ତେହେରାନ, ୧୮ /୦୩:ସରୁନି ଯୁଦ୍ଧ । ଇରାନ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି । କେତେବେଳେ ଇରାନ ତରଫରୁ ଘମାଘୋଟ ମିସାଇଲ୍ ମାଡ ହେଉଛି । ଆଉ କେତେବେଳେ ଆମେରିକା ଏବଂ ଇସ୍ରାଏଲ ଜବାବ ଦେଉଛନ୍ତି । ଏହାମଧ୍ୟରେ ଇରାନକୁ ଲାଗିଛି ବଡ ଝଟକା

ଲାରିଜାନୀ ମୃତ

ରିପୋର୍ଟ ଅନୁସାରେ, ଇରାନର ବରିଷ୍ଠ ସୈନ୍ୟ ଅଧିକାରୀ ତଥା ପ୍ରଭାବଶାଳୀ ନେତା ଅଲୀ ଲାରିଜାନୀ ପ୍ରାଣ ହରାଇଛନ୍ତି । ଏନେଇ ରୟଟର୍ସ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ପ୍ରଥମେ ଏମାମଲାକୁ ନେଇ କେହି ମୁହଁ ଖୋଲୁ ନଥିଲେ । ଏବେ ଇରାନର କିଛି ଗଣମାଧ୍ୟମ ମଧ୍ୟ ଲାରିଜାନୀଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି । କିଛି ଦିନ ପୂର୍ବରୁ ଇସ୍ରାଏଲ ଲାରିଜାନୀଙ୍କୁ ନିପାତ କରିଥିବା ଦାବି କରିଥିଲା ।

Also Read...Middle East War: ଦୁବାଇରେ ପଶିବନି ବିଦେଶୀ ବିମାନ ! ଅବତରଣ ଅନୁମତି ସ୍ଥଗିତ, ଚେତାବନୀ ଦେଲେ ବିଶେଷଜ୍ଞ

ତେବେ ଲାଗିଜାନୀଙ୍କ ମୃତ୍ୟୁକୁ ନେଇ ଇସ୍ରାଏଲ ବଡ ସଫଳତା ବୋଲି କହିଛି । କେବଳ ଲାରିଜାନୀ ନୁହେଁ ଆକ୍ରମଣରେ ଓ୍ୱସିଜ୍ କମାଣ୍ଡର ଗୋଲେମୋରେଜା ସୋଲିମାନୀ ମଧ୍ୟ ପ୍ରାଣ ହରାଇଛନ୍ତି ।

ଟ୍ରମ୍ପଙ୍କ ବୟାନ

ଆମେରିକା ରାଷ୍ଟ୍ରପତି ନିଜ ବୟାନରେ କହିଛନ୍ତି ଯେ, ଇରାନର ସମସ୍ତ ଶୀର୍ଷ ନେତୃତ୍ୱକୁ ଶେଷ କରିଦିଆଯାଇଛି । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଜଣେ ବଡ ଅଧିକାରୀ ପ୍ରାଣ ହରାଇଛନ୍ତି । ଏହି ବ୍ୟକ୍ତିଜଣଙ୍କ ଗତ ଦୁଇ ସପ୍ତାହରେ ହଜାର ହଜାର ନୀରିହ ଜୀବନ ଯିବା ପଛରେ ଦାୟୀ ଥିଲେ ।

ଅଲୀ ଲାରିଜାନୀ କିଏ

ଲାରିଜାନୀ ଇରାନର ରାଜନୀତି ଏବଂ ସୁରକ୍ଷା ବ୍ୟବସ୍ଥାର ଜଣେ ପ୍ରମୁଖ ବ୍ୟକ୍ତି ଥିଲେ । ସେ ସୁପ୍ରିମ୍ ନ୍ୟାଶନାଲ୍ କାଉନସିଲର ପୂର୍ବତନ ମୁଖ୍ୟ, ସଂସଦର ପୂର୍ବତନ ବାଚସ୍ପତି ଏବଂ ସୁପ୍ରିମ ଲିଡରଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ।