ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ରଜତ ପାଟିଦାରଙ୍କ ନାଁରେ ରେକର୍ଡ ଯୋଡ଼ି ହୋଇଛି । ଆଇପିଏଲ୍ ଇତିହାସରେ ସବୁଠାରୁ ଦ୍ରୁତତମ ଭାରତୀୟ ବ୍ୟାଟର ଭାବେ ୧୦୦ଟି ଛକା ମାରିବାରେ ରେକର୍ଡ କରିଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ରଜତ ପତିଦାର ୩୯ ବଲରୁ ୫୬ ରନର ଲଢ଼ୁଆ ଇନିଂସ ଖେଳିଥିଲେ । ପାଟିଦାର ନିଜର ୫୦ତମ ଆଇପିଏଲ୍ ଇନିଂସରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ସେ ମାତ୍ର ୯୩୩ଟି ବଲ୍‌ ଖେଳି ୧୦୦ଟି ଛକା ପୂରଣ କରିଛନ୍ତି, । ପୂର୍ବତନ ଆରସିବି ତାରକା କ୍ରିସ୍ ଗେଲ୍‌ଙ୍କ (୯୪୩ ବଲରୁ ୧୦୦ ଛକା) ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛି । ଏହି ସଫଳତା ସହ ସେ ଶିବମ ଦୁବେଙ୍କ (୫୯ ଇନିଂସ) ରେକର୍ଡ ଭାଙ୍ଗି ସବୁଠାରୁ ଦ୍ରୁତତମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି । ଆଇପିଏଲ୍ ଇତିହାସରେ ସେ ଆନ୍ଦ୍ରେ ରସେଲ ଓ ନିକୋଲାସ ପୁରନଙ୍କ ପରେ ତୃତୀୟ ଦ୍ରୁତତମ ଖେଳାଳି ହୋଇଛନ୍ତି ।

ଆଇପିଏଲ୍‌ରେ ସବୁଠାରୁ କମ୍ ବଲ୍‌ରେ ୧୦୦ଟି ଛକା ମାରିଥିବା ଖେଳାଳି

ଆନ୍ଦ୍ରେ ରସେଲ୍ – ୬୫୭ ବଲ୍‌

ନିକୋଲାସ ପୁରନ – ୮୮୪ ବଲ୍‌

ରଜତ ପାଟିଦାର – ୯୩୩ ବଲ୍‌ (ସବୁଠାରୁ ଦ୍ରୁତତମ ଭାରତୀୟ)

କ୍ରିସ୍ ଗେଲ୍‌ – ୯୪୩ ବଲ୍‌

ସୁନୀଲ ନାରାୟଣ – ୯୫୦ ବଲ୍‌

ଶିବମ ଦୁବେ – ୯୯୨ ବଲ୍‌