ନୂଆଦିଲ୍ଲୀ,/୦୯ :ଆୟୋଜକ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଗୁରୁବାର ଖେଳାଯିବ ତୃତୀୟ ଟି-ଟ୍ୱେଣ୍ଟି ମୁକାବିଲା। ପ୍ରଥମ ୨ଟି ମ୍ୟାଚ ଜିତି ସାରିଥିବା ଭାରତ ତୃତୀୟ ବିଜୟ ସହ ସିରିଜ ମୂଳପୋଛ କରିବାକୁ ଲକ୍ଷ୍ୟ ରଖୁଛି। ଅପର ପକ୍ଷରେ ଟେଷ୍ଟ ଓ ଦିନିକିଆ ପରେ ଟି-ଟ୍ୱେଣ୍ଟି ସିରିଜ ହାରି ସାରିଥିବା ଆଫଗାନିସ୍ତାନ ଅନ୍ତତଃ ପକ୍ଷେ ଗୋଟିଏ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ।

ସିରିଜ ଜିତି ସାରିଥିବାରୁ ଗୁରୁବାର ଭାରତ ଉଭୟ ଏକାଦଶ ଓ ରଣନୀତିରେ ପରୀକ୍ଷା ନିରୀକ୍ଷା କରିବା ଏକ ପ୍ରକାର ନିଶ୍ଚିତ । ପ୍ରଥମ ୨ଟି ମ୍ୟାଚରେ ସୁଯୋଗ ପାଇ ନଥିବା ଖେଳାଳିମାନଙ୍କୁ ଏହି ମ୍ୟାଚ ଖେଳିବା ପାଇଁ ସୁଯୋଗ ମିଳିପାରେ। ବିଶେଷ କରି ଉଦୀୟମାନ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦର୍ଶକ ଅପେକ୍ଷା କରି ରହିଛନ୍ତି। ବୈଦ୍ଭବ ଘରୋଇ ମାଟିରେ ଏପର୍ଯ୍ୟନ୍ତ ପଦାର୍ପଣ କରି ନାହାନ୍ତି। ୱାସିଂଟନ ସୁନ୍ଦର ମଧ୍ୟ ଏପର୍ଯ୍ୟନ୍ତ ଖେଳିବାକୁ ସୁଯୋଗ ପାଇ ନାହାନ୍ତି। ଆଜି ସେ ଏକାଦଶକୁ ଫେରିବା ଏକ ପ୍ରକାର ନିଶ୍ଚିତ। ପେସ୍ ବୋଲର ୟଶ ଠାକୁରଙ୍କୁ ମଧ୍ୟ ଖେଳାଇବା ପାଇଁ ଟିମ ମ୍ୟାନେଜମେଣ୍ଟ ଯୋଜନା କରୁଛି।

ଉଭୟ ମ୍ୟାଚରେ ଭାରତ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଅଧିନାୟକ ଶ୍ରେୟାସ ଆୟର କ୍ରମାନ୍ୱୟରେ ୧୧ଟି ମ୍ୟାଚରେ ଟସ ଜିତିଥିଲେ। ଆଜି ଭାରତ ଟସ ଜିତିଲେ ବ୍ୟାଟିଂ ନିଷ୍ପରି ନେଇ ମ୍ୟାଚ ଜିତିବାକୁ ପ୍ରୟାସ କରିବ। ଆଫଗାନିସ୍ତାନ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରିବା ଆଶା କରାଯାଉଛି। ଫର୍ମରେ ରହିଥିବା ଅଜମତୁଲ୍ଲା ଓମାରଜାଇଙ୍କୁ ଆଗୁଆ ବ୍ୟାଟିଂ ପଠାଇବାକୁ ଟିମ୍ ମ୍ୟାନେଜମେଣ୍ଟ ଚିନ୍ତା କରୁଛି। ପେସ୍ ବୋଲିଂ ବିଭାଗରେ ମଧ୍ଯ ପରିବର୍ତ୍ତନ ସମ୍ଭାବନା ରହିଛି। ମଜିବଉର-ରେହମାନ ଓ ନୂର ଅହମ୍ମଦଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦେଇ ଏହି ସ୍ଥାନରେ ପେସ୍ ବୋଲର ଅବଦୁଲ୍ଲା ଅହମଦଜାଇଙ୍କୁ ଖେଳାଇବାକୁ ଯୋଜନା କରାଯାଇଛି। ସେହିପରି ନବୀନ-ଉଲ-ହକ୍ ଫିଟ୍ ଘୋଷିତ ହେଲେ ଫଜଲହକ୍ ଫାରୁକିଙ୍କ ସ୍ଥାନରେ ଖେଳିବେ।

Also Read :- ବାତ୍ୟା ନେଇ ଘରୋଇ ସଂସ୍ଥା ଆକଳନ କରୁଛନ୍ତି, ସରକାର ପୁରା ପ୍ରସ୍ତୁତ ଅଛନ୍ତି

ଅରୁଣ ଜେଟଲି ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ପିଚ୍ ସ୍ପିନରଙ୍କୁ ସହାୟତା କରିବ। ପ୍ରଥମ ମ୍ୟାଚରେ ମଧ୍ୟ ସ୍ପିନରମାନେ ପିଚରଭ ରପୁର ଫାଇଦା ଉଠାଇଥିଲେ। ଉଭୟ ଦଳ ନିକଟରେ ଶ୍ରେଷ୍ଠ ସ୍ପିନର ରହିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିବ। ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ।