ଲଣ୍ଡନ,|୦୬: ସୁପର ସଣ୍ଡେରେ ସୁପର ଫାଇଟ୍ । ମୁହାଁମୁହିଁ ଭାରତ ଏବଂ ପାକିସ୍ତାନ ମହିଳା ଟିମ୍ । ରବିବାର ଟି୨୦ବିଶ୍ୱକପର ଲିଗ୍ ମୁକାବିଲାରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁକାବିଲାଖେଳୁଛନ୍ତି । ଏହି ମ୍ୟାଚ୍ ବମିଂହାମ୍ ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚରେ ଭାରତୀୟ କ୍ୟାପ୍ଟେନ୍ ହରମନପ୍ରୀତ୍ କୌର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନକୁ ପ୍ରଥମେ ଫିଲ୍ଡିଂ କରିବାକୁ ପଡୁଛି ।

ତେବେ ମ୍ୟାଚରେ ନୋ ହ୍ୟାଣ୍ଡସେକ୍ ପଲିସି ଦେଖିବାକୁ ମିଳିଛି । ଟସ୍ ସମୟରେ ଭାରତୀୟ ଅଧିନାୟକ ହରମନପ୍ରୀତ୍ କୌର ପାକିସ୍ତାନୀ କ୍ୟାପ୍ଟେନ୍ ଫାତିମା ସାନାଙ୍କ ସହ ହାତ ମିଳାଇ ନଥିଲେ । ଏହା ପ୍ରଥମ ଥର ନୁହେଁ । ଏହାପୂର୍ବରୁ୨୦୨୫ମହିଳା କ୍ରିକେଟ୍ ବିଶ୍ୱକପରେ ସମାନ ଘଟଣା ଦେଖିବାକୁ ମିଳିଥିଲା । ଦୁଇ ଦେଶର ଖେଳାଳି ହାତ ମିଳାଇ ନଥିଲେ ।

ହରମନପ୍ରୀତଙ୍କ ଜବାବ

ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ହରମନପ୍ରୀତଙ୍କୁ ହ୍ୟାଣ୍ଡସେକ୍ କରିବେ ନା ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସେ କ୍ରିକେଟ ଖେଳିବାକୁ ଆସିଛନ୍ତି । ଆପଣମାନେ ଏପରି ପ୍ରଶ୍ନ କାହିଁକି ପଚାରୁଛନ୍ତି ବୋଲି ପାଲଟା ଜବାବ ଦେଇଥିଲେ । ଯାହା ସୋସିଆଲ ମିଡିଆରେ ଖୁବ୍ଭାଇରାଲ ହେଉଛି । ଏଥିରୁ ଦଳ କେବଳ କ୍ରିକେଟ୍ ଉପରେ ଫୋକସ କରୁଥିବା ଜଣାପଡୁଛି ।

ବିବାଦର ଆରମ୍ଭ

ଏସିଆ କପ୍୨୦୨୫ରୁ ଏହି ବିବାଦ ଆରମ୍ଭ ହୋଇଥିଲା । କାରଣ ପାକିସ୍ତାନ ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିଲା । ଯେଉଁଥିରେ ଅନେକ ସାଧାରଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଯାହା ପରେ ଦୁଇ ଦେଶ ମଧ୍ୟରେ ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏପରିକି ଏସିଆ କପରେ ତତ୍କାଳୀନ ଭାରତୀୟ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ପିସିବି ଅଧ୍ୟକ୍ଷ ମହସିନ୍ ନକଭିଙ୍କଠୁ ଟ୍ରଫି ନେବାକୁ ମନା କରିଦେଇଥିଲେ ।