IPL 2026: ଆଇପିଏଲ୍ ୨୦୨୬ର ୨୧ତମ ମ୍ୟାଚ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ୮ ଓ୍ଵିକେଟ୍ ହରାଇ ୧୬୪ ରନ କରିଛି। ଦଳ ପକ୍ଷରୁ କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ଗୁଜରାଟ ଟାଇଟନ୍ସ ସମ୍ମୁଖରେ ରହିଛି ୧୬୫ ରନ ବିଜୟ ଲକ୍ଷ୍ୟ। ଆଡନ ମାରକ୍ରମ ସର୍ବାଧିକ ୩୦ ରନ କରିଛନ୍ତି। ଗୁଜରାଟ ବୋଲର ଶାଣିତ ବୋଲିଂ କରି ଲକ୍ଷ୍ନୌକୁ ବଡ଼ ସ୍କୋର କରିବାକୁ ଦେଇ ନାହାନ୍ତି। ବୋଲିଂରେ ପ୍ରସିଦ୍ଧ କୃଷ୍ଣ ୪ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ମୌର ଆରମ୍ଭ ନିରାଶଜନକ ଥିଲା। ମିଚେଲ୍ ମାର୍ଶ ୪ ବଲରୁ ୧୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଲକ୍ଷ୍ନୌ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ରନ ଗତି ମନ୍ଥର ରହିଥିଲା। ଅଧିନାୟକ ଋଷଭ ପନ୍ତ ୧୮ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଆୟୁଷ ବାଦୋନି ୯, ନିକୋଲାସ ପୂରନ ୨୧ ବଲରୁ ୧୯ ରନର ଧିମା ଇନିଂସ ଖେଳିଥିଲେ। ଆଡନ ମାରକ୍ରମ ୩୦ ରନର ଉପଯୋଗୀ ରନ କରିଥିଲେ।

Also Read: MI ସହିତ ରୋହିତଙ୍କ ପୂରିଲା ୧୫ ବର୍ଷ, ହିଟମ୍ୟାନକୁ ନେଇ ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଗୁଜରାଟ ପ୍ରସିଦ୍ଧ କୃଷ୍ଣ ଚତୁର ବୋଲିଂ କରି ଗୁଜରାଟର ବ୍ୟାଟରଙ୍କୁ ବଡ଼ ସଟ୍ ଖେଳିବାକୁ ଦେଇ ନ ଥିଲେ। ଅବଦୁଲ ସାମଦ ୧୮ ରନ ଓ ଗତ ମ୍ୟାଚର ହିରୋ ମୁକୁଲ ଚୌଧୁରି ୧୮ ରନ କରି ପାରିଥିଲେ। ମହମ୍ମଦ ଶାମି ୫ ବଲରୁ ୧୨ ରନ କରି ଅପରାଜିତ ଥିଲେ। ଶେଷରେ ଲକ୍ଷ୍ନୌ ନିଜର ଘରୋଇ ମଇଦାନରେ ୮ ଓ୍ଵିକେଟ୍ ହରାଇ ୧୬୪ ରନ କରି ପାରିଛି। ଆଉ ଗୁଜରାଟ ସମ୍ମୁଖରେ ରହିଛି ୧୬୫ ରନର ବିଜୟ ଲକ୍ଷ୍ୟ।