ଦୋହା, ୨୭।୧୧: ଦୋହାରେ ଗୁରୁବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆନ ରାଇଜିଂ ଷ୍ଟାର୍ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ମୁକାବିଲା ଖେଳାଯାଇଥିଲା । ମ୍ୟାଚରେ ଭାରତ ବିଶାଳ ରନ୍ ସ୍କୋର କରି ମଧ୍ୟ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୮ ଓ୍ୱିକେଟ୍ ହରାଇ ୩୧୭ ରନ୍ କରିଥିଲା । ଜବାବରେ ଶ୍ରୀଲଙ୍କା ମାତ୍ର ୨ ଓ୍ୱିକେଟ୍ ହରାଇ ୩୧୮ ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି ।

Also Read :- Asia Cup Rising Stars: ୩୧୭ ରନ୍ କରି ମଧ୍ୟ ଶ୍ରୀଲଙ୍କା ଠାରୁ ସେମିଫାଇନାଲ୍‌ରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହେଲା ଭାରତ ଏ

ଶ୍ରୀଲଙ୍କା ବିଜୟର ପ୍ରକୃତ ହିରୋ ହେଲେ ଓପନର ଲସିଥ କ୍ରୁସଫୁଲେ ଏବଂ ସିନେଥ ଜୟବର୍ଧନେ । ଉଭୟ ଶତକୀୟ ପାଳି ଖେଳି ଭାରତ ହାତରୁ ମ୍ୟାଚ୍ ଛଡାଇ ନେଇଥିଲେ । ଜୟବର୍ଧନେ ୭୦ ବଲରୁ ୧୦ ଚଉକା ଏବଂ ୬ ଛକା ସହ ୧୦୫ ରନ୍ କରିଥିଲେ । ଲସିଥ ମଧ୍ୟ ୧୦୭ ବଲରୁ ୧୨ ଚଉକା ଏବଂ ୩ ଛକା ସହ ୧୧୬ ରନ୍ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମ ଓ୍ୱିକେଟ୍ ଯୋଡ଼ିରେ ୧୭୪ ରନର ପାର୍ଟନରସିପ୍ ହୋଇଥିଲା ।

କାହିଁକି ହାରିଲା ଭାରତ ?

ଭାରତୀୟ ଟିମର ଫିଲ୍ଡିଂ ଅତି ଖରାପ ଥିଲା । ଦଳ ଉଭୟ ଶ୍ରୀଲଙ୍କା ବ୍ୟାଟରଙ୍କ କ୍ୟାଚ୍ ଛାଡିଥିଲା । ଇନିଂସର ପ୍ରଥମ ବଲରେ ହର୍ଷିତ ରାଣା ବୋଲିଂ କରୁଥିଲେ । ଏହି ସମୟରେ କ୍ରୁସଫୁଲେଙ୍କ ବ୍ୟାଟରେ ବଲ୍ ବାଜିଥିଲା । କିନ୍ତୁ ମିଡ୍ ଅଫରେ ଫିଲ୍ଡିଂ କରୁଥିବା ତିଲକ ବଲକୁ ଧରିପାରିନଥିଲେ । ଦ୍ୱିତୀୟ ଓଭରର ପ୍ରଥମ ବଲରେ ଜୟବର୍ଧନେଙ୍କ କ୍ୟାଚ୍ ତନ୍ମୟ କୋଟିୟନ ବ୍ୟାକଓ୍ୱାର୍ଡ ଫଏଣ୍ଟରେ ଛାଡି ଦେଇଥିଲେ ।

ଶ୍ରୀଲଙ୍କା ୫ ଓଭରରେ ହିଁ ୫୦ ରନ୍ ପୂରା କରିଦେଇଥିଲା । ଦଳ ୧୩ତମ ଓଭରରେ ୧୦୦ ରନ୍ ଛୁଇଁଥିଲା । ଏହାସହ ଭାରତୀୟ ଦଳର ଫିଲ୍ଡଂରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଖେଳାଳି ଚଉକା ଛାଡିଥିଲେ । ଏପରିକି ରନ୍ ଆଉଟ୍ ସୁଯୋଗର ଫାଇଦା ଉଠାଇ ପାରିନଥିଲେ ।