ମାଲକାନଗିରି ୦୯।୧୦ : ବଡ଼ଧରଣର ଅଘଟଣ । IED ନିଷ୍କ୍ରିୟ ବେଳେ ଘଟିଲା ଅଘଟଣ । ଏହି ବିସ୍ଫୋରଣରେ ୪ ଜଣ ଯବାନ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ବେଜ୍ଜି ଥାନା ଏଲାର୍ମଡାଗୁ ସିଆରପିଏଫ୍ କ୍ୟାମ୍ପ ନିକଟରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା ସର୍ଚ୍ଚ ଅପରେସନ । ନିକଟରେ IED ଲାଗିଥିବା ଖବର ପାଇବା ପରେ ସର୍ଚ୍ଚ ଅପରେସନ କରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ମାଓବାଦୀମାନେ ଖଞ୍ଜିଥିବା ଏକ IED ମିଳିଥିଲା । ଯାହାପରେ ସୁରକ୍ଷାକର୍ମୀମାନେ ତାକୁ ନିଷ୍କ୍ରିୟ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଏହି ସମୟରେ IED ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ୪ ଜଣ ଯବାନ ଆହତ ହୋଇଥିଲା । ଏହାପରେ ଚାରି ଜଣ ଯବାନଙ୍କୁ ଗୁରୁତର ଭାବେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Also Read:-SI Exam Scam : ଶଙ୍କର ପୃଷ୍ଟି ଘରେ EDର ରେଡ୍‌, ୬ ଜଣିଆ ଟିମ୍‌ କରୁଛନ୍ତି ଛାନ୍‌ଭିନ୍‌

ତେବେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ପଠାଯାଇଛି। ଗୁରୁତର ଯବାନ ହେଲେ ଏଏସଆଇ ଏମକେ ତିୱାରୀ, ଏଏସଆଇ ଅନିଶ ଖାନ, ଇନ୍ସପେକ୍ଟର ଅମରନାଥ ମିଶ୍ର ,ପିଆର କୁଲଦୀପ ରାଜ।