ନୂଆଦିଲ୍ଲୀ, ୦୯/୧୦ : ଦିଲ୍ଲୀର ଜନ୍ତରମନ୍ତରରେ ଅକ୍ଟୋବର ୧୦ ତାରିଖରେ ସିଜେପି ଆନ୍ଦୋଳନ କରିବା ନେଇ ନିଷ୍ପତ୍ତି ନେଇଛି । ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ଆନ୍ଦୋଳନ ଅନୁଷ୍ଠିତ ହେବ । ଯାହାକୁ ନେଇ ଦିଲ୍ଲୀର ମାହୋଲ ବଦଳି ଯାଇଛି । ଗୋଟିଏ ଦିଗରେ ପ୍ରଶାସନ ସିଜେପିର ଆନ୍ଦୋଳନକୁ ଅନୁମତି ଦେଇନାହିଁ । ଏହା ମଧ୍ୟରେ ଏକ ମସଜିଦର ମୌଲାନା ଲୋକଙ୍କୁ ଆନ୍ଦୋଳନରେ ସାମିଲ ନହେବା ପାଇଁ ଅପିଲ କରିଛନ୍ତି ।

ଉତ୍ତର ପୂର୍ବ ଦିଲ୍ଲୀର ହର୍ଷ ବିହାରରେ ଥିବା ଏକ ମସଜିଦର ମୌଲାନା କକରୋଚ୍ ଜନତା ପାର୍ଟିର ଆନ୍ଦୋଳନକୁ ବିରୋଧ କରିଛନ୍ତି । ସେ ଅପିଲ କରିଛନ୍ତି ଯେ, ଜନ୍ତରମନ୍ତର କେହି ଯାଆନ୍ତୁ ନାହିଁ । ପ୍ରଶାସନ ଏଠାରେ ୧୬୩ ଧାରା ଲଗାଇଛି । ଏଠାରେ ହେବାକୁ ଥିବା ପ୍ରଦର୍ଶନ ବେଆଇନ୍ ଅଟେ ।

Also Read :- କାହିଁକି ସୂର୍ଯ୍ୟାସ୍ତ ପରେ ହେଲା ଅନ୍ତିମ ସଂସ୍କାର ? ପୁଅ ମହ୍ଲାର କହିଦେଲେ ସବୁ କଥା...

ଆହୁରି ମଧ୍ୟ ମୌଲାନା କହିଛନ୍ତି ଯେ, ଆନ୍ଦୋଳନରେ ଜଣେ ହେଲେ କେହି ସାମିଲ ହୁଅନ୍ତୁ ନାହିଁ । ସମସ୍ତେ ପ୍ରଶାସନକୁ ସହଯୋଗ କରିବା ଦରକାର । ଏହାସହ ଆଇନ ଶୃଙ୍ଖଳାକୁ ମାନିବା ଆବଶ୍ୟକ । ଯଦି କେହି କଥା ନମାନି ଆନ୍ଦୋଳନରେ ସାମିଲ ହୁଏ ଏବଂ କୌଣସି ଦୁର୍ଘଟଣା ଘଟେ ତାହାଲେ ସରକାର ଏଥିପାଇଁ ଦାୟୀ ହେବେନି । ଏଥିପାଇଁ ପୀଡିତ ବ୍ୟକ୍ତି ନିଜେ ହିଁ ଦାୟୀ ରହିବେ ।

ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସ ଅକ୍ଟୋବର ୧୦ରେ କକରୋଚ୍ ଜନତା ପାର୍ଟିର ପ୍ରସ୍ତାବିତ ଆନ୍ଦୋଳନକୁ ଅନୁମତି ଦେଇ ନାହିଁ । ଯୁଗ୍ମ କମିଶନର ନୁପୁର ପ୍ରସାଦ କହିଛନ୍ତି ଯେ, ଆନ୍ଦୋଳନ ପାଇଁ ବହୁତ କମ ସମୟ ପୂର୍ବରୁ ଅନୁମତି ମଗାଯାଇଥିଲା । ନିୟମ ଅନୁସାରେ ୧୦ ଦିନ ପୂର୍ବରୁ ପୋଲିସକୁ ସୂଚନା ଦେବା ଦରକାର । ପୂର୍ବରୁ ସିଜେପି ନିୟମ ଭାଙ୍ଗିଛି । ନୂଆଦିଲ୍ଲୀରେ ୧୬୩ ଧାରା ଲାଗୁ ହୋଇଛି । ଏହାର ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।