ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୬ରେ ଖେଳାଯିବ ହାଇଭୋଲଟେଜ୍ ମୁକାବିଲା। ଏହି ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ। ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହୋଇପାରେ। ଆରସିବି ଚାରୋଟି ମ୍ୟାଚରୁ ତିନୋଟି ଜିତି ଅଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଲକ୍ଷ୍ନୌ ଚାରୋଟି ମ୍ୟାଚରୁ ଦୁଇଟି ଜିତି ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି।

ହେଡ ଟୁ ହେଡରେ କିଏ ଆଗରେ ?

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଅନୁଷ୍ଠିତ ହେଡ୍-ଟୁ-ହେଡ୍ ମ୍ୟାଚରେRCB ର ପଲ୍ଲା ଭାରି ରହିଛି। RCB ଲକ୍ଷ୍ନୌକୁ ଚାରି ଥର ପରାସ୍ତ କରିଥିବା ଲକ୍ଷ୍ନୌ କେବଳ ଦୁଇ ଥର ବେଙ୍ଗାଲୁରୁକୁ ପରାସ୍ତ କରିବାରେ ସଫଳ ହୋଇଛି। ଆଶ୍ଚର୍ଯ୍ୟଜନକ ହେଲା ଲକ୍ଷ୍ନୌ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଉଭୟ ଥର RCB କୁ ପରାସ୍ତ କରିଛି।

Also Read: ଫିଟିଲା ବାଟ, ଖୁବଶୀଘ୍ର ସିନିୟର ଟିମ୍ ପାଇଁ ଡେବ୍ୟୁ କରିବେ ବୈଭବ ସୂର୍ଯ୍ୟବଂଶୀ...

ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ପିଚ୍

ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ପିଚକୁ ବୋଲରଙ୍କ କବରସ୍ଥାନ ବୋଲି କୁହାଯାଏ। ଏହାକୁ ବ୍ୟାଟରଙ୍କ ଭୂସ୍ଵର୍ଗ ବୋଲି କୁହାଯାଏ। ଏଠାରେ ୨୦୦ ରନ ସ୍କୋର କରିବା ବହୁତ ସହଜ ହୋଇଥାଏ। ଉଲ୍ଲେଖନୀୟ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ IPL 2026ରେ ଏପର୍ଯ୍ୟନ୍ତ ୨୦୦ ରନ କରିପାରି ନାହିଁ। ଅନ୍ୟପଟେ RCB ସମସ୍ତ ଚାରିଟି ମ୍ୟାଚରେ ୨୦୦ ରନ ସ୍କୋର ଅତିକ୍ରମ କରିଛି। ଏହିପିଚରେ ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରେ।

ମ୍ୟାଚ୍ ପୂର୍ବାନୁମାନ

ଏହି ମ୍ୟାଚରେ ଆରସିବିର ପଲ୍ଲା ନିଶ୍ଚିତ ରୂପେ ଭାରି ରହିବ। ଯଦିଓ ବେଙ୍ଗାଲୁରୁ ଘରୋଇ ପଡ଼ିଆରେ ଲକ୍ଷ୍ନୌ ବିପକ୍ଷରେ କେବେ ମ୍ୟାଚ୍ ଜିତି ନାହିଁ, ତଥାପି ବର୍ତ୍ତମାନ ଫର୍ମରେ ଥିବା ଆରସିବି ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ।

Also Read:  ସୂର୍ଯ୍ୟଙ୍କ ହାତରୁ ଯିବ ଅଧିନାୟକ ପଦ, ଟିମ୍ ଇଣ୍ଡିଆରୁ ବି ହେବେ ବାହାର ?

ଆରସିବିର ସମ୍ଭାବ୍ୟ ଏକାଦଶ: ଫିଲ୍ ସଲ୍ଟ, ବିରାଟ କୋହଲି, ଦେବଦତ୍ତ ପାଡିକଲ, ରଜତ ପାଟିଦାର (ଅଧିନାୟକ), ଟିମ୍ ଡେଭିଡ, ଜିତେଶ ଶର୍ମା (ୱିକେଟ୍ କିପର), ରୋମାରିଓ ଶେଫାର୍ଡ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ରସିଖ ସଲାମ ଏବଂ ଯାକବ ଡଫି / ଜୋଶ ହାଜଲେଉଡ୍।

ଇମ୍ପାକ୍ଟ ପ୍ଲେୟାର: ସୁୟାଶ ଶର୍ମା 

ଲକ୍ଷ୍ନୌ ସୁପର ଜାଏଣ୍ଟସ: ଆଡନ ମାରକ୍ରମ, ମିଚେଲ ମାର୍ଶ, ଋଷଭ ପନ୍ତ (ଅଧିନାୟକ/ ୱିକେଟ୍ କିପର), ଆୟୁଷ ବାଦୋନି, ନିକୋଲାସ ପୂରନ, ଅବଦୁଲ ସମାଦ, ମୁକୁଲ ଚୌଧୁରୀ, ଜର୍ଜ ଲିଣ୍ଡେ, ମହମ୍ମଦ ଶାମି, ଅଭେଶ ଖାନଏବଂ ଦୀଗବିଜୟ ସିଂ ରାଠୀ।

ଇମ୍ପାକ୍ଟ ପ୍ଲେୟାର: ମୋହସିନ ଖାନ/ପ୍ରିନ୍ସ ଯାଦବ/ମୟଙ୍କ ଯାଦବ