ଭୁବନେଶ୍ୱର ୨୫।୦୫ : ବରିଷ୍ଠ ଆଇପିଏସ୍‌ ଦୟାଲ ଗଙ୍ଗଓ୍ୱାରଙ୍କ ବଦଳି । ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାରଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି।  ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି  ପ୍ରକାଶ ପାଇଛି । ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ।

ଖବର ଅନୁଯାୟୀ, ମେ ୭ ତାରିଖରେ ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ପିଟି ପିଟି ହତ୍ୟା କରିଥିଲେ । ଏହି ମାମଲାରେ ପୋଲିସ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିସାରିଛି । ହେଲେ ଏହି ଘଟଣାରେ ସବୁଠୁ ଅଧିକ ବିବାଦୀୟ ହୋଇପଡିଥିଲେ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗଓ୍ୱାର । ଏହି ବରିଷ୍ଠ ଆଇପିଏସଙ୍କ ନାଁରେ ପରିବାର ପକ୍ଷରୁ ଆଣିଥିଲେ ସଙ୍ଗୀନ ଅଭିଯୋଗ । ହେଲେ ଅଭିଯୋଗରେ କେତେ ସତ, କେତେ ମିଛ । ତା ବିଷୟରେ ସବିଶେଷ ତଥ୍ୟ ମିଳିନାହିଁ ।

Also Read:-Odisha Politics : ବିଜେଡିରେ କମ୍ପନ, ଦଳ ଛାଡ଼ିବେ ଦେବାଶିଷ ! ବିଜେପିରେ ମିଶିବା ନେଇ ଚର୍ଚ୍ଚା

ତେବେ ଏସବୁ ଭିତରେ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗଓ୍ୱାରଙ୍କୁ ବଦଳି କରାଯାଇଛି । ଦୟାଲ ଗଙ୍ଗୱାରଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି । ଦୟାଲ ଗଙ୍ଗଓ୍ୱାରଙ୍କ ବଦଳି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।