ଟ୍ରେନରେ ରିଲସ ଦେଖିବା ,ଗୀତ ଶୁଣିବା ଏବେ ପଡିବ ମହଙ୍ଗା l ଯଦି ଏହି ସବୁ କାମ ଟ୍ରେନରେ ଯାତ୍ରା କରିବା ସମୟରେ କରୁଛନ୍ତି ତେବେ ଫାଇନ ଦେବାକୁ ପ୍ରସ୍ତୁତ ହୋଇଯାନ୍ତୁ l ଗୀତ ବଜାଇଲେ ଜେଲ ଯିବାର ସମ୍ଭାବନା ମଧ୍ୟ ରହିଛି l ଟ୍ରେନରେ ଯାତ୍ରା କରୁଥିବା ସମୟରେ ଆପଣ ଏଭଳି କିଛି ଲୋକଙ୍କୁ ଦେଖିଥିବେ ଯେଉଁମାନେ ମୋବାଇଲ ହାତରେ ଧରି ରିଲସ ଦେଖୁଥାନ୍ତି l କେହି କାନରେ ଇୟର ପର୍ଡ ବ୍ୟବହାର କରି ଗୀତ ଶୁଣୁଥାନ୍ତି କିମ୍ବା କେହି କେହି ଉଚା ଭଲ୍ୟୁମରେ ଗୀତ ଓ ସିନେମା ଦେଖିଥାନ୍ତି ଯାହା ସବୁ ଲୋକଙ୍କୁ ଭଲ ଲାଗି ନଥାଏ l କିଛି ଲୋକ ଏସବୁ କାର୍ଯ୍ୟରେ ଅଶାନ୍ତି ହୋଇଥିଲେ ମଧ୍ୟ ମୁଁହ ଖୋଲିକି କିଛି କହି ପାରିନଥାନ୍ତି l ବିଶେଷ କରି ରାତ୍ରିରେ ଟ୍ରେନରେ ସୋଇଥିବା ସମୟରେ ମଧ୍ୟ ପାଖ ଲୋକ ଏଭଳି ଗୀତ କିମ୍ବା ମୋବାଇଲ ଦେଖିଥାଏ ଯାହା ଯାତ୍ରୀ ମାନଙ୍କ ନିଦ ଓ ଶାନ୍ତି ନଷ୍ଟ କରିଥାଏ lଏସବୁ ପାଇଁ ପ୍ରତିବାଦ କରିବା ପ୍ରତିବଦଳରେ ଲୋକେ କିଛି କହିନଥାନ୍ତି l ଏବେ ସମୟ ବଦଳିବ ଏଭଳି କରୁଥିବା ବ୍ୟକ୍ତି ପାଇଁ ଭାରତୀୟ ରେଳବାଇ ବ୍ୟବସ୍ତା ଆଣୁଛି କଡା ନିୟମ l

ଏହି ସମସ୍ୟାକୁ ଗୁରୁତ୍ୱ ଦେଇଛି ଦକ୍ଷିଣ ରେଳବାଇ l ଯାତ୍ରୀଙ୍କୁ ସତର୍କ କରିବା ପାଇଁ ଷ୍ଟେସନ ଗୁଡିକରେ ଘୋଷଣା କରିବା ସହ ନୋଟିସ ଲାଗିବ ପାଇଁ କୁହାଯାଇଛି l ନିୟମ ଉଲଙ୍ଘନ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଟିଟି ଓ ଅନ୍ୟ ରେଳ କର୍ମଚାରୀ ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି lରିପୋର୍ଟ ଆଧାରରେ ଟ୍ରେନ ଭିତରେ ଉଚା ଶବ୍ଦରେ ମୋବାଇଲ ଚଳେଇଲେ କିମ୍ବା ଭିଡିଓ ଦେଖିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ୧୦୦ ଟଙ୍କା ଜୋରିମାନା ଆଦାୟ କରିବା ପାଇଁ ଶକ୍ତ ନିୟମ ଲାଗୁ କରାଯାଇଛି l ଗୁରୁତର ଅଶଦ ଆଚରଣ କ୍ଷେତ୍ରରେ ପ୍ରଯୁଜ୍ୟ ଆଇନ ଅନୁସାରେ ଅଧିକ ଜୋରିମାନା କିମ୍ବା ଆବଶ୍ୟକ ସ୍ଥଳେ ଜେଲ ଦଣ୍ଡ ଭୋଗିବାର ପ୍ରାବଧାନ ମଧ୍ୟ ରହିଛି lବିନା ଇୟର ଫୋନରେ ଗୀତ ଶୁଣିବା ,ରିଲସ ଦେଖିବା ,ଜୋରରେ ଗୀତ ବଜାଇବା ,ସ୍ପିକରରେ ଫୋନ କରିବା ଏବଂ ବାରମ୍ବାର ଉଚାସ୍ୱରରେ ରିଙ୍ଗ ଟୋନ ବାଜିବା l ଅନ୍ୟ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରେ l ବିଶେଷ କରି ଏସି କୋଚରେ ଏହାର ପ୍ରଭାବ ଅଧିକ ଅନୁଭୂତ ହୁଏ l ରାତିରେ ଏଭଳି ଶବ୍ଦ ଯାତ୍ରୀଙ୍କ ନିଦ ହଜାଇଦିଏ l ତେବେ କୌଣସି ଯାତ୍ରୀ ଏଭଳି କରୁଥିଲେ କଣ କରିବେ ?

also read- ସେନା ଅଧିକାରୀଙ୍କ ସ୍ତ୍ରୀଙ୍କୁ ଫସାଇଲେ ଚୀନର ଏଜେଣ୍ଟ, ସମ୍ୱେଦନଶୀଳ ତଥ୍ୟ ଲିକ୍: ମାମଲା ରୁଜୁ

ପ୍ରଥମେ ତାଙ୍କୁ ଶାଳୀନତାର ସହ ମୋବାଇଲର ଶବ୍ଦ କମାଇବାକୁ କହିପାରିବେ ,ଏହାପରେ ଯଦି ସେ ଶୁଣୁ ନାହାନ୍ତି ତେବେ ଝଗଡା ନ କରି ଟିଟିଙ୍କ ସାହାଯ୍ୟ ନିଅନ୍ତୁ l ରେଳ ମଦତ ପୋର୍ଟାଲ କିମ୍ବା ୧୩୯ ହେଲ୍ପ ଲାଇନ ନମ୍ବରରେ ଅଭିଯୋଗ କରିପାରିବେ l ବିବାଦ ବଢିଲେ ରେଳ ସୁରକ୍ଷା କର୍ମଚାରୀଙ୍କୁ ଜଣାନ୍ତୁ l ୨୦୧୨ ମସିହାରେ ମଧ୍ୟ ରେଳ ବାଇ ପକ୍ଷରୁ ଏଭଳି ଶବ୍ଦ ନିୟନ୍ତ୍ରଣ ପାଇଁ ନିର୍ଦ୍ଧେଶ ଜାରି କରାଯାଇଥିଲା l ଏବେ ପୁଣି ଥରେ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି l ତେଣୁ ଟ୍ରେନରେ ଯାତ୍ରା ସମୟରେ ଗୀତ ଶୁଣିବା କିମ୍ବା ଭିଡିଓ ଦେଖିବା ପାଇଁ ଇୟର ଫୋନ ବ୍ୟବହାର କରନ୍ତୁ ,ସ୍ପିକର ଅଫ କରି ଫୋନରେ କଥା ହୁଅନ୍ତୁ ନଚେତ ଆପଣଙ୍କ ଏହି ବେଖିଆଲ ଆଚରଣ ଦିନେ ଆପଣଙ୍କ ପାଇଁ ସଜା ହୋଇପାରେ l