ନୂଆଦିଲ୍ଲୀ: ସାରା ବିଶ୍ୱରେ ତେଲ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ପଥ ହର୍ମୁଜକୁ ବନ୍ଦ କରିଦେଇଛି ଇରାନ୍। ଆମେରିକାର ହମଲା ପରେ ଏହି ନିଷ୍ପତ୍ତି ନେଇଛି ତେହେରାନ। ଏହାରି ଭିତରେ ଆମେରିକା ଯେଉଁ କାରନାମା କରିଛି, ତାହାକୁ ନେଇ ବିଶ୍ୱ ଚକିତ। ହର୍ମୁଜ ବନ୍ଦ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଖୁଲାସା କରିଛନ୍ତି। ଆମେରିକା ଏକ ଗୁପ୍ତ ସାମରିକ ଅଭିଯାନରେ ହର୍ମୁଜରୁ ୧୦୦ ନିୟୁତ ବ୍ୟାରେଲରୁ ଅଧିକ ତେଲ ଅପସାରଣ କରିଛି। ହର୍ମୁଜ୍ ପ୍ରଣାଳୀରୁ ଆମେରିକା 100 ନିୟୁତ ବ୍ୟାରେଲ ତେଲ ଅପସାରଣ କରିବା ଆଶ୍ଚର୍ଯ୍ୟଜନକ।

"ଟ୍ରୁଥ୍ ସୋସିଆଲ" ରେ ସିକ୍ରେଟ୍ ସାମରିକ ଅଭିଯାନ କେମିତି ଥିଲା ଟ୍ରମ୍ପ ଉଲ୍ଲେଖ କରିଛନ୍ତି- "ଗତ ମାସରେ, ମୁଁ ଆମର ମହାନ ଆମେରିକୀୟ ସେନାକୁ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ତୈଳ ଟ୍ୟାଙ୍କର ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଜାହାଜକୁ ସୁରକ୍ଷା ଦେବା ପାଇଁ ଏକ ଗୁପ୍ତ ମିଶନ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲି।

ସେ ଆହୁରି କହିଛନ୍ତି, ୧୦୦ ନିୟୁତ ବ୍ୟାରେଲରୁ ଅଧିକ ତେଲ ହର୍ମୁଜ୍ ପ୍ରଣାଳୀ ଦେଇ ଖୋଲା ବଜାରରେ ପହଞ୍ଚିଛି। 200ରୁ ଅଧିକ ବାଣିଜ୍ୟିକ ଜାହାଜ ସୁରକ୍ଷିତ ଭାବରେ ପାର ହୋଇଛି। ଏହି ଆଶ୍ଚର୍ଯ୍ୟ ସଫଳତା ହାସଲ ହୋଇଛି କାରଣ ଇରାନ ନୁହେଁ, ଯୁକ୍ତରାଷ୍ଟ୍ର ହର୍ମୁଜ୍ ନିୟନ୍ତ୍ରଣ କରେ। ସେମାନଙ୍କର ସାମରିକ ପରାଜୟ ହୋଇଛି। ସେମାନଙ୍କର ଅର୍ଥନୀତି ନଷ୍ଟ ହୋଇଯାଇଛି। ଇରାନର ଖେଳ ଶେଷ ହୋଇଛି।

ଟ୍ରମ୍ପ କହିଥିଲେ ଯେ ଇରାନ ଏହି ଗୁପ୍ତ ମିଶନ ବିଷୟରେ ଅଜ୍ଞ ଥିଲା। ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ୍ ଏହି ଅଭିଯାନ ବିଷୟରେ ଅଧିକ ବିବରଣୀ ପ୍ରଦାନ କରି ଦାବି କରିଥିଲେ ଯେ ଗତକାଲି ରାତିରେ ୨ଟି ଜାହାଜକୁ ସେମାନଙ୍କର ଲାଇଟ୍ ନ ଲଗାଇ ହଟାଇ ଦିଆଯାଇଥିଲା ଏବଂ ଇରାନ ଏହାକୁ ଚିହ୍ନଟ କରିପାରିନଥିଲା କାରଣ ସେମାନଙ୍କର ରାଡାର ନଥିଲା।

ଟ୍ରମ୍ପ୍ କହିଥିଲେ, ମୁଁ ଆଜି ପ୍ରଥମ ଥର ପାଇଁ ଆପଣଙ୍କୁ ଏହା କହୁଛି। ଆମେ ଲକ୍ଷ ଲକ୍ଷ ବ୍ୟାରେଲ ତେଲ ହଟାଇ ଦେଉଛୁ। ପ୍ରତ୍ୟେକ ରାତିରେ, ଆମେ ତେଲ ହଟାଇ ଦେଉଥିଲୁ। ଆମେ ଇରାନରୁ ଲକ୍ଷ ଲକ୍ଷ ବ୍ୟାରେଲ ତେଲ ବହନ କରୁଥିବା ଜାହାଜ ହଟାଇ ଦେଉଥିଲୁ, ଏବଂ ଇରାନର କୌଣସି ସୂଚନା ନଥିଲା।