ନୂଆଦିଲ୍ଲୀ: IPL 2026 ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (KKR)ର ଅଡ଼ୁଆ ବଢ଼ିବାରେ ଲାଗିଛି । ଦଳର ଗୋଟିଏ ପରେ ଗୋଟିଏ ଦ୍ରୁତ ବୋଲର ଆଇପିଏଲରୁ ଆଉଟ ହେଉଛନ୍ତି । ହର୍ଷିତ ରାଣାଙ୍କ ପରେ ମାଥିଶା ପାଥିରାନା, ଏବେ ଆକାଶ ଦୀପ ଖେଳିବେନି ଆଇପିଏଲ । ମାଥିଶା ପାଥିରାନା ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପାଖରୁ ଅନୁମତି ପାଇନାହାନ୍ତି । କ୍ରିକ୍ବଜ୍ରେ ପ୍ରକାଶିତ ଖବର ଅନୁସାରେ, ଆକାଶ ଦୀପ ୨୦୨୬ ଆଇପିଏଲ ଖେଳିବେ ନାହିଁ ।

ଅଡ଼ୁଆରେ କେକେଆର

କୋଲକାତା ନାଇଟ୍ ରାଇଡର୍ସ ସବୁଠାରୁ ବଡ଼ ପର୍ସ ସହିତ ମିନି ନିଲାମରେ ପ୍ରବେଶ କରିଥିଲା। ଦଳ କ୍ୟାମେରନ ଗ୍ରୀନ୍ ଏବଂ ମାଥିଶା ପାଥିରାନାଙ୍କ ଭଳି ଶ୍ରେଷ୍ଠ ଖେଳାଳିଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଥିଲା । କିନ୍ତୁ ବର୍ତ୍ତମାନ, ସେହି KKR ଦଳ ସବୁଠାରୁ ଦୁର୍ବଳ ମନେ ହେଉଛି। ହର୍ଷିତ ରାଣାଙ୍କ ପରେ, ଦ୍ରୁତ ବୋଲର ଆକାଶଦୀପ ମଧ୍ୟ IPL 2026 ରୁ ବାଦ ପଡ଼ିଛନ୍ତି। କ୍ରିକବଜ୍ ଅନୁଯାୟୀ, ଆକାଶ ଦୀପ ଆଗାମୀ ସିଜନରେ ଗୋଟିଏ ବି ମ୍ୟାଚ୍ ଖେଳିପାରିବେ ନାହିଁ। କୋଲକାତା ନାଇଟ୍ ରାଇଡର୍ସର ଜଣେ ଅଧିକାରୀ କହିଛନ୍ତି ଯେ, ଆକାଶ ଦୀପଙ୍କୁ IPL 2026 ରୁ ବାଦ ଦିଆଯାଇଛି। ମିନି ନିଲାମରେ KKR ଆକାଶଦୀପଙ୍କୁ ୧ କୋଟି ଟଙ୍କାରେ କିଣିଥିଲା।

KKRର ଟେନସନ୍ ବଢିଲା

କୋଲକାତା ନାଇଟ୍ ରାଇଡର୍ସ ପାଇଁ ଅସୁବିଧା କମିବାର ନାଁ ଧରୁନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ସମୟରେ ଆଘାତ ପାଇବା ପରେ ହର୍ଷିତ ରାଣା ଆଇପିଏଲରୁ ବାଦ୍ ପଡ଼ିଛନ୍ତି। ସେହିଭଳି ମାଥିଶା ପଥିରାନାଙ୍କୁ ଏପର୍ଯ୍ୟନ୍ତ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରୁ ମଞ୍ଜୁରୀ ମିଳିନାହିଁ। ପାଥିରାନାକୁ କେକେଆର ୧୮ କୋଟି ଟଙ୍କାରେ କିଣିଥିଲା । ତେଣୁ, ପାଥିରାନା ମଧ୍ୟ ଉଦଘାଟନୀ ମ୍ୟାଚ୍ ଖେଳିପାରିବେ ନାହିଁ। ଏହାରି ମଧ୍ୟରେ, ଆକାଶ ଦୀପ ମଧ୍ୟ ଦଳରୁ ବାଦ ପଡ଼ିଛନ୍ତି । ଫଳରେ କେକେଆର ପାଇଁ ଅଡ଼ୁଆ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୮ରୁ କେକେଆର ନିଜର ଅଭ୍ୟାସ ଆରମ୍ଭ କରିସାରିଥିବା ବେଳେ ଆକାଶ ଦୀପଙ୍କ ଦେଖା ନାହିଁ । ସେ ବେଙ୍ଗାଲୁରୁର ସେଣ୍ଟର ଅଫ ଏକ୍ସଲେନ୍ସରେ ଥିବା କୁହାଯାଉଛି । ତେବେ ସେ କିଭଳି ଆହତ ହେଲେ, ସେନେଇ ସ୍ପଷ୍ଟ ସୂଚନା ନାହିଁ । ଆକାଶ ଦୀପ ଏମିତି ଜଣେ ପ୍ଲେୟାର, ଯିଏ କି ଅନେକ ସମୟରେ ଆହତ ହେଉଛନ୍ତି ଏବଂ ମ୍ୟାଚ ଖେଳିବାରୁ ବଞ୍ଚିତ ହେଉଛନ୍ତି । ୨୦୨୨ରୁ ଆଇପିଏଲ ଡେବ୍ୟୁ କରିବା ପରଠୁ ସେ କେବଳ ୧୪ଟି ମ୍ୟାଚ୍ ଖେଳିଛନ୍ତି ଏବଂ ୧୦ଟି ଓ୍ବିକେଟ ନେଇଛନ୍ତି । ୨୦୨୫ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ତାଙ୍କୁ ୮ କୋଟି ଟଙ୍କାରେ କିଣିଥିଲା । କିନ୍ତୁ ୨୦୨୬ ଆଇପିଏଲ ପୂର୍ବରୁ ଦଳରୁ ରିଲିଜ୍ କରି ଦେଇଥିଲା ।