ତେହରାନ: ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନେଇଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟରେ ଭାରତ ପକ୍ଷରୁ ସରକାରୀ ପ୍ରତିନିଧି ଯୋଗଦେବା ପରେ ଇରାନ ଭାରତକୁ ଧନ୍ୟବାଦ ଜଣାଇଛି। ସେପଟେ ଆମେରିକାର କୂଟନୈତିକ ଚାପ ଯୋଗୁ ଅତିକମରେ ୧୩ଟି ଦେଶ ନିଜ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନିଙ୍କ ଅନ୍ତିମଯାତ୍ରାରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଏମାନଙ୍କ ମଧ୍ୟରୁ କିଛି ପ୍ରତିନିଧିମଣ୍ଡଳକୁ ପ୍ରତ୍ୟାହାର କରିନେଇଥିଲେ। କିଛି ପଛଘୁଞ୍ଚା ଦେଇଥିଲେ ବୋଲି ଇରାନର ଅର୍ଦ୍ଧ-ସରକାରୀ ତସନିମ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ପ୍ରକାଶ କରିଛି।

ତମନିସ ନ୍ୟୁଜ ଅନୁସାରେ, ଆମେରିକାର ବିଦେଶମନ୍ତ୍ରୀ ମାର୍କୋ ରୁବିଓ ବ୍ୟକ୍ତିଗତ ଭାବେ କିଛି ଆରବ ଦେଶକୁ କଲ୍ କରି ଇରାନର ସର୍ବୋଚ୍ଚ ନେତାଙ୍କ ଶେଷକୃତ୍ୟରେ ଯୋଗ ନଦେବାକୁ ଅନୁରୋଧ କରିଥିଲେ। ଏହି କାରଣରୁ ଦୁଇଟି ଗଲ୍ଫ ଦେଶ ସମେତ ମୋଟ ୧୩ଟି ଦେଶ ନିଜ ପ୍ରତିନିଧିତ୍ୱକୁ ସୀମିତ କରିଥିଲେ ବୋଲି କୁହାଯାଇଛି।

ଅନ୍ୟପଟେ, ଭାରତୀୟ ପ୍ରତିନିଧିମଣ୍ଡଳ ଉପସ୍ଥିତ ଥିବାରୁ ଭାରତରେ ଥିବା ଇରାନ ଦୂତାବାସ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ବାର୍ତ୍ତା ପୋଷ୍ଟ କରି ଭାରତ ସରକାର ଓ ଭାରତୀୟ ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛି। ଦୂତାବାସ କହିଛି ଯେ, ଭାରତର ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ, ସାଂସ୍କୃତିକ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ପ୍ରତୀକ ଏବଂ ଏହି ସଦଭାବକୁ ଇରାନ କେବେ ଭୁଲିବ ନାହିଁ।

Also Read- French President: ଦାମସ୍କସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ବୋମାମାଡ଼, ବିସ୍ଫୋରଣ ପରେ ଇମାନୁଏଲ ମାକ୍ରନ୍ ସୁରକ୍ଷିତ..

ଇରାନ ଦୂତାବାସ ପକ୍ଷରୁ ଏକ୍ସରେ ପୋଷ୍ଟ କରି ଲେଖାଯାଇଛି "ଭାରତ ସାଧାରଣତନ୍ତ୍ରରେ ଥିବା ଇସ୍ଲାମିକ୍ ରିପବ୍ଲିକ୍ ଅଫ୍ ଇରାନର ଦୂତାବାସ, ଭାରତର ବନ୍ଧୁତ୍ୱପୂର୍ଣ୍ଣ ସରକାର ଏବଂ ଭାରତର ଜନସାଧାରଣଙ୍କ ପ୍ରତି ହୃଦୟରୁ କୃତଜ୍ଞତା ଓ ଆନ୍ତରିକ ଧନ୍ୟବାଦ ଜଣାଉଛି। ବିଶେଷକରି ଭାରତ ସରକାର ଓ ଭାରତୀୟ ଜନସାଧାରଣଙ୍କ ପକ୍ଷରୁ ଶେଷକୃତ୍ୟରେ ଯୋଗଦେଇ ଇସ୍ଲାମିକ୍ ରିପବ୍ଲିକ୍ ଅଫ୍ ଇରାନର ଶହୀଦ ସର୍ବୋଚ୍ଚ ନେତା, ମହାମହିମ ଆୟତୋଲ୍ଲା ସୟେଦ ଅଲି ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ସରକାରୀ ପ୍ରତିନିଧିମଣ୍ଡଳଙ୍କୁ ଆମେ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଜଣାଉଛୁ।”

ସୂଚନା ଥାଉକି ଇରାନରେ ଅୟୋତୁଲ୍ଲା ଅଲି ଖାମେନିଙ୍କଜାତୀୟସ୍ତରୀୟ ଅନ୍ତିମ ସଂସ୍କାରରେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବିହାର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଆତା ହାସନେନ୍ (ଅବସରପ୍ରାପ୍ତ) ଥିଲେ। ସରକାରୀ ପ୍ରତିନିଧିମଣ୍ଡଳୀ ସହିତ ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି, ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସଲମାନ ଖୁର୍ସିଦ ଏବଂ ଭାରତରେ ବିଭିନ୍ନ ଧର୍ମ ପରମ୍ପରାର ପ୍ରତିନିଧିତ୍ୱ କରୁଥିବା ଧାର୍ମିକ ନେତାମାନଙ୍କ ସମେତ ଅନେକ ଭାରତୀୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହାକୁ ନେଇ ଇରାନ ଦୂତାବାସ କହିଛି "ଇରାନର ଲୋକମାନେ ବନ୍ଧୁତା, କରୁଣା ଏବଂ ହୃଦୟସ୍ପର୍ଶୀ ସମ୍ମାନର ଏହି ପ୍ରଦର୍ଶନକୁ କେବେ ଭୁଲିପାରିବେ ନାହିଁ,  ଇସଲାମିକ ଗଣରାଜ୍ୟ ଇରାନ ଏବଂ ଭାରତ ଗଣରାଜ୍ୟ ମଧ୍ୟରେ ସ୍ଥାୟୀ ସମ୍ପର୍କର ଏକ ମୂଲ୍ୟବାନ ପ୍ରମାଣ।"  ଏହା ଆମ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ବନ୍ଧୁତାକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ମୂଲ୍ୟବାନ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ ବୋଲି ଇରାନ କହିଛି।

ତେବେ ଭାରତ ସହିତ ଇରାନ ସବୁବେଳେ ଏମିତି ଘନିଷ୍ଟ ହୋଇ ରହିବା ମଧ୍ୟପ୍ରାଚ୍ୟରେ ବଦଳୁଥିବା କୂଟନୈତିକ ସମୀକରଣର ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ବୋଲି ମନେ କରାଯାଉଛି। ଭାରତର ଉପସ୍ଥିତି ଉଭୟ ଦେଶ ମଧ୍ୟରେ ଦୀର୍ଘଦିନର କୂଟନୈତିକ ସମ୍ପର୍କକୁ ପୁଣିଥରେ ସ୍ପଷ୍ଟ କରିଛି।