ନୂଆଦିଲ୍ଲୀଆଜି ଇରାନ ଉପରେ ସବୁଠାରୁ ବଡ଼ ଆକ୍ରମଣ ହେବ। ଆମେରିକା ସର୍ତ୍ତରେ ରାଜି ହେବାକୁ ବାଧ୍ୟ ହେବ, ସର୍ତ୍ତ ମନାଇବା ପରେ ହିଁ ୱାଶିଂଟନ ମିଶନ ଶେଷ କରିବାକୁ ପ୍ରତିବଦ୍ଧ ହୋଇଛି। ଗୁରୁବାର ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏହି କଡ଼ା ଚେତାବନୀ ଦେଇଛି।

ସାମ୍ବାଦିକଙ୍କୁ ସୂଚନା ଦେବା ବେଳେ ହେଗସେଥ୍ କହିଛନ୍ତି ଯେ ଇରାନ ଯୁଦ୍ଧରେ ନିହତ ଆମେରିକୀୟ ସୈନିକଙ୍କ ମରଶରୀର ଘରକୁ ଫେରାଇ ଅଣାଯିବା ସମୟରେ ସେ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଉପସ୍ଥିତ ଥିଲେ। କାର୍ଯ୍ୟ ସମାପ୍ତ ନହେବା ପର୍ଯ୍ୟନ୍ତ ଅପରେସନ ବନ୍ଦ ନ କରିବାକୁ ମୃତ ସୈନିକଙ୍କ ପରିବାର ପ୍ରଶାସନକୁ ଅନୁରୋଧ କରିଛନ୍ତି ବୋଲି ହେଗସେଥ୍ କହିଛନ୍ତି।

Also read- Saudi, Qatar oil facilities hit by iran: ଏବେ ତୈଳ ଯୁଦ୍ଧ ଆରମ୍ଭ: ସାରା ବିଶ୍ୱର ଅବସ୍ଥା ହେବ ସଂକଟାପନ୍ନ, ନୂଆ ମୋଡ଼ ନେଲା ଇରାନ ଯୁଦ୍ଧ

ଏନେଇ ହେଗ୍‌ସେଥ କହିଛନ୍ତି “ଅବଶ୍ୟ, ଆମ ଏହା ସମାପ୍ତ କରିବୁ। ଆମେ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବୁ।” ତେବେ କିଛି ମିଡିଆ ଯୁଦ୍ଧ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ ବୋଲି ଯେଉଁ ପ୍ରଚାର କରୁଛନ୍ତି ଏହା ସତ ନୁହେଁ। ଆମେରିକା ଆରମ୍ଭରୁ ଗୋଟିଏ ଲକ୍ଷ୍ୟ ରଖିଛି। ଏହାର ସାମରିକ ଶକ୍ତି ନଷ୍ଟ କରିବା ଓ ଇରାନକୁ ପରମାଣୁ ସମ୍ପନ୍ନ କରାଇ ନଦେବା ହେଉଛି ଆମେରିକାର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ପ୍ରତିରକ୍ଷା ସଚିବ ଆହୁରି କହିଛନ୍ତି ଯେ ଆମେରିକା ସେନା ଏପର୍ଯ୍ୟନ୍ତ ଇରାନରେ ୭,୦୦୦ରୁ ଅଧିକ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିଛି ଏବଂ ଗୁରୁବାର ସବୁଠାରୁ ବଡ଼ ଆକ୍ରମଣ କରିବାକୁ ଯାଉଛି। ଇରାନ ଦୁର୍ବଳ ହୋଇଛି ଏବଂ ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ନଷ୍ଟ ହୋଇ ଯାଇଛି ବୋଲି ସେ କହିଛନ୍ତି।

ସେହିଭଳି ଆମେରିକା ସେନା ବିରୁଦ୍ଧରେ ଇରାନର ବାଲିଷ୍ଟିକ ମିସାଇଲ୍ ଏବଂ ୱାନ ୱେ ଡ୍ରୋନ୍ ଆଟାକ ଶକ୍ତି ୯୦% ହ୍ରାସ ପାଇଛି। ଏହିସବୁ ଉତ୍ପାଦନ କରିବାର କ୍ଷମତା ବି ନଷ୍ଟ କରିଦିଆଯିବ ବୋଲି ହେଗସେଥ୍ କହିଛି।

ସେହିଭଳି ଇରାନର ନାଭାଲ ଆଟାକ ନେଇ ହେଗ୍ସେଥ କହିଛନ୍ତି ୧୨୦ଟି ଇରାନୀ ନୌସେନା ଜାହାଜକୁ କ୍ଷତି ପହଞ୍ଚାଯାଇଛି। କିମ୍ବା ବୁଡ଼ାଇ ଦିଆଯାଇଛି। ଆମେରିକା ଏହାର ଉଦ୍ଦେଶ୍ୟ ହାସଲ ନ କରିବା ପର୍ଯ୍ୟନ୍ତ ଏହାର କାର୍ଯ୍ୟ ଜାରି ରଖିବ ବୋଲି ହେଗସେଥ୍ ଦୋହରାଇଛନ୍ତି।