ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜାରି ରହିଛି । ଏହା ପରେ ଜୁଲାଇ ୧୪ ତାରିଖରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ। ବିସିସିଆଇ ଜୁନ୍ ୨୧ ତାରିଖରେ ଦଳ ଘୋଷଣା କରିଥିଲା। ଆଜି, ଜୁଲାଇ ୩ ତାରିଖରେ ଆୟୋଜକ ଦଳ ୧୬ ଜଣିଆ ଦଳ ଘୋଷଣା କରିଛି । ଟିମ୍‌ର ନେତୃତ୍ୱ ନେବେ ହ୍ୟାରି ବ୍ରୁକ୍ । ଇଂଲଣ୍ଡ ୨୭ ବର୍ଷୀୟ ହ୍ୟାରି ବ୍ରୁକଙ୍କୁ ଦିନିକିଆ ସିରିଜ ପାଇଁ ଦଳର ଅଧିନାୟକ ନିଯୁକ୍ତ କରିଛି। ଗତ ବର୍ଷ ତାଙ୍କୁ ପ୍ରଥମ ଥର ପାଇଁ ଏହି ଦାୟିତ୍ୱ ଦିଆଯାଇଥିଲା। ସସେକ୍ସ ଅଲରାଉଣ୍ଡର ଜେମ୍ସ କୋଲ୍ସଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସ୍ଥାନ ଦିଆଯାଇଛି। ଜୋଶ ଟଙ୍ଗଙ୍କ ପାଖରେ ମଧ୍ୟ ୫୦ ଓଭର ଡେବ୍ୟୁ କରିବାର ସୁଯୋଗ ଅଛି। ସେ ଇଂଲଣ୍ଡ ପାଇଁ ୧୨ଟି ଟେଷ୍ଟ ମ୍ୟାଚ୍ ଖେଳି ୫୭ଟି ୱିକେଟ୍ ନେଇଛନ୍ତି।

ଇଂଲଣ୍ଡ ଦଳ
ହ୍ୟାରି ବ୍ରୁକ୍ (ଅଧିନାୟକ), ରେହାନ ଅହମ୍ମଦ, ଜୋଫ୍ରା ଆର୍ଚର, ଗସ୍ ଆଟକିନସନ୍, ଟମ୍ ବାଣ୍ଟନ୍, ଜାକବ୍ ବେଥେଲ୍, ଜସ୍ ବଟଲର୍, ଜେମ୍ସ କୋଲ୍ସ, ସାମ୍ କରନ୍, ଲିଆମ୍ ଡସନ୍, ବେନ୍ ଡକେଟ, ୱିଲ୍ ଜ୍ୟାକ୍ସ, ସାକିବ୍ ମହମୁଦ୍, ଆଦିଲ୍ ରସିଦ୍, ଜୋ ରୁଟ୍, ଜୋଶ୍ ଟଙ୍ଗ୍।

ଜୁନ୍ ୨୧ରେ ଦଳ ଘୋଷଣା କରିଥିଲା ଭାରତ 
ବିସିସିଆଇ ଜୁନ୍ ୨୧ରେ ODI ସିରିଜ୍ ପାଇଁ ଦଳ ଘୋଷଣା କରିଥିଲା। ବିରାଟ କୋହଲିଙ୍କ ଅଂଶଗ୍ରହଣ ତାଙ୍କ ଫିଟନେସ୍ ଉପରେ ନିର୍ଭର କରିବ। ଜସପ୍ରିତ ବୁମରା ମଧ୍ୟ ୨୦୨୩ ବିଶ୍ୱକପ୍ ଫାଇନାଲ୍ ପରେ ପ୍ରଥମ ଥର ପାଇଁ ODI ଫର୍ମାଟରେ ଖେଳିବେ। ନୀତୀଶ କୁମାର ରେଡ୍ଡୀଙ୍କୁ ମଧ୍ୟ ଚୟନ କରାଯାଇଥିଲା କିନ୍ତୁ ଆଫଗାନିସ୍ତାନ ବିପକ୍ଷ ସିରିଜରେ ସେ ଆହତ ହୋଇଥିଲେ।

ଭାରତୀୟ ଦଳ
ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି *, ଶ୍ରେୟସ୍ ଆୟର୍ (ଉପ-ଅଧିନାୟକ), କେ.ଏଲ୍ ରାହୁଲ (ୱିକେଟ୍ କିପର), ଇଶାନ୍ କିଶନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, କୁଲଦୀପ ଯାଦବ, ଜସପ୍ରୀତ ବୁମରା,  ପ୍ରସିଦ୍ଧ କୃଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂହ, ଗୁରୁନୁର ବରାର୍‌ ।