ନୂଆଦିଲ୍ଲୀ ୧୫।୦୫; ସଙ୍କଟରେ ଭାରତୀୟ ଅର୍ଥନୀତି। ସାରା ଦେଶରେ ତୈଳ ସଙ୍କଟ ବ୍ୟାପିବାରେ ଲାଗିଛି। ସମସ୍ତଙ୍କ ବର୍ତ୍ତମାନ ନର ପେଟ୍ରୋଲ ଏବଂ ଡିଜେଲ ଯୋଗାଣ ଜନିତ ସମସ୍ୟା ଉପରେ ରହିଥିବାବେଳେ ଦେଶର ଅର୍ଥନୀତିକୁ ଲାଗିଲାଣି ବଡ଼ ଝଟକା। କାରଣ କମୁଛି ଭାରତୀୟ ମୁଦ୍ରା ‘ଟଙ୍କା’ର ବିନିମୟ ମୂଲ୍ୟ । ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଧାରା ଥମିବାର ନାମ ଧରୁନାହିଁ। ଆମେରିକା ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ରେକର୍ଡ ସର୍ବକାଳୀନ ହ୍ରାସ ଘଟି ଏହା ଏବେ ୯୬ ଟଙ୍କା ସ୍ତର ନିକଟତର। ଏଥିଯୋଗୁ 'ଟଙ୍କା' ଏସିଆର ସବୁଠୁ ଖରାପ ପ୍ରଦର୍ଶନକାରୀ ମୁଦ୍ରା ପାଲଟିଛି। ଟଙ୍କା ମୂଲ୍ୟରେ ଏଭଳି ଐତିହାସିକ ହ୍ରାସ ଦେଶର ଅର୍ଥନୀତିକୁ ଘୋର ବିପଦ ଆଗକୁ ଠେଲିଦେଇଛି। ଗୁରୁବାର ଟଙ୍କା ମୂଲ୍ୟରେ ଟଙ୍କା ୨୦ ପଇସା ହ୍ରାସ ପାଇ ଏହା ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଆସିଛି।

ଗୁରୁବାର ପୂର୍ବାହ୍ନରେ ମୁଦ୍ରା ବଜାର ଖୋଲିବା ମାତ୍ରେ ଟଙ୍କାର ବିନିମୟ ମୂଲ୍ୟରେ ବଡ଼ ହ୍ରାସ ଦେଖୁବାକୁ ମିଳିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଆହୁରି ୨୦ ପଇସା ହ୍ରାସ ଘଟି ଏହା ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଟଙ୍କାର ବିନିମୟ ମୂଲ୍ୟ ହ୍ରାସକୁ ରୋକିବା ପାଇଁ ଭାରତୀୟ ରିଜର୍ଭବ୍ୟାଙ୍କ ବିପୁଳ ଅର୍ଥ ବ୍ୟୟ କରିସାରିଲାଣି, ହେଲେ ଟଙ୍କା ସମ୍ଭାଳିବା ସ୍ଥିତିରେ ନାହିଁ। ଏଣୁ ଭାରତୀୟ ଟଙ୍କାକୁ ଏସିଆର ସବୁଠୁ ଖରାପ୍ରଦର୍ଶନକାରୀ ମୁଦ୍ରାର ମାନ୍ୟତା ମିଳିଛି। ଯଦି ରିଜର୍ଭ ବ୍ୟାଙ୍କ ଏପରି ପଦକ୍ଷେପ ଗ୍ରହଣ କରି ନ ଥାନ୍ତା, ତେବେ ପରିସ୍ଥିତି ଆହୁରି ଖରାପ ହୋଇଥାନ୍ତା। ଆନ୍ତଃବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ଟଙ୍କା ୯୫୭୪ ରୁ ୯୫.୮୬ ଟଙ୍କାକୁ ଖସିଯାଇଛି, ଯାହା ସିଧାସଳଖ ୨୦ ପଇସା ହ୍ରାସକୁ ପ୍ରତିନିଧ୍ଵ କରୁଛି। ଦିନକ ପୂର୍ବରୁ ଟଙ୍କା ୯୫.୮୦ ସ୍ତରରେ ପହଞ୍ଚିବା ପରେ ଏହା ପ୍ରତି ଡଲାର ୯୫.୬୬ ଟଙ୍କାରେ କାରବାର ହେଉଥିଲା ।

ଭାରତ ୯୦% ଅଶୋଧୂତ ତୈଳ ଓ ୫୦% ପ୍ରକୃତିକ ଗ୍ୟାସ୍ ବିଦେଶରୁ ଆମଦାନୀ କରିଥାଏ I ଏଥିରେ ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ବୈଶିକ ବଜାରରେ ଅଶୋସ୍ତ ତୈଳ ମୂଲ୍ୟରେ ବୃଦ୍ଧି ଭାରତର ମାଇକ୍ରୋଇକୋନମିକ ଆଉଟଲୁକ୍ ଉପରେ ଚାପ ପକାଇଛି। ଅଭିବୃଦ୍ଧି ହ୍ରାସ ହୋଇଥିବା ବେଳେ ମୁଦ୍ରାଗୀତି ବଢିଛି। ଏଣୁ ଟଙ୍କା ଉପରେ ଚାପ ବଢିପାରେ। ତେବେ ସମ୍ପୂର୍ଣ୍ଣ ସପ୍ତାହର କାରବାର ଦେଖିଲେ ଡଲାର ତୁଳନାରେ ଟଙ୍କା ଚଳିତ ସପ୍ତାହରେ ୧.୪% ହ୍ରାସ ହୋଇଛି। ଅପରପକ୍ଷେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଏପରି ହ୍ରାସ ଦେଶକୁ ଆମଦାନୀ ମହଙ୍ଗା କରିବ । ଯାହାଫଳରେ ମୁଦ୍ରାଗୀତି ଖୁବ୍ ଜୋରରେ ଉପରମୁହାଁ ହେବ। ଏହାର ସିଧା ସଳଖ ପ୍ରଭାବ ଖାଉଟି ବଜାର ଉପରେ ଦେଖୁବାକୁ ମିଳିବ। ଦରଦାମ୍ ତାତିରେ ବଜାର ଥରହର ହେବ ।