ମୁମ୍ବାଇ : ପ୍ରାୟ ୧୦ ବର୍ଷର ଲମ୍ବା ବିରତି ପରେ ବଲିଉଡ୍ ଅଭିନେତା ଇମ୍ରାନ ଖାନ ପୁଣିଥରେ ପରଦାକୁ ଫେରୁଛନ୍ତି। ନିଜ କମବ୍ୟାକକୁ ନେଇ ଇମ୍ରାନ ନିଜେ ସୋସିଆଲ ମିଡ଼ିଆ ମାଧ୍ୟମରେ ସେୟାର କରିଛନ୍ତି । ତାଙ୍କର ନୂଆ ଫିଲ୍ମ ‘ଅଧୂରେ ହମ୍ ଅଧୂରେ ତୁମ୍’ ବର୍ତ୍ତମାନ ପୋଷ୍ଟ-ପ୍ରୋଡକ୍ସନ୍ ପର୍ଯ୍ୟାୟରେ ରହିଛି ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ନେଟଫ୍ଲିକ୍ସରେ ମୁକ୍ତି ପାଇବାର ସମ୍ଭାବନା ରହିଛି।

ଇମ୍ରାନ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ କମବ୍ୟାକ୍ର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ନୂଆ ଫିଲ୍ମ ‘ଅଧୂରେ ହମ୍ ଅଧୂରେ ତୁମ୍’ ବର୍ତ୍ତମାନ ପୋଷ୍ଟ-ପ୍ରୋଡକ୍ସନ୍ ପର୍ଯ୍ୟାୟରେ ରହିଛି। ଫିଲ୍ମଟି ଏକ ରୋମାଣ୍ଟିକ୍-ଡ୍ରାମା ହୋଇଥିବା ବେଳେ, ଚଳିତ ବର୍ଷ ଶେଷ ସୁଦ୍ଧା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତି ପାଇବାର ସମ୍ଭାବନା ରହିଛି। ଏହି ଫିଲ୍ମରେ ଇମ୍ରାନଙ୍କ ସହ ଭୂମି ପେଡନେକର ଓ ଗୁରଫତେହ ପିରଜାଦା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଡାନିଶ ଆସଲମ୍, ଯିଏ ପୂର୍ବରୁ ଇମ୍ରାନଙ୍କ ସହ 'Break Ke Baad' ଫିଲ୍ମରେ କାମ କରିଥିଲେ।

ଇମ୍ରାନ କହିଛନ୍ତି ଯେ, ଏହି ଫିଲ୍ମଟି ତାଙ୍କ ବର୍ତ୍ତମାନ ବୟସ୍ ଓ ଜୀବନ ଅନୁଭବ ସହ ମେଳ ଖାଉଥିବା ଏକ ପରିପକ୍ୱ ରୋମାଣ୍ଟିକ୍ କମେଡି। ଦୀର୍ଘ ବିରତି ପରେ ଏହି କମବ୍ୟାକ୍କୁ ନେଇ ସେ ବେଶ୍ ଉତ୍ସାହିତ ଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ, ଇମ୍ରାନ ଖାନ ଶେଷଥର ପାଇଁ ୨୦୧୫ ମସିହାର ‘କଟ୍ଟି ବଟ୍ଟି’ ଫିଲ୍ମରେ ନଜର ଆସିଥିଲେ। ଏବେ ପ୍ରାୟ ଏକ ଦଶକ ପରେ ତାଙ୍କର କମବ୍ୟାକକୁ ନେଇ ଫ୍ୟାନ୍ସମାନେ ବହୁତ ଉତ୍ସାହିତ ଅଛନ୍ତି । ଦୀର୍ଘ ବିରତି ପରେ ଇମ୍ରାନଙ୍କ କମବ୍ୟାକକୁ ନେଇ ବଲିଉଡ୍ରେ ଚର୍ଚ୍ଚାର ବିଷୟ ପାଲଟିଛି। ସମସ୍ତଙ୍କ ନଜର ଏବେ ଇମ୍ରାନଙ୍କ ଫିଲ୍ମ ଉପରେ, ଯାହା ବକ୍ସ ଅଫିସ୍ ନୁହେଁ ବରଂ ଓଟିଟିରେ ରିଲିଜ ହେବାକୁ ପ୍ରସ୍ତୁତ।