ନୂଆଦିଲ୍ଲୀ, ୦୯/୦୯ : ଧୋକା ଦେଲା ଆମେରିକା । ଦେଶ ପାଇଁ ଲଢିଲେ । ଜୀବନ ବି ଦେଲେ । ହେଲେ ଭୁଲିଗଲା ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ । କ୍ଷତିପୂରଣ ଦେବାକୁ ସିଧାସିଧା ମନା କରିଦେଲା । ଏପରି କିଛି ଘଟିଛି ଜଣେ ଆମେରିକୀୟ ସୈନ୍ୟଙ୍କ ସହ ।

ଇରାନ ସହ ଯୁଦ୍ଧ ଲଢ଼ି ପ୍ରାଣ ହରାଇଥିଲେ ଆମେରିକୀୟ ମେଜର ଆଲେକ୍ସ କ୍ଲିନର। କିନ୍ତୁ ଏଥିପାଇଁ ପରିବାରକୁ କ୍ଷତିପୂରଣ ଦେବାକୁ ମନା କରିଦେଇଛି ପେଣ୍ଟାଗନ୍। ଇରାନ ସହ ‘ଯୁଦ୍ଧ’ ଚାଲି ନ ଥିବା ଏହା ସଫେଇ ଦେଇଛି। ଏହି ଘଟଣାକୁ ନେଇ ବିବାଦ ଉପୁଜିଛି।

ରିପୋର୍ଟ ଅନୁସାରେ, ୩୩ ବର୍ଷୀୟ ମେଜର ଆଲେକ୍ସ କ୍ଲିନର ମାର୍ଚ୍ଚ ୧୨ରେ ଏକ କେସି-୧୩୫ ରିଫ୍ୟୁଲିଂ ବିମାନରେ ଥିଲେ। ଇରାନ ବିରୋଧରେ ଆମେରିକୀୟ ଆକ୍ରମଣରେ ସହାୟତା ବେଳେ ବିମାନଟି ପଶ୍ଚିମ ଇରାକରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଆଲେକ୍ସ ପ୍ରାଣ ହରାଇଥିଲେ। ଅନେକ ମାସ ବିତିଥିଲେ ହେଁ ତାଙ୍କ ପତ୍ନୀ ଲିମ୍ବୀ କ୍ଲିନରଙ୍କୁ ଅନୁକମ୍ପା ଋଶି ମିଳିନାହିଁ। ଦେଶର ସଂସଦ (କଂଗ୍ରେସ) ପକ୍ଷରୁ ଯୁଦ୍ଧ ନେଇ ଔପଚାରିକ ଭାବେ ଘୋଷଣା ହୋଇ ନ ଥିବାରୁ ତାଙ୍କୁ କ୍ଷତିପୂରଣ ମିଳିବା ସମ୍ଭବ ନୁହେଁ ବୋଲି କୁହାଯାଉଛି। ଲିଜୀ କ୍ଲିନର ଇନଷ୍ଟାଗ୍ରାମ୍ ପୋଷ୍ଟ ଜରିଆରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଏହାପରେ ଘଟଣାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହେଉଛି। ବିଭିନ୍ନ ମହଲରେ ଟ୍ରମ୍ପ ପ୍ରଶାସନର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଉଛି।

Also Read :- ମହିଳା ଏସିଆ କପ୍ : ସେମିରେ ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ

ଗଣମାଧ୍ୟମକୁ ବୟାନ ଦେଇ ଲିମ୍ବୀ କ୍ଲିନର କହିଛନ୍ତି, ଇରାନ ସହ ଆମେରିକାର ଯୁଦ୍ଧ ବେଳେ ହିଁ ମୋ ସ୍ଵାମୀଙ୍କ ଦେହାନ୍ତ ହୋଇଥିଲା। ତଥାପି ଏହାକୁ ଯୁଦ୍ଧ କୁହାଯାଉ ନାହିଁ। ଗତ ଗୁରୁବାର ହ୍ବାଇଟ ହାଉସର ସାମ୍ବାଦିକ ସମ୍ମିଳନୀରେ ଏହି ମାମଲା ଉଠିଥିଲା। ଉପରାଷ୍ଟ୍ରପତି ଜେ ଡି ଭାନ୍ସ ସଫେଇ ଦେଇ କହିଛନ୍ତି, ଆମେ ପାରୁ ପର୍ଯ୍ୟନ୍ତ ସହାୟତା ଯୋଗାଇବାକୁ ଚାହୁଁଛୁ। ମେଜର କ୍ଲିନରଙ୍କ ପରିବାର ଯେଉଁ କ୍ଷତିପୂରଣ ଲାଗି ହକଦାର ତାହା ପ୍ରଦାନ କରାଯିବ। ଆମେ ମେଜର କ୍ଲିନରଙ୍କ ତ୍ୟାଗ ପାଇଁ କୃତଜ୍ଞ ବୋଲି ସେ କହିଛନ୍ତି ।