ଉଦଳା : ହଜିଗଲା ମାନବିକତା, ଭୁଲିଗଲେ ଦୟାମାୟା। ବିଚ୍ ରାସ୍ତାରେ ଦୁଇ ନାବାଳକକୁ ଚାପୁଡ଼ା ପରେ ଚାପୁଡ଼ା ମାରିଚାଲିଲେ ଜଣେ ବ୍ୟକ୍ତି। ଏମିତି କି ବେକରେ ତଣ୍ଟିଆ ମଧ୍ୟ ମାରିଥିଲେ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ଉଦଳା ଥାନା ଶାଳମୁଣ୍ଡଳୀ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଗ୍ରାମର ଦୁଇ ୧୧ ବର୍ଷର ନାବାଳକ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଦେଇ ଏକ ଖରାପ ଚାର୍ଜିଙ୍ଗ ବ୍ୟାଟେରୀ ଖେଳିବା ନିମନ୍ତେ ଆଣିଥିଲେ। ହେଲେ ଗ୍ରାମର ରାମଚନ୍ଦ୍ର ସାହୁ ତାଙ୍କ ଜଳଖିଆ ଦୋକାନରୁ ଏହି ଦୁଇ ନାବାଳକ ଖାଇବାକୁ ଯାଇ ବ୍ୟାଟେରୀ ଚୋରି କରି ଆଣିଥିବା ଅଭିଯୋଗ କରିଥିଲେ। ଯାହାକୁ ନେଇ ସମ୍ପୃକ୍ତ ବ୍ୟକ୍ତି ନାବାଳକଙ୍କ ପରିବାର ଲୋକଙ୍କୁ ଜଣାଇବା ପରିବର୍ତ୍ତେ ସେମାନଙ୍କୁ ରାସ୍ତାରେ ଜବରଦସ୍ତି ଅଟକାଇ ଥିଲେ। ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥିଲେ। ଦୁଇ ନାବାଳକଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିବା ସହିତ ତଣ୍ଟିଆ ମାରିଥିଲେ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

Also Read- Nandankanan zoological park: ପର୍ଯ୍ୟଟକଙ୍କ ପାଇଁ ଖୁସିଖବର, ଖୁଆଡ଼ରେ ଛଡ଼ାଗଲା ୧୧ ପ୍ରଜାତିର ୩୬ ନୂଆ ଜୀବଜନ୍ତୁ

ଘଟଣା ବାବଦରେ ନାବାଳକ ମାନେ ଘରେ ଜଣାଇବା ପରେ ପରିବାର ଲୋକେ ଥାନାର ଦ୍ୱାରସ୍ତ ହୋଇଛନ୍ତି। ମାଡ଼ ମାରିଥିବା ବ୍ୟକ୍ତିଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ପ୍ରତିକ୍ରିୟା ଦେବାକୁ ଗଣମାଧ୍ୟମ ସାମ୍ନାରେ ମନା କରି ଦେଇଛନ୍ତି। ଏବେ ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାୱନ ନେଉଛି ତାକୁ ହିଁ ଅପେକ୍ଷା।