ଭୁବନେଶ୍ୱର: ତାତିରେ ଛଟପଟ ହେଉଛି ଓଡ଼ିଶା। ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ଅଣନିଶ୍ବାସୀ ରାଜ୍ୟବାସୀ । ପଶ୍ଚିମରୁ ଉପକୂଳ ସବୁଠି ଭୀଷଣ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗଳିରେ ଆକ୍ତାମାକ୍ତା ଲୋକେ । ୨୭ ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ ଗ୍ରୀଷ୍ମ ପ୍ରକୋପ। ତା ପୂର୍ବରୁ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ। ।

ଗୁରୁବାର ୪୫ ଡିଗ୍ରୀ ଉପରେ ଝାରସୁଗୁଡ଼ା ରହିଥିବାବେଳେ ୪୪ ଡିଗ୍ରୀ ପାର୍ କରିଥିଲା ୬ ସହର । ଆଗକୁ ତାପମାତ୍ରା ଆହୁରି ୨ ଡିଗ୍ରୀ ବଢ଼ିପାରେ। ଠିକ୍‌ ଏହି ସମୟରେ ବଡ଼ ଆଶ୍ୱସ୍ତ ଦେଇଛି ଭାରତୀୟ ପାଣିପାଗ ବିଭାଗର ଆକଳନ।

​​​​​​​ସେପଟେ ହିଟ୍ ୱେଭ ସ୍ଥିତି ପାଇଁ ଆସନ୍ତା ୨୪ ଘଂଟାରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଳାକୁ ଅରେଞ୍ଜ ୱାର୍ନିଂ ଜାରୀ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ କାଳବୈଶାଖୀ ପ୍ରଭାଵ ମଧ୍ଯ ଥିବା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର ଓ କଟକିକୁ ୟେଲୋ ୱାର୍ଣି ଜା କରିଛି ଵିଭାଗ । 

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା।  ପରେ ପରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ପ୍ରଭାବରେ ରାଜ୍ୟରେ ଅଧିକ ରହିବ କାଳବୈଶାଖୀର ପ୍ରଭାବ। ଏନେଇ ଭାରତୀୟ ପାଣିପାଗ ବିଭାଗ(IMD) ଆକଳନ କରିଛି।