ନୂଆଦିଲ୍ଲୀସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଭାରତୀୟ ପର୍ଯ୍ୟଟକ ଭିଏତନାମର ଏକ ବିମାନବନ୍ଦରର ରନୱେ (ଟାର୍ମାକ୍) ଉପରେ ପାର୍କ ହୋଇଥିବା ଏକ ବିମାନ ନିକଟରେ ଗର୍ବା ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି ପାର୍କ ହୋଇଥିବା ବିମାନଟି ଭିଏଟଜେଟ୍ (VietJet Air) ଏୟାରଲାଇନ୍ସର ଥିଲା। ଏହା ପାଖରେ ଛିଡ଼ା ହୋଇ ଏମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ। ବିମାନବନ୍ଦର ଭଳି ଏକ ଅତ୍ୟନ୍ତ ନିୟନ୍ତ୍ରିତ ତଥା ସୁରକ୍ଷିତ ସ୍ଥାନରେ ଏଭଳି ଆଚରଣକୁ ନେଇ ଇଣ୍ଟରନେଟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଯାତ୍ରୀମାନେ ବିମାନରେ ନିକଟରେ ପରସ୍ପର ଗୋଲେଇ ହୋଇ ଗର୍ବା ନୃତ୍ୟ କରୁଛନ୍ତି। ଆଖପାଖରେ ଥିବା ଅନ୍ୟ ଯାତ୍ରୀମାନେ ଏହି ଦୃଶ୍ୟକୁ ଛିଡ଼ା ହୋଇ ଦେଖୁଥିବା ବେଳେ କେହି କେହି ନିଜ ବାଟରେ ଚାଲିଯାଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସୋସିଆଲ୍ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

Also Read- କେନ୍ୟା ଗାର୍ଲସ ବୋର୍ଡିଂ ସ୍କୁଲ ହଷ୍ଟେଲରେ ଅଗ୍ନିକାଣ୍ଡ, ୧୬ ଛାତ୍ରୀ ମୃତ, ପୋଡି ହୋଇ ୭୯ ଆହତ
 

ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟାଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ଭିନ୍ନ ଭିନ୍ନ ମତ ରଖୁଛନ୍ତି। କିଛି ଲୋକ କହିଛନ୍ତି ଯେ ରେଳ ଷ୍ଟେସନ, ମଲ୍ କିମ୍ବା ପାର୍ବଣ ସମୟରେ ସାର୍ବଜନୀନ ସ୍ଥାନରେ ଗର୍ବା ପ୍ରଦର୍ଶନ କରିବା ସାଧାରଣ କଥା, ତେଣୁ ଏଥିରେ କିଛି ଖରାପ ନାହିଁ। ସେହିପରି ଅନ୍ୟ କିଛି ଲୋକ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେମାନଙ୍କ ମତରେ ବିମାନବନ୍ଦରର ଟାର୍ମାକ୍ ଏକ ସମ୍ବେଦନଶୀଳ ସ୍ଥାନ। ଲୋକମାନେ ନିଜର ଖୁସି ପାଳନ କରିବା ଠିକ୍, କିନ୍ତୁ ସ୍ଥାନ ଓ ସମୟର ଗୁରୁତ୍ୱ ବୁଝିବା ନିହାତି ଜରୁରୀ।

ଘଟଣାକୁ ନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନ ଉଠିଛି। ସାଧାରଣତଃ ଏୟାରପୋର୍ଟ ଟାର୍ମାକରେ ଫଟୋ ଉଠାଇବା ମଧ୍ୟ ବାରଣ ଥାଏ। ତେଣୁ ସେଠାରେ ଏମିତି ଏକାଠି ନୃତ୍ୟ କରିବା ପାଇଁ ଏୟାରପୋର୍ଟ କର୍ତ୍ତୃପକ୍ଷ କିପରି ଅନୁମତି ଦେଲେ, ତାହାକୁ ନେଇ ଅନେକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।