ତେହେରାନ, ୧୮ /୦୩:ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଇରାନର ଅନ୍ୟତମ ଟପ୍ ନେତା ଅଲୀ ଲାରିଜାନୀ । ଯାହା ତେହେରାନକୁ ଦେଇଛି ବଡ ଝଟକା । ଏହାରି ଭିତରେ ଷ୍ଟ୍ରେଟ୍ ଅଫ୍ ହରମୋଜରେ ଆମେରିକା କଡା ଆକ୍ସନ୍ ନେଇଛି । ଏଠାରେ ଥିବା ଇରାନର ମିସାଇଲ୍ କେନ୍ଦ୍ରକୁ ଆମେରିକା ଆକ୍ରମଣ କରିଛି ।

ୟୁଏସର ବଡ ଦାବି

ୟୁଏସ୍ ଦାବି କରିଛି ଯେ, ଇରାନର ମିସାଇଲ କେନ୍ଦ୍ର ଉପରେ ହଜାର ପାଉଣ୍ଡର ବୋମା ମାଡ଼ ହୋଇଛି। ଏହା ବଙ୍କରକୁ ଧ୍ୱଂସ କରିଦେଇଛି । ଏହି ସବୁ ବଙ୍କରରୁ ଇରାନ ମିସାଇଲ୍ ଆଟାକ୍ କରୁଥିଲା । ତେହେରାନର ତଟବର୍ତ୍ତୀ ଅଞ୍ଚଳରେ ଆମେରିକା ଷ୍ଟ୍ରାଇକ୍ କରିଛି ।

Also Read...ଅଲି ଲାରିଜାନୀ ନିହତ ! ଇରାନକୁ ଲାଗିଲା ସବୁଠୁ ବଡ ଝଟକା..କରିବ କି ଆତ୍ମସମର୍ପଣ ?

କେବଳ ଗୋଟିଏ ନୁହେଁ, ଆମେରିକୀୟ ସେନା ଏକାଧିକ୫୦୦୦ପାଉଣ୍ଡ୍ ଡିପ୍ ପେନେଟ୍ରେଟର୍ ବୋମା ଇରାନର ବିଭିନ୍ନ ମିସାଇଲ୍ କେନ୍ଦ୍ର ଉପରେ ମାଡ କରିଥିଲେ । ଏହି ସବୁ ସ୍ଥାନରେ ଇରାନ ଆଣ୍ଟି ସିପ୍ କ୍ରୁଜ୍ ମିସାଇଲ୍ ନିୟୋଜିତ କରିଥିଲା । ଯାହା ଷ୍ଟ୍ରେଟ୍ ଅଫ୍ ହର୍ମୋଜର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲା ।

ଲାରିଜଜାନୀଙ୍କ ହତ୍ୟା ପରେ ଆକ୍ରମଣ

ପ୍ରଥମେ ଇସ୍ରାଏଲ୍ ସେନା ଇରାନର ଅନ୍ୟତମ ମୁଖ୍ୟ ଚେହେରା ଅଲୀ ଲାରିଜାନୀଙ୍କୁ ହତ୍ୟା କରିଥିଲା । ଏହାପରେ ଆମେରିକା ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ନିକଟରେ ଥିବା ବିଭିନ୍ନ ମିସାଇଲ୍ କେନ୍ଦ୍ରକୁ ଧ୍ୱଂସ କରିଦେଇଛି । ଏହା ଇରାନକୁ ଶକ୍ତ ଝଟକା ବୋଲି କୁହାଯାଉଛି ।

ଲାରିଜାନୀଙ୍କ ମୃତ୍ୟୁ ପରେ ଇରାନରେ ଆଉ ମାତ୍ର ଅଳ୍ପ କେତେଜଣ ମୁଖ୍ୟ ଅଧିକାରୀ ରହିଛନ୍ତି । ସେମାନଙ୍କୁ ହତ୍ୟା କରାଗଲେ ଯୁଦ୍ଧ ଲଢିବାକୁ ତେହେରାନ ସକ୍ଷମ ହେବ ନାହିଁ । ଦେଶ ଏକପ୍ରକାର ନେତୃତ୍ୱବିହୀନ ହୋଇଯିବ । ନୂଆ ସୁପ୍ରିମ ଲିଡର୍ ମୋଜତବା ଖାମେନିଙ୍କୁ ନେଇ ସେତେଟା ସ୍ପଷ୍ଟ ଖବର ଆସୁନି । ସେ ମଧ୍ୟ ସାମ୍ନାକୁ ଆସୁ ନାହାଁନ୍ତି । କେବଳ ବିବୃତ୍ତି ଜାରି କରୁଛନ୍ତି । ତେଣୁ ମୋଜତବା ସୁସ୍ଥ ନଥିବା କୁହାଯାଉଛି । ଏପରି ସ୍ଥିତିରେ ଇରାନ ଅଧିକ ଦିନ ଯୁଦ୍ଧ ଲଢିପାରିବ ନାହିଁ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।