ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି। ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ଇଂଲଣ୍ଡରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୧୨ ତାରିଖରେ ଆରମ୍ଭ ହେବ ଏବଂ ଜୁଲାଇ ୫ରେ ହେବ ଫାଇନାଲ୍ ମୁକାବିଲା। ଜୁନ ୧୪ରେ ପାକିସ୍ତାନ ବିପକ୍ଷରେ ବିଶ୍ବକପ୍ ଅଭିଯାନ କରିବ ଭାରତ । ମହିଳା ଟି-୨୦ ବିଶ୍ୱକପ୍ ଏପର୍ଯ୍ୟନ୍ତ ୯ ଥର ଖେଳାଯାଇଛି। ଅଷ୍ଟ୍ରେଲିଆ ମହିଳା ଦଳ ୬ ଥର ବିଶ୍ୱକପ୍ ଜିତିଛି।

ଅଷ୍ଟ୍ରେଲିଆ ବ୍ୟତୀତ ଇଂଲଣ୍ଡ, ଓ୍ବେଷ୍ଟ ଇଣ୍ଡିଜ୍ ଏବଂ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏଁ ବିଶ୍ବକପ୍ ଟ୍ରଫି ଜିତିଛନ୍ତି । ସେପଟେ ଭାରତୀୟ ମହିଳା ଦଳ ୨୦୨୬ ଟି-୨୦ ବିଶ୍ୱକପ୍ ବିଜୟୀ ହେବାକୁ ବେଶ ଆଶାବାଦୀ। ଏହା ପୂର୍ବରୁ ୨୦୨୫ ଦିନିକିଆ ବିଶ୍ବକପରେ ଭାରତୀୟ ମହିଳା ଟିମ୍ ବିଜୟୀ ହୋଇଥିଲା । ଉଲ୍ଲେଖନୀୟ ଯେ, ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଦଳରୁ ପ୍ରତୀକା ରାୱଲ ବାଦ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଯସ୍ତିକା ଭାଟିଆ ସ୍ଥାନ ପାଇଛନ୍ତି ।

 

ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ

୧) ହରମାନପ୍ରୀତ କୌର (ଅଧିନାୟକ)

୨) ସ୍ମୃତି ମନ୍ଧାନା (ଉପ-ଅଧିନାୟକ)

୩) ଶେଫାଳୀ ବର୍ମା

୪) ଜେମିମା ରୋଡ୍ରିଗସ୍

୫) ଭାରତୀ ଫୁଲମାଲି

୬) ଦୀପ୍ତି ଶର୍ମା

୭) ରିଚା ଘୋଷ (ଓ୍ବିକେଟ କିପର)

୮) ଶ୍ରୀଚରଣୀ

୯) ଯସ୍ତିକା ଭାଟିଆ (WK)

୧୦)ନନ୍ଦିନୀ ଶର୍ମା

୧୧ )ଅରୁନ୍ଧତୀ ରେଡ୍ଡୀ

୧୨) ରେଣୁକା ଠାକୁର

୧୩) କ୍ରାନ୍ତୀ ଗୌଡ

୧୪) ଶ୍ରେୟଙ୍କା ପାଟିଲ୍

୧୫) ରାଧା ଯାଦବ

ଭାରତୀୟ ଟିମର ମ୍ୟାଚ୍ ସୂଚୀ

ଜୁନ୍ ୧୪: ଭାରତ ବନାମ ପାକିସ୍ତାନ

ଜୁନ୍ ୧୭: ଭାରତ ବନାମ ନେଦରଲ୍ୟାଣ୍ଡ

ଜୁନ୍ ୨୧: ଭାରତ ବନାମ ଦକ୍ଷିଣ ଆଫ୍ରିକା

ଜୁନ୍ ୨୫: ଭାରତ ବନାମ ବାଂଲାଦେଶ

ଜୁନ୍ ୨୮: ଭାରତ ବନାମ ଅଷ୍ଟ୍ରେଲିଆ