ନୂଆଦିଲ୍ଲୀ, ୦୯/୦୯ : ଚଳିତ ମହିଳା ଟି- ଟ୍ୱେଣ୍ଟି ଏସିଆ କପରେ ମଙ୍ଗଳବାର ୟୁଏଇକୁ ୩୪ ରନ୍ ରେ ହରାଇ ବାଂଲାଦେଶ ସେମି ଫାଇନାଲରେ ପ୍ରବେଶ କରିଛି। ଏଥିସହ ସେମି ଫାଇନାଲ ଲାଇନ୍ ଚୂଡ଼ାନ୍ତ ହୋଇଛି। ଆସନ୍ତା ୧୦ ତାରିଖରେ ଭାରତ ଓ ବାଂଲାଦେଶ ଏବଂ ୧୧ ତାରିଖରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ସେମି ଫାଇନାଲ୍ ଖେଳାଯିବ।

ଆଜି ଗ୍ରୁପ୍-ବି’ର ‘କର ବା ମର’ ମୁକାବିଲାରେ ବ୍ୟାଟିଂ ଆମନ୍ତ୍ରଣ ପାଇ ବାଂଲାଦେଶ ୭ ୱିକେଟ୍ ହରାଇ ୧୦୩ରନ୍ କରିଥିଲା। ଦଳ ପକ୍ଷରୁ ଜୁଆଇରିୟା ଫିର୍ଦ୍ଦୋସ ୧୬, ନିଗାର ସୁଲତାନା ୨୩, ଶର୍ମିନ ଅଖତର ୩୮, ନାହିଦା ଅଖତର ଅପରାଜିତ ୧୬ରନ୍ କରିଥିଲେ। ୟୁଏଇ ପକ୍ଷରୁ ସୁରକ୍ଷା କୁଟେ ୧୧ରନ୍ ପ୍ରଦାନ କରି ୩ ୱିକେଟ୍ ନେଇଥିଲେ। ଏହାର ଜବାବରେ ୟୁଏଇ ୯ ୱିକେଟ୍ ବିନିମୟରେ ୬୯ରନ୍ କରିବାକୁ ସକ୍ଷମ ହୋଇଥିଲା।

Also Read :- ଆଉ ଦୁଇ ଦିନ ପରେ ଦୁନିଆ ଦେଖିବ ମଣିଷ-ସିମ୍ପାଜୀ ଲଢ଼େଇ, କିଏ ଜିତିବ ?

ତୀର୍ଥା ସତୀଶ ୧୧ ଓ ହୀନା ୧୮ରନ୍ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟର ୨ ଅଙ୍କ ଛୁଇଁ ପାରିନଥିଲେ। ବାଂଲାଦେଶ ପକ୍ଷରୁ ରାବେୟା ଖାନ୍ ୩ଟି ଏବଂ ମାରୁଫା ଅଖତର, ନାହିଦା ପ୍ରତ୍ୟେକ ୨ଟି, ସୁଲତାନା ଓ ଫହିମା ଖାତୁନ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।