ଅହମଦାବାଦଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପଞ୍ଚମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତରେ ପ୍ରଥମେ ବ୍ୟାଟିଂ କରି ବିସ୍ଫୋରକ ଇନିଂସ ଜାରି ରଖିଛି। ଖବର ଲେଖାଯିବା ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୧୩ ଓଭରରେ ୧୩୧ ରନ୍ କରିଛି। ଅଭିଷେକ ଶର୍ମା ୨୧ ବଲ୍‌ରେ ୩୪ ରନ୍ କରିଆଉଟ୍ ହୋଇଥିବା ବେଳେ ସଞ୍ଜୁ ସାମସନ ୨୨ ବଲ୍‌ରେ ୩୭ ରନ୍ କରି ଆଉଟ୍ ହୋଇଛନ୍ତି। ଏଥର ବି ନିରାଶ କରିଛନ୍ତି କ୍ୟାପ୍ଟେନ୍ ସୂର୍ଯ୍ୟ କୁମାର ଯାଦବ। ୧୨ ତମ ଓଭର ପ୍ରଥମ ବଲ୍‌ରେ ସେ ମାତ୍ର ୫ ରନ୍ କରି ଆଉଟ୍ ହୋଇଛନ୍ତି।

ଖବର ଲେଖାଯିବା ସୁଦ୍ଧା ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମା ବ୍ୟାଟିଂ ଜାରି ରଖିଛନ୍ତି। ତେବେ ଏଥର ଭାରତୀୟ ଟିମ୍‌ରେ ବଡ଼ ପରିବର୍ତ୍ତନ କରାଯାଇଛି। ବହୁ ଆଲୋଚନା ସମାଲୋଚନା ପରେ ଶୁଭମନ ଗିଲଙ୍କୁ ଦଳରୁ ବାଦ୍ ଦିଆଯାଇ ସଞ୍ଜୁ ସାମସନଙ୍କୁ ସାମିଲ୍ କରାଯାଇଛି। ସାମସନ ଆଜି ଅଭିଷେକ ଶର୍ମାଙ୍କ ସହିତ ଓପନିଂ କରିବାକୁ ଆସିଥିଲେ। ଯଦିଓ ସାମସନ ପ୍ରଥମ ମ୍ୟାଚ୍ରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି, ତେବେ ଦଳ ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ୩୭ ରନ୍ ଯୋଡ଼ିଥିଲେ।

ଭାରତର ଏକାଦଶ ଟିମ୍: ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ତିଲକ ଭର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ

ଦକ୍ଷିଣ ଆଫ୍ରିକା ଏକାଦଶ ଟିମ୍: କ୍ୱିଣ୍ଟନ୍ ଡି କକ୍, ରେଜା ହେଣ୍ଡ୍ରିକ୍ସ, ଆଡେନ ମାର୍କରମ (ଅଧିନାୟକ), ଡିୱାଲ୍ଡ ବ୍ରେଭିସ୍, ଡେଭିଡ ମିଲର, ଡୋନୋଭାନ ଫେରେରା, ଜର୍ଜ ଲିଣ୍ଡେ, ମାର୍କୋ ୟାନସେନ, କର୍ବିନ ବୋଶ, ଲୁଙ୍ଗି ଏନଗିଡି, ଓଟ୍ଟନିଲ ୱାର୍ଟମ୍ୟାନ୍