Sun Pharma buy Organonଆମେରିକାର ଔଷଧ କମ୍ପାନୀକୁ କିଣିବ ଭାରତୀୟ ଔଷଧ କମ୍ପାନୀ। ଭାରତର ସର୍ବବୃହତ ଔଷଧ କମ୍ପାନୀ ସନ୍ ଫାର୍ମା ଆମେରିକା ନ୍ୟୁ ଜର୍ସିର ବିଶାଳ ଔଷଧ କମ୍ପାନୀ ଅର୍ଗାନନକୁ ୧.୧୦ ଲକ୍ଷ କୋଟି ଟଙ୍କାରେ ଅଧିଗ୍ରହଣ କରିବ। ଏହା କୌଣସି ଭାରତୀୟ ଔଷଧ କମ୍ପାନୀ ଦ୍ୱାରା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ବିଦେଶୀ ଚୁକ୍ତି।

ସୋମବାର ଏହି ଚୁକ୍ତି ସମ୍ପର୍କରେ ଦୁଇ କମ୍ପାନୀ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି। ଚୁକ୍ତିନାମା ଅନୁଯାୟୀ,ସନ୍ ଫାର୍ମା ଅର୍ଗାନନର ପ୍ରତି ବକେୟା ସେୟାର୧୪ ଡଲାର ମୂଲ୍ୟରେ ଅଧିଗ୍ରହଣ କରିବ। ସମ୍ପୂର୍ଣ୍ଣ କାରବାର ନଗଦରେ ହେବ। ଏହି ଅଧିଗ୍ରହଣ ପରେ ବିଶ୍ୱ ମାର୍କେଟ୍‌ରେ ସନ୍ ଫାର୍ମାର ସ୍ଥିତି ମଜଭୁତ ହୋଇଯିବ। କମ୍ପାନୀ ବିଶ୍ୱର ଶ୍ରେଷ୍ଠ ୨୫ ଔଷଧ କମ୍ପାନୀ ମଧ୍ୟରେ ସାମିଲ୍ ହୋଇଯିବ। ବର୍ତ୍ତମାନ ସନ ଫାର୍ମାର୧୫୦ଟି ଦେଶରେ ନିଜ ବ୍ୟବସାୟ ଜାରି ରଖିଛି। ଏହି ଅଧିଗ୍ରହଣ ପରେ ଆମେରିକାର କମ୍ପାନୀର ସ୍ଥିତି ଆହୁରି ମଜଭୁତ ହୋଇଯିବ।

Also Read- India–New Zealand FTA : ୧୬ ବର୍ଷ ପରେ ସଫଳ, ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଏଫ୍ଟିଏ ଚୁକ୍ତି ସ୍ୱାକ୍ଷରିତ, Explained

ବିଶ୍ୱର ସପ୍ତମ ବୃହତ କମ୍ପାନୀ ହେବ ସନଫାର୍ମା

ଏହି ଅଧିଗ୍ରହଣ ପରେ ବାୟୋସିମିଲର୍ସ ଜୈବିକ ଔଷଧ କମ୍ପାନୀରେ ସନ ଫାର୍ମା ବିଶ୍ୱର ସପ୍ତମ ବୃହତ୍ତମ କମ୍ପାନୀ ହୋଇଯିବ। ଏହାର ୧୮ ଟି ପ୍ରମୁଖ ବଜାର ଉପରେ ନିୟନ୍ତ୍ରଣ ରହିବ ଯାହାର ପ୍ରତ୍ୟେକର ରାଜସ୍ୱ ୯୦୦କୋଟି ଟଙ୍କା ହେବ। ଏହି ଚୁକ୍ତିରେ ଅର୍ଗାନନର ୮୧,୦୦୦କୋଟି ଋଣ ମଧ୍ୟ ସାମିଲ ରହିଛି। ତଥାପି,ସନ୍ ଫାର୍ମା କହିଛି ଯେ ଚୁକ୍ତି ପରେ,ଦୁଇଟି କମ୍ପାନୀର ମିଳିତ ରାଜସ୍ୱ .୧୬ଲକ୍ଷ କୋଟି ଟଙ୍କା ହୋଇଯିବ। ଏହି ଚୁକ୍ତି ୨୦୨୭ ମସିହାରେ ଶେଷ ହେବ ବୋଲି ଆଶା କରାଯାଉଛି।

ବିଶ୍ୱରେ ସନ ଫାର୍ମା ସ୍ଥିତି
​​​​​​​
ସନ ଫାର୍ମା ବିଶ୍ୱର ସର୍ବବୃହତ ଜେନେରିକ୍ ଔଷଧ କମ୍ପାନୀ ମଧ୍ୟରୁ ଗୋଟିଏ। ଏହାର ବଜାର ମୂଲ୍ୟ ୪ ଲକ୍ଷ କୋଟି ଟଙ୍କା। ସାରା ବିଶ୍ୱରେ କମ୍ପାନୀର ୨ ହଜାରରୁ ଅଧିକ ପ୍ରଡକ୍ଟ ବିକ୍ରି ହୁଏ। ୫ ମହାଦେଶରେ ଏହାର ୪୧ ଟି ଅତ୍ୟାଧୁନିକ ମ୍ୟାନୁଫେକ୍ଚରିଂ ୟୁନିଟ ରହିଛି। କମ୍ପାନୀ ୧୦୦ରୁ ଅଧିକ ଦେଶରେ ନିଜର ଅପରେସନ ଜାରି ରଖିଛି।

ସେପଟେ ଅର୍ଗାନନର ବଜାର ମୂଲ୍ୟ ୨୮,୦୦୦ କୋଟି ଟଙ୍କାର ରହିଛି। ୨୦୨୧ ମସିହାରେ ଏହି କମ୍ପାନୀ ମର୍କ ଆଣ୍ଡ୍ କୋ ଠାରୁ ଅଲଗା ହେବା ପରେ ସ୍ୱତନ୍ତ୍ର କମ୍ପାନୀଭାବେ ଗଢ଼ି ଉଠିଥିଲା। ଆଜି ଏହି କମ୍ପାନୀ ଚୀନ୍,ଆମେରିକା,କାନାଡା,ୟୁରୋପ ଏବଂ ବ୍ରାଜିଲ ସମେତ ୧୪୦ଟି ଦେଶରେ ନିଜର ଅପରେସନ ଜାରି ରଖିଛି। ବିଶ୍ୱ ଭରି ୧୦,୦୦୦ କର୍ମଚାରୀ କାମ କରୁଛନ୍ତି। ମହିଳା ସ୍ୱାସ୍ଥ୍ୟ ଏବଂ ସାଧାରଣ ଔଷଧ କ୍ଷେତ୍ରରେ ଏହାର ୭୦ରୁ ଅଧିକ ଉତ୍ପାଦର ଏକ ପୋର୍ଟଫୋଲିଓ ରହିଛି। ଏଗୁଡ଼ିକ ମଧ୍ୟରେ,ସବୁଠାରୁ ପ୍ରମୁଖ ହେଉଛି ଗର୍ଭନିରୋଧକ ନେକ୍ସପ୍ଲାନନ। ଅର୍ଗାନନ୍ ଏହାକୁ ୬୦ ଟି ଦେଶରେ ବିକ୍ରି କରେ

ଆମେରିକା ଓ ୟୁରୋପରେ ଭାରତୀୟ କମ୍ପାନୀଙ୍କ ପତିଆରା

ଆମେରିକାର ଜେନେରିକ୍ ବଜାରରେ ଭାରତୀୟ ଔଷଧର ଭାଗ ୪୦%ରହିଥିବା ବେଳେ ୟୁରୋପରେ କମ୍ପାନୀର ଅଂଶ ୨୫ରହିଛି। ଆମେରିକାରେ ବ୍ୟବହୃତ ପ୍ରତ୍ୟେକି ତିନି ଔଷଧ ମଧ୍ୟରୁ ଗୋଟିଏ ଭାରତୀୟ କମ୍ପାନୀର ହୋଇଥାଏ। ଗତ ବର୍ଷ,ଭାରତରୁ୯୯,୦୦୦କୋଟି ଟଙ୍କାର ଔଷଧ ପଠାଯାଇଥିଲା। ସନ୍ ଫାର୍ମା,ଅରବିନ୍ଦ,ଡକ୍ଟର ରେଡ୍ଡି ଏବଂ ଲୁପିନ୍ଭଳି ଭାରତୀୟ କମ୍ପାନୀଗୁଡ଼ିକର ୟୁରୋପ ଓ ଆମେରିକା ବଜାରରେ ଚାହିଦା ରହିଛି।

Also Read- Chocolate Ice Cream Price Hike: ହର୍ମୁଜ ବନ୍ଦର ପ୍ରଭାବ; ବଢ଼ିପାରେ ଆଇସକ୍ରିମ ଓ ଚୋକୋଲେଟ୍ ଦାମ

୧୬ ବର୍ଷରେ ସନ ଫାର୍ମାର ୬ ଅଧିଗ୍ରହଣ
ସନ୍ ଫାର୍ମା ୧୬ ବର୍ଷ ମଧ୍ୟରେ ୬ଟି ଅଧିଗ୍ରହଣ କରି ସାରିଛି। ୨୦୧୩ରେ ରାନବାକ୍ସି ଦେଶର ନମ୍ବର ଏକ ଔଷଧ କମ୍ପାନୀ ଥିଲା,କିନ୍ତୁ ୨୦୧୪ରେ ସନ୍ ଫାର୍ମା ଏହାକୁ ଅଧିଗ୍ରହଣ କରିଥିଲା। ୨୦୨୫ ମସିହାରେ ଆମେରିକୀୟ ବାୟୋଫାର୍ମାସ୍ୟୁଟିକାଲ୍ କମ୍ପାନୀ ଚେକପଏଣ୍ଟ ଥେରାପୁଟିକ୍ସର ଅଧିଗ୍ରହଣ କରି କମ୍ପାନୀ ବିଶ୍ୱବ୍ୟାପୀ ଉପସ୍ଥିତିକୁ ଆହୁରି ସୁଦୃଢ଼ କରିଥିଲା।