ନୂଆଦିଲ୍ଲୀ: ଏବେ ଟିଭିରେ ବି ଦେଖି ହେବ ଇନଷ୍ଟାଗ୍ରାମ ଷ୍ଟୋରି ଓ ରିଲ୍ସ। ମେଟା ଭାରତରେ ‘ଇନଷ୍ଟାଗ୍ରାମ ଫର୍ ଟିଭି’ ଆପ୍ ଲଞ୍ଚ କରିବାକୁ ଘୋଷଣା କରିଛି। ୟୁଜର୍ସ ଏହି ଆପ ଜରିଆରେ ଟିଭିର ବଡ଼ ସ୍କ୍ରିନରେ ଇନଷ୍ଟା ରିଲ୍ସ, ଷ୍ଟୋରିଜ୍ ଓ ଅନ୍ୟ କ୍ରିଏଟର୍ସଙ୍କ କଣ୍ଟେଣ୍ଟ ଦେଖିପାରିବେ। ଆସନ୍ତା ଦିନମାନଙ୍କର ଏହି ଆପ୍ ଭାରତରେ ସପୋର୍ଟଟେଡ୍ ଆପଲ ଟିଭି, ଆମାଜନ ଫାୟର ଟିଭି ଓ ଗୁଗଲ ଟିଭି ଡିଭାଇସରେ ଉପଲବ୍ଧ ହେବ। ମୁମ୍ବାଇରେ ଆୟୋଜିତ ବାର୍ଷିକ କ୍ରିଏଟର ଇଭେଣ୍ଟ ‘ହାଉସ ଅଫ୍ ଇନଷ୍ଟାଗ୍ରାମ’ରେ କମ୍ପାନୀ ଏହି ଘୋଷଣା କରିଛି। ତେବେ ଆପ୍ କେବେ ଉପଲବ୍ଧ ହେବ ତା’ର ତାରିଖ ଘୋଷଣା କରାଯାଇ ନାହିଁ।

କେମିତି କାମ କରିବ ‘ଇନଷ୍ଟାଗ୍ରାମ ଫର୍ ଟିଭି ଆପ୍ ?’

ଟିଭିର ବଡ଼ ସ୍କ୍ରିନରେ ସୋସିଆଲ୍ ମିଡିଆ ଏକ୍ସପିରିଏନ୍ସ ନେବାକୁ ‘ଇନଷ୍ଟାଗ୍ରାମ ଫର ଟିଭି’ ଆପକୁ ଡିଜାଇନ କରାଯାଇଛି। ଭାରତରେ ଏହାର ଯେଉଁ ଭର୍ସନ ମିଳିବ ତାହା ମୁଖ୍ୟତଃ ରିଲ୍ସ ଓ ଷ୍ଟୋରି ଉପରେ ଫୋକସ କରିବ। ଫଳରେ ୟୁଜର ମୋବାଇଲର ଛୋଟ ସ୍କ୍ରିନ୍ ଦେଖି ମୁଣ୍ଡା ବିନ୍ଧା ବଢ଼ାଇବା ଅପେକ୍ଷା ଟିଭିର ବଡ଼ ସ୍କ୍ରିନରେ କଣ୍ଟେଣ୍ଟ ଦେଖିପାରିବେ।

Also Read- New Skoda Kushaq 2026: ଦାମ ମାତ୍ର ୧୦.୬୯ ଲକ୍ଷ ଟଙ୍କା, ମିଳୁଛି ଲଗଜୁରୀ ସୁବିଧା ! ଫେଲ୍ ମାରିଯିବେ ଅଡି, ମର୍ସିଟିଜ୍

ୟୁଜରମାନେ ୱାଇଡ୍ ସ୍କ୍ରିନ ଫର୍ମାଟରେ ହରିଜୋଣ୍ଟାଲ୍ ରିଲ୍ସ ଦେଖିପାରିବେ ଏବଂ ଇନଷ୍ଟାଗ୍ରାମ୍ ପ୍ରୋଫାଇଲରେ ଫଟୋ ଏବଂ ବ୍ରାଉଜ୍ କରିପାରିବେ। ଏହି ଆପ୍ ଉପଭୋକ୍ତାଙ୍କ ଆଗ୍ରହ, ଲୋକପ୍ରିୟ ବିଷୟବସ୍ତୁ ଏବଂ ଫଲୋ କରାଯାଇଥିବା ଆକାଉଣ୍ଟଗୁଡ଼ିକ ଉପରେ ଆଧାର କରି ରିଲ୍ସକୁ ବିଭିନ୍ନ ଚ୍ୟାନେଲରେ କ୍ୟାଟେଗୋରି କରିବ। ତେବେ ଟିଭିରେ ରିଲ୍ସ ସ୍ୱୟଂଚାଳିତ ଭାବରେ ଚାଲିବ। ଦର୍ଶକମାନେ ସେମାନଙ୍କର ଟିଭି ରିମୋଟ୍ ବ୍ୟବହାର କରି ଏକ ନିରନ୍ତର ଭିଡିଓ ଷ୍ଟ୍ରିମ୍ ଦେଖିପାରିବେ ଏବଂ ସର୍ଚ୍ଚ କରି ପସନ୍ଦର କ୍ରିଏଟର୍ସଙ୍କ ଭିଡିଓ ଦେଖିପାରିବେ।

ଇନଷ୍ଟାଗ୍ରାମ ଫର ଟିଭି ଆପରେ ରହିବ ଏହି ୫ ଫିଚର୍ସ

ଟିଭିର ବଡ଼ ସ୍କ୍ରିନରେ ଇନଷ୍ଟାଗ୍ରାମ ଦେଖିବା ଅଭିଜ୍ଞତାକୁ ଆହୁରି ସୁବିଧାଜନକ କରିବା ପାଇଁ ମେଟା ଏକାଧିକ ଖାସ୍ ଫିଚର୍ସ ଦେବ। ଏଥିରେ ପର୍ସନଲାଇଜ୍ଡ ରିଲ୍ସ ଚ୍ୟାନେଲ, ଅଟୋମେଟିକ ରିଲ୍ ପ୍ଲେବ୍ୟାକ, ସ୍ମାର୍ଟପୋନ ସେ କଷ୍ଟିଂ, ଫ୍ରେଣ୍ଡସ ଟ୍ୟାବ ଆଦି ଫିଚର୍ସ ଦିଆଯିଭ। ଏଥିରେ ଗ୍ରାହକ ନିଜ ସୁବିଧା ଅନୁସାରେ ଇନଷ୍ଟା ଚଲାଇପାରିବେ।