ନୂଆଦିଲ୍ଲୀ: ଫ୍ଲାଏଦୁବାଇର ବିମାନ FZ 1073 ବିମାନ କକପିଟ୍ ଭିତରେ ଆକ୍ରମଣରେ ଆହତ ପାଇଲଟ୍ ଭାରତୀୟ ବୋଲି ଜଣାପଡ଼ିଛନ୍ତି । ବୁଧବାର ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନ FZ1073ରେ ଛୁରାମାଡ଼ ହୋଇଥିବା ପାଇଲଟଙ୍କ ନାମ ସ୍ମିତ୍ ମାଚ୍ଛର । ସେ ଜଣେ ଭାରତୀୟ ନାଗରିକ ବୋଲି ଇସ୍ରଏଲୀ ମିଡିଓ ଏବଂ ଘଟଣା ସମ୍ପର୍କରେ ଅବଗତ ଥିବା ଅଧିକାରୀ ସ୍ପଷ୍ଟ କରିଛନ୍ତି । ବୋଇଂ ୭୩୭ ମ୍ୟାକ୍ସ ୮ ବିମାନକୁ ଉତ୍ତର-ପଶ୍ଚିମ ସାଉଦି ଆରବର ତାବୁକକୁ ସ୍ଥାନାନ୍ତର କରାଯିବା ପରେ ମାଚ୍ଛର ଏବଂ ତାଙ୍କ କୋ-ପାଇଲଟଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

ଇସ୍ରାଏଲୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କକପିଟ୍‌ରେ ଭାରତୀୟ କ୍ୟାପଟେନଙ୍କୁ ଓମାନର କୋ-ପାଇଲଟ୍ ଆକ୍ରମମଣ କରିଥିଲେ । ଛୁରି ଆକ୍ରମଣର ଶିକାର ହେବା ପରେ ମଧ୍ୟ ଭାରତୀୟ କ୍ୟାପ୍ଟେନ୍ ବିମାନକୁ ସମ୍ଭାଳି ନେଇଥିଲେ ଏବଂ ଏହାକୁ କ୍ରାସ୍ ହେବାରୁ ବଞ୍ଚାଇଥିଲେ ।

Also Read:'ବିମାନ କ୍ରାସ୍ କରିବାକୁ ଯାଉଥିବା ବ୍ୟକ୍ତି ଓମାନର'; ଆତଙ୍କବାଦୀ କାର୍ଯ୍ୟ ଘୋଷଣା କଲା ଇସ୍ରାଏଲ୍

ଇସ୍ରାଏଲର 'ୱାଇନେଟ୍ ନ୍ୟୁଜ୍' ଏବଂ 'ଚ୍ୟାନେଲ ୧୨'ର ରିପୋର୍ଟ ଅନୁସାରେ ଆହତ ପାଇଲଟ୍ ଜଣେ ଭାରତୀୟ ନାଗରିକ । ଚ୍ୟାନେଲ ୧୨ ତାଙ୍କୁ ଭାରତୀୟ ବଂଶୋଦ୍ଭବ ବୋଲି କହିଥିବା ବେଳେ ୱାଇନେଟ୍ ସ୍ପଷ୍ଟ ଭାବେ ସେ ଜଣେ ଭାରତୀୟ ନାଗରିକ ବୋଲି ଦର୍ଶାଇଛି । ଚ୍ୟାନେଲ ୧୨ର ଡିଜିଟାଲ୍, ଫ୍ଲାଟଫର୍ମକୁ ପ୍ରତିକ୍ରିୟା ଦେଇ ଜଣେ ଇସ୍ରାଏଲୀ ଅଧିକାରୀ ଘଟଣାର ଗମ୍ଭୀରତା ସ୍ପଷ୍ଟ କରି କହିଛନ୍ତି ଯେ ଏକ ବଡ଼ ଆକ୍ରମଣ ଏଡାଇ ଦିଆଯାଇଛି । ଅଧିକାରୀ କହିଛନ୍ତି, "ଜଣେ ପାଇଲଟ୍ ଅନ୍ୟ ପାଇଲଟ୍ଙ୍କୁ ଛୁରି ମାରି ୯/୧୧ ଶୈଳୀର ଆକ୍ରମଣ ଚେଷ୍ଟା କରିଥିଲେ, ଅର୍ଥାତ୍ ବିମାନକୁ ଅପହରଣ କରି ତାକୁ କ୍ରାସ କରିବା ।"

ମାଚ୍ଛରଙ୍କ ପ୍ରୋଫାଇଲ୍

ମାଚ୍ଛରଙ୍କ ଲିଙ୍କଡଇନ୍ ପ୍ରୋଫାଇଲ୍ ଅନୁଯାୟୀ, ୨୦୨୨ ଜୁନ୍ ଠାରୁ ଫ୍ଲାଏଦୁବାଇର ବୋଇଂ ୭୩୭ ଫ୍ଲିଟରେ ଜଣେ କ୍ୟାପ୍ଟେନ୍ ଅଛନ୍ତି । ଏହା ପୂର୍ବରୁ ସେ ମୁମ୍ବାଇ ସ୍ପାଇସ୍ ଜେଟରେ ୧୧ ବର୍ଷ କାମ କରି ବରିଷ୍ଠ କମାଣ୍ଡର ହୋଇଥିଲେ । ୨୦୨୦ ନଭେମ୍ବର ଠାରୁ ଜଣେ ଲାଇନ ଟ୍ରେନିଂ କ୍ୟାପ୍ଟେନ ଭାବେ ଅନ୍ୟ ପାଇଲଟମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ତାଙ୍କ ପ୍ରୋଫାଇଲରେ ୭୩୭-୮୦୦ ଏବଂ ୭୩୭ ମ୍ୟାକ୍ସ ୮ ଏବଂ ୯ରେ ୯,୭୫୦ ଘଣ୍ଟା ଉଡ଼ାଣ ଭରିଥିବା ଉଲ୍ଲେଖ କରାଯାଇଛି ।