ଭୁବନେଶ୍ବର ୨୧।୧୧: ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ଲାନ୍ । ୮ ଦିନରେ ୮ଟି ବୈଠକ ବସିବ । ରାଜ୍ୟର ୧୧ଟି ନଦୀ ସିଷ୍ଟମ୍ ମଧ୍ୟରୁ ମହାନଦୀ ଓ ରେଙ୍ଗାଲୀ ସିଷ୍ଟମ୍କୁ ଛାଡ଼ି ଅନ୍ୟ ୮ଟିର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯିବ । ଏଥିପାଇଁ DPR ପ୍ରସ୍ତୁତ ସହ IIT ରୁର୍କିର ସହଯୋଗ ନିଆଯିବ । ଆଗାମୀ ୧୦୦ ବର୍ଷକୁ ଦୃଷ୍ଟିରେ ରଖି ବନ୍ୟା ନିୟନ୍ତ୍ରଣର ରୋଡ୍‌ମ୍ୟାପ୍ ପ୍ରସ୍ତୁତ ହେବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ଦୀର୍ଘମିଆଦୀ ଯୋଜନା । ଏଥିପାଇଁ ୮ ଦିନରେ ବସିବ ୮ ବୈଠକ । ୮ଟି ନଦୀ ସିଷ୍ଟମର ଭିତ୍ତିଭୂମି ବିକାଶ ପାଇଁ ହେବ ମାନସ ମନ୍ଥନ । ବନ୍ୟା ମୁକାବିଲା ପାଇଁ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ହେବ । ସମଗ୍ର ଓଡ଼ିଶାର ନଦୀ ବ୍ୟବସ୍ଥାକୁ ନେଇ ନୋଟ୍ ପ୍ରସ୍ତୁତ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀ ସିଷ୍ଟମ୍‌ର ଭିତ୍ତିଭୂମି ବିକାଶ କରାଯିବ । ଏହାଦ୍ୱାରା ଆଗାମୀ ଦିନରେ ବନ୍ୟାର ମୁକାବିଲା ଅଧିକ ଦକ୍ଷତାର ସହ କରାଯାଇପାରିବ ।

Also Read:- ସରକାରୀ କ୍ବାର୍ଟର୍ସରୁ ମିଳିଲା SIଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

୧୧ଟି ନଦୀ ସିଷ୍ଟମ୍ ମଧ୍ୟରୁ ମହାନଦୀ ଓ ରେଙ୍ଗାଲି ସିଷ୍ଟମ୍ ସଠିକ୍ ଭାବେ କାର୍ଯ୍ୟ କରୁଛି । ଅନ୍ୟ ୮ଟି ନଦୀ ସିଷ୍ଟମ୍‌ର ବିକାଶ ପାଇଁ ଦୀର୍ଘମିଆଦୀ ରୋଡ୍‌ମ୍ୟାପ୍ ପ୍ରସ୍ତୁତ ହେବ । ଏଥିପାଇଁ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ (DPR) ପ୍ରସ୍ତୁତ କରାଯିବ । ଏନେଇ IIT ରୁର୍କି ସହ ମଧ୍ୟ ଯୋଗାଯୋଗ କରାଯାଇଛି । ପ୍ରତ୍ୟେକ ନଦୀ ସିଷ୍ଟମରେ ଭିତ୍ତିଭୂମି ଆବଶ୍ୟକ କ’ଣ ଅଛି ସେନେଇ ପଦକ୍ଷେପ ନିଆଯିବ । ୧୦୦ ବର୍ଷକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯିବ । ଦୀର୍ଘ ମିଆଦି ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।