ଝାରସୁଗୁଡ଼ା ୨୫।୫: ଭଡ଼ା ଘରେ ଚାଲିଥିବା IPL ବେଟିଂ । ଅତର୍କିତ ଚଢାଉ କଲା ପୋଲିସ । ମ୍ୟାଚ୍ ଚାଲିଥିଲା l ବିପୁଳ ଟଙ୍କାର ବେଟ୍ ଲାଗିଥିଲା l ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧୀଛକ ଏବଂ ରାମପୁର ଅଞ୍ଚଳର ଅନଲାଇନ ମଧ୍ୟମରେ ଚାଲିଥିଲା IPL ବେଟିଂ ।

ବ୍ରଜରାଜନଗର ପୋଲିସର ଦୁଇଟି ଟିମ୍ ଚଢ଼ାଉ କରି ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫ ଲକ୍ଷ ୯ ହଜାର ୧୦୦ ନଗଦ ଟଙ୍କା ଜବତ କରିଛି  l ଏହାସହ ଅନଲାଇନରେ ୩ ଲକ୍ଷ ୭୦ ହଜାର ଟଙ୍କା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଫ୍ରିଜ୍ କରିଛି ପୋଲିସ l ୨ଟି ଲାପଟପ, ୪୧ଟି ମୋବାଇଲ ଫୋନ, ୨ଟି କାର୍ ଜବତ କରିଛି ପୋଲିସ l ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ବୁକି ସୁନ୍ଦରଗଡ଼ ରାଜଗାଙ୍ଗପୁରର ରାହୁଲ ସାହୁ ଓ ସ୍ଥାନୀୟ ଅଂଚଳର ଗୋବିନ୍ଦ ଦାସ ମହନ୍ତ, ଆକାଶ ଶ୍ରୀବାସ୍ତବ, ବିଶାଲ କୁମାର ରବି, ଭୀମ କୁମାର ରାମ, ମନୁ ସିଂ, ଶଙ୍କର ପ୍ରସାଦ ରାମ, ରାଜୀବ କୁମାର ବୋଲି ପୋଲିସ ସୂଚନା ଦେଇଛି l ଏହାର ମାଷ୍ଟର ମାଇଣ୍ଡ କିଏ ସେନେଇ ତଦନ୍ତ ଚଲାଇଛି ପୋଲିସ l

Also Read:- SIRରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ଦାବି କଲା ବିଜେଡି, CEOଙ୍କୁ ଭେଟିଲେ ପ୍ରତିନିଧି ଟିମ୍

ଅଭିଯୁକ୍ତମାନେ IPL ବେଟିଂ ପାଇଁ କ୍ରିକେଟ ଲାଇଭ ଆପର ଦୁର୍ବ୍ୟବହାର କରୁଛନ୍ତି l ଲୋକଙ୍କୁ ଅଳ୍ପ ସମୟରେ ଅଧିକ ଅର୍ଥ  ରୋଜଗାରର ପ୍ରଲୋଭନ ଦେଖାଇ  ଦେଖା ଅନଲାଇନ IPL ବେଟିଂ କାରବାର ଚଳାଉଛନ୍ତି ମାଷ୍ଟର ମାଇଣ୍ଡ l ଖୁବଶୀଘ୍ର ମାଷ୍ଟର ମାଇଣ୍ଡକୁ ଗିରଫ କରାଯିବ ବୋଲି ଝାରସୁଗୁଡା ଏସପି ଜି ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି l