Lungi Ngidi Injured: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ର ୩୫ ତମ ମ୍ୟାଚରେ ବଡ଼ ଘଟଣା ଘଟିଛି । ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏହି ମ୍ୟାଚରେ ଲୁଙ୍ଗି ଏନଗିଡ଼ି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପଡ଼ିଆ ଭିତରୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି । ମ୍ୟାଚରେ, ପଞ୍ଜାବ କିଙ୍ଗସ୍ ଇନିଂସର ତୃତୀୟ ଓଭରରେ ତୃତୀୟ ବଲରେ ଘଟିଛି ଏହି ଅଘଟଣ । ପ୍ରିୟାଂଶ ଆର୍ଯ୍ୟ ଏକ ସଟ୍ ଖେଳିଥିଲେ, ବଲଟି ମିଡ୍ ଅଫରେ ଉପରକୁ ଉଠିଥିଲା ।

ଲୁଙ୍ଗି ଏନଗିଡି ବଲ କ୍ୟାଚ୍ କରିବାକୁ ପଛକୁ ଦୌଡ଼ିଥିଲେ, କିନ୍ତୁ ବଲ୍ ତାଙ୍କ ହାତରୁ ଖସିଯାଇଥିଲା । ସେ ଚିତ୍ ହୋଇ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ମୁଣ୍ଡର ପଛ ଭାବରେ ଜୋରରେ ଆଘାତ ଲାଗିଛି । ଏହା ପରେ ହାକ୍ତରୀ ଟିମ୍ ପଡ଼ିଆ ଭିତରେ ପହଞ୍ଚିଥିଲେ । 

ଭଲ କଥା ହେଉଛି, ଡାକ୍ତରଙ୍କ ସହ ଏନଗିଡ଼ି କିଛି କଥା ହୋଇଥିଲେ । ତାପରେ ଏନଗିଡ଼ିଙ୍କ ପାଇଁ ଆମ୍ବୁଲାନ୍ସ ପଡ଼ିଆରେ ପହଞ୍ଚିଥିଲା। ଏନଗିଡ଼ିଙ୍କୁ ଆମ୍ବୁଲାନ୍ସରେ ନିଆଗଲା । ଏହି ସମୟରେ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ହୋଇଥିଲା ।

ଆଘାତର ଗମ୍ଭୀରତା ଯୋଗୁଁ, ବିପ୍ରଜ ନିଗମଙ୍କୁ ଲୁଙ୍ଗି ଏନଗିଡିଙ୍କ ସ୍ଥାନରେ ସବଷ୍ଟିଚ୍ୟୁଟ୍ ଭାବେ ଖେଳାଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ଯୁବ ଲେଗ୍-ସ୍ପିନ୍ ଅଲରାଉଣ୍ଡର ବିପ୍ରଜ ନିଗମଙ୍କୁ ଏନଗିଡିଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି। ଏହାର ଅର୍ଥ ସେ, ଲୁଙ୍ଗି ଏନଗିଡିଙ୍କ ସ୍ଥାନରେ ବୋଲିଂ କରିପାରିବେ।