ନୂଆଦିଲ୍ଲୀ: ତୁର୍କୀଏର ରାଜଧାନୀ ଇସ୍ତାନବୁଲରେ ଥିବା ଇସ୍ରାଏଲୀ ବାଣିଜ୍ୟିକ ଦୂତାବାସ ବାହାରେ ଗୁଳିକାଣ୍ଡ ହୋଇଛି । ରଏଟର୍ସ ରିପୋର୍ଟ କରିଛି ଯେ, ୨ ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଛି ଏବଂ ଜଣଙ୍କୁ ଗିରଫ କରିଛି ପୋଲିସ। ଆକ୍ରମଣକାରୀମାନେ ଅତ୍ୟାଧୁନିକ ବନ୍ଧୁକ ଧରିଥିଲେ। ଗୁଳିକାଣ୍ଡ ସମୟରେ ଜଣେ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ଗୁଳିକାଣ୍ଡ ପରେ ବିଲ୍ଡିଂର ଚାରିପାଖକୁ ସିଲ୍ କରିଦିଆଯାଇଛି।

ଇସ୍ରାଏଲୀ ଦୂତାବାସକୁ ସର୍ବଦା ସଶସ୍ତ୍ର ପୋଲିସ ବାହିନୀ କଡ଼ା ସୁରକ୍ଷା ଦେଇଥାଏ। ତୁର୍କୀଏର ନ୍ୟାୟ ମନ୍ତ୍ରୀ ଆକିନ୍ ଗୁରଲେକ୍ କହିଛନ୍ତି, ‘ତଦନ୍ତ ଆରମ୍ଭ ହୋଇଛି। ଆକ୍ରମଣକାରୀଙ୍କ ପରିଚୟ କିମ୍ବା ସେମାନଙ୍କ ଉଦ୍ଦେଶ୍ୟ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।’ ତୁର୍କୀଏ ଗଣମାଧ୍ୟମ ଅନୁଯାୟୀ, ଘଟଣାସ୍ଥଳରେ କେତେ ଜଣ ସନ୍ଦିଗ୍ଧ ରାଇଫଲ୍ ଧରିଥିଲେ ଏବଂ ସେମାନଙ୍କ ପିଠିରେ ବ୍ୟାଗ୍ ଝୁଲାଇ ଥିଲେ।

ବାଣିଜ୍ୟିକ ଦୂତାବାସରେ କାର୍ଯ୍ୟରତ କୌଣସି କର୍ମଚାରୀ ଆହତ ହୋଇଛନ୍ତି କି ନାହିଁ, ଜଣାପଡ଼ିନି । ସେପଟେ ଗୁଳିମାଡ଼ ପଛରେ ପ୍ରକୃତ କାରଣ ଜାଣିବାକୁ ପୋଲିସ ଛାନଭିନ୍ କରୁଛି ।

Also Read: Israel Warns Iranians: 'ଟ୍ରେନ୍ରେ ଗଲେ ଯିବ ଜୀବନ, ରେଳ ଲାଇନ୍ଠୁ ଦୂରେଇ ରୁହ': ଇରାନବାସୀଙ୍କୁ ଇସ୍ରାଏଲ୍ ସେନାର ଚେତାବନୀ...

ଏହାରି ମଧ୍ୟରେ, ଇରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣର ଧମକ ପରେ ଆମେରିକା ବାହାରିନରୁ ପ୍ରାୟ ୧୫୦୦ ନାବିକଙ୍କୁ ପ୍ରତ୍ୟାହାର କରିନେଇଛି। ବାହାରିନରେ ଆମେରିକା ନୌସେନାର ୫ମ ଫ୍ଲିଟ୍ ରହିଛି । ଏହା ସମଗ୍ର ମଧ୍ୟପ୍ରାଚ୍ୟରେ ସାମୁଦ୍ରିକ କାର୍ଯ୍ୟ ପରିଚାଳନା କରେ।