ନୂଆଦିଲ୍ଲୀ, ୦୫/୦୪ : ରବିବାର ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ଖେଳାଯାଉଛି । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ବେଙ୍ଗାଲୁରୁ । ଦଳ ୨୫୦ ରନର ବିଶାଳ ସ୍କୋର୍ କରିଛି । ଟିମ୍ ଡେଭିଡ୍, ଫିଲ୍ ସଲଟ୍, ରଜତ ପାଟିଦାର ଏବଂ ଡେବଦତ୍ତ ପାଡିକଲଙ୍କ ବିସ୍ଫୋରକ ବ୍ୟାଟିଂରେ ଆରସିବି ଏତେ ବଡ ସ୍କୋର ଛିଡା କରିଛି । ତେବେ ବିରାଟ କୋହଲି ୨୮ ରନ୍ କରିଥିଲେ । ସେ ୧୮ ବଲ ଖେଳିଥିଲେ ବି ୨ ଚଉକା ଏବଂ ଗୋଟିଏ ବିଶାଳ ଛକା ଲଗାଇଥିଲେ ।

୨୮ ରନରେ ବଡ ରେକର୍ଡ୍

ବିରାଟ ସିଏସକେ ବିପକ୍ଷରେ ୨୮ ରନ୍ କରିଥିଲେ । କିନ୍ତୁ ଏହି ରନ୍ ସହ ସେ ଏକ ବଡ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହାସହ ଆଇପିଏଲରେ କୌଣସି ଗୋଟିଏ ଟିମ୍ ବିପକ୍ଷରେ ସର୍ବାଧିକ ରନ୍ କରିଥିବା ବ୍ୟାଟର୍ ହୋଇଛନ୍ତି ।

ବିରାଟ ଚେନ୍ନାଇ ବିପକ୍ଷରେ ଏବେସୁଦ୍ଧା ୩୭ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ଏହି ସବୁ ମ୍ୟାଚରେ ସେ ୩୭.୧୨ ଆଭରେଜରେ ୧୧୮୮ ରନ୍ କରିଛନ୍ତି । ଏଥିରେ ୧୦ଟି ଅର୍ଧଶତକ ସାମିଲ ରହିଛି । ଏହାପୂର୍ବରୁ ଟି୨୦ କ୍ରିକେଟରେ କୌଣସି ଟିମ୍ ବିପକ୍ଷରେ ସର୍ବାଧିକ ମୋଟ୍ ରନ୍ କରିବା ରେକର୍ଡ୍ ରୋହିତ ଶର୍ମାଙ୍କ ନାଁରେ ଥିଲା । ରୋହିତ କୋଲକାତା ବିପକ୍ଷରେ ୩୬ଟି ଟି୨୦ ମୁକାବିଲାରେ ୪୦.୦୩ ଆଭରେଜରେ ୧୧୬୧ ରନ୍ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଏବଂ ୭ଟି ଅର୍ଧଶତକ ରହିଛି । ତେବେ ରୋହିତଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ମାତ୍ର ୨ ରନ୍ ଦରକାର ଥିଲା । ଯାହା ବିରାଟ ପ୍ରଥମ ଓଭରରେ ହାସଲ କରିନେଇଥିଲେ ।

Also Read :-IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ ଦେଲେ ସବୁଠୁ କମ, ଭାଙ୍ଗିଲେ ଏହି ଖେଳାଳିଙ୍କ ରେକର୍ଡ

ବର୍ଷ ବର୍ଷର ରେଜଲ୍ଟ୍

ବିରାଟ ଚେନ୍ନାଇ ବିପକ୍ଷରେ କେବଳ ଗୋଟିଏ ସିଜିନରେ ନୁହେଁ ବରଂ ବର୍ଷ ବର୍ଷ ଖେଳି ହାସଲ କରିଛନ୍ତି । ପ୍ରତିବର୍ଷ ସେ ଆଇପିଏଲରେ ଭଲ ପ୍ରଦର୍ଶନ କରିଥାନ୍ତି । ତେବେ ବିରାଟଙ୍କ ଏହି ରେକର୍ଡ ପ୍ରମାଣିତ କରୁଛି ଯେ ମହାନତା କେବଳ ରନ୍ କରିବାରେ ନୁହେଁ ବରଂ ଦୀର୍ଘ ବର୍ଷ ଧରି ଲଗାତାର ଦମଦାର୍ ପ୍ରଦର୍ଶନରେ ମିଳିଥାଏ ।