ନୂଆଦିଲ୍ଲୀ: ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନ ପୂର୍ବରୁ ବଡ଼ ଖବର ସାମ୍ନାକୁ ଆସିଛି । ଇରାନର ବୈଦେଶିକ ମନ୍ତ୍ରଣାଳୟ ଆଲୋଚନାରେ ଅଂଶଗ୍ରହଣ କରିବାକୁ ମନା କରିଦେଇଛି । ଆମେରିକା ବ୍ଲେମ ଗେମ୍ ଖେଳୁଛି, ଆଉ ଆଲୋଚନା ପାଇଁ ଯୋଜନା ନାହିଁ ବୋଲି କହିଛି ଇରାନର ବୈଦେଶିକ ମନ୍ତ୍ରଣାଳୟ । ଇରାନ ସ୍ପଷ୍ଟ ଭାବରେ କହିଛି ଯେ, ଆମେରିକା ସହିତ ନୂଆ ଆଲୋଚନା ପାଇଁ ଏହାର କୌଣସି ଯୋଜନା ନାହିଁ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତୁତି ଚାଲି ନାହିଁ।

ଆମେରିକା ଶାନ୍ତି ଆଲୋଚନା ପ୍ରତି ଗମ୍ଭୀର ନାହିଁ ଏବଂ ବାରମ୍ବାର ଯୁଦ୍ଧବିରତି ଉଲ୍ଲଂଘନ କରୁଛି ବୋଲି ଇରାନ ଅଭିଯୋଗ କରିଛି । ବାଘାଇ କହିଛନ୍ତି ଯେ, ଆମେରିକାର କଥା ଏବଂ କାର୍ଯ୍ୟ ପରଷ୍ପର ବିରୋଧୀ । ଆମେରିକା ଲଗାତାର ଇରାନକୁ ଦୋଷ ଦେଉଛି।

Also Read: Trump Viral Video: 'ହେ ପ୍ରଭୁ ଟ୍ରମ୍ପଙ୍କୁ ଉଠାଇ ନିଅ...', ପାଦ୍ରୀଙ୍କ ଏହି ପ୍ରାର୍ଥନା ଶୁଣି ହସି ହସି ଗଡ଼ିଲେ ଭକ୍ତ...

ଆମେରିକା ବିରୋଧରେ ଅଭିଯୋଗ

ଇରାନ ଅନୁଯାୟୀ, ଆମେରିକା ଲେବାନନ ଚୁକ୍ତିନାମାକୁ ଠିକ୍ ଭାବରେ ପାଳନ କରିନାହିଁ ଏବଂ ତାର ଦାୟିତ୍ୱରୁ ଓହରିଯାଇଛି। ଏହା ବ୍ୟତୀତ, ଆମେରିକା ଇରାନ ଉପରେ ଏକ ସାମୁଦ୍ରିକ ଅବରୋଧ କରିବାକୁ ଚେଷ୍ଟା କରି ଯୁଦ୍ଧବିରତି ଉଲ୍ଲଂଘନ କରୁଛି। ଇରାନ ଏହା ମଧ୍ୟ ଅଭିଯୋଗ କରିଛି ଯେ, ଆମେରିକୀୟ ସେନା ଏକ ଇରାନୀ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ କରିଛି । ଏହା ଅନ୍ତର୍ଜାତୀୟ ନିୟମ ଉଲ୍ଲଂଘନ କରୁଛି। ବାଘାଇ କହିଛନ୍ତି ଯେ, ଆମେରିକା ପୂର୍ବରୁ ଆଲୋଚନା ସମୟରେ ଆକ୍ରମଣ କରିଛି ଏବଂ ଇରାନ ଏହାକୁ ଭୁଲିନାହିଁ। ଏହି ସବୁ ପ୍ରସଙ୍ଗ ପାକିସ୍ତାନ ମାଧ୍ୟମରେ ଆମେରିକାକୁ ଅବଗତ କରାଇ ଦିଆଯାଇଛି । ହେଲେ ଓ୍ବାଶିଂଟନର ମତ ଅପରିବର୍ତ୍ତିତ ରହିଛି ବୋଲି ବାଘାଇ ଅଭିଯୋଗ କରିଛନ୍ତି ।

ଆମେରିକା ଉପରେ ଭରସା ନାହିଁ: ଇରାନ

ଇସଲାମାବାଦରେ ଆଲୋଚନା ପାଇଁ ଇରାନ ୧୦ଟି ପ୍ରସ୍ତାବ ଦେଇଥିଲା । କିନ୍ତୁ ଆମେରିକାର କାର୍ଯକଳାପ ବିଶ୍ବାସଯୋଗ ନୁହେଁ ବୋଲି ଇରାନ କହିଛି । ତେହେରାନ ଦାବି କରିଛି ଯେ, ହର୍ମୁଜ୍ ପ୍ରଣାଳୀ ପୂର୍ବରୁ ସୁରକ୍ଷିତ ଥିଲା, କିନ୍ତୁ ଆମେରିକା ଏବଂ ଇସ୍ରାଏଲ କାର୍ଯ୍ୟକଳାପ ପରେ ପରିସ୍ଥିତି ଆହୁରି ଖରାପ ହୋଇଗଲା। ଇସମାଇଲ ବାଘାଇ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ଆମେରିକା କିମ୍ବା ଇସ୍ରାଏଲ ଆଉ ଥରେ ଆକ୍ରମଣ କରନ୍ତି, ତେବେ ଇରାନର ସେନା ଏହାର ଜବାବ ଦେବ। ଇରାନ ତାର ଜାତୀୟ ସ୍ୱାର୍ଥକୁ ରକ୍ଷା କରିବା ଜାରି ରଖିବ। ଇରାନ ସ୍ପଷ୍ଟ କରିଦେଇଛି ଯେ, ଯେପର୍ଯ୍ୟନ୍ତ ବିଶ୍ୱାସ ପୁନଃସ୍ଥାପିତ ନହୁଏ, ସେପର୍ଯ୍ୟନ୍ତ ଆମେରିକା ସହିତ ଆଲୋଚନା ଅସମ୍ଭବ।