ୍ତି ଯେ, ଚନ୍ଦ୍ରିକା ମୃତ୍ୟୁ ଘଟଣାରେ ଆଉ କିଛି ଲୋକଙ୍କୁ ପଚରାଉଚରା ସମ୍ଭାବନା ରହିଛି। ଭୀମସେନଙ୍କର ବର୍ତ୍ତମାନର ମହିଳା ବନ୍ଧୁଙ୍କୁ ଆଵଶ୍ୟକ ପଡ଼ିଲେ ପଚରାଉଚରା କରାଯିଵାର ସମ୍ଭାବନା ରହିଛି। ସେହିପରି କଲ୍ ରେକର୍ଡରୁ ମିଳିଥିଵା କିଛି ସମ୍ପର୍କୀୟ ଓ ସାଙ୍ଗ ମାନଙ୍କ ନମ୍ବର ଆଧାରରେ ସେମାନଙ୍କୁ ପଚରାଉଚରା କରାଯିଵାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ କୌଣସି କାରଣରୁ କେହିଵି ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ, ସାଙ୍ଗ, ସାଥୀ, ପରିବାର ଲୋକଙ୍କ ସହାୟତା ନିଅନ୍ତୁ।ଆଜିକାଲି ଅନେକ ପ୍ଲାଟଫର୍ମ ସୃଷ୍ଟି ହେଲାଣି, ଯାହାର ସହାୟତା ନେଇ ଜଣେ ମାନସିକ ଦୁଃସ୍ଥିତିରୁ ମୁକୁଳି ପାରିବେ ବୋଲି ଡିସିପି କହିଛନ୍ତି। ତେଣୁ କୌଣସି ପରିସ୍ଥିତିରେ ବି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନନେଵା ପାଇଁ ନିବେଦନ କରିଛନ୍ତି ଡିସିପି। ତେବେ ଚନ୍ଦ୍ରିକାଙ୍କୁ ଆତ୍ମହତ୍ୟା କରିଵା ପାଇଁ ଭୀମସେନ ଟୁଡୁ ପ୍ରବର୍ତ୍ତାଇ ଥିଵା ପ୍ରମାଣ ହେଲେ, ତାଙ୍କୁ ସର୍ବନିମ୍ନ ୧୦ଵର୍ଷ ଜେଲ୍ ଓ ସର୍ବାଧିକ ଆଵନ କାରାଦଣ୍ଡାଦେଶ ହେଵାର ସମ୍ଭାବନା ରହିଛି।