ଭୁବନେଶ୍ବର ୨୭।୫: ଏଣିକି ଲାଞ୍ଚ ନେଲେ ଆଉ ନିସ୍ତାର ନାହିଁ । ଲାଞ୍ଚ ନେଇ ଧରାପଡିଲେ ଉପରୁ ତଳ ସବୁଠି ହେବ ଧରପଗଡ଼ । ଦୁର୍ନୀତି ଖୋର ବାବୁଙ୍କୁ ନେଇ କଡ଼ା ଆଭିମୁଖ୍ୟ ନେଲା ଗ୍ରାମ୍ୟ ଉନ୍ନୟନ ବିଭାଗ । ଅଧସ୍ତନ କର୍ମଚାରୀ ଭିଜିଲାନ୍ସରେ ଧରା ପଡ଼ିଲେ ଉତ୍ତରଦାୟୀ ରହିବେ ଉପରିସ୍ଥ ଅଧିକାରୀ

ଗତ ୧୭ ତାରିଖରେ ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ୩୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ । ଏହି ଘଟଣାକୁ ନେଇ ଗ୍ରାମୀଣ ଉନ୍ନୟନ ବିଭାଗରେ ତୀବ୍ର ଚର୍ଚ୍ଚା ଚାଲିଛି । ସମଗ୍ର ବିଭାଗ ପାଇଁ ଲଜ୍ଜାଜନକ ବୋଲି ଦର୍ଶାଇ ବିଭାଗ ପକ୍ଷରୁ କଠୋର ମନୋଭାବ ଗ୍ରହଣ କରାଯାଇଛି ।

​​​​​​​Also Read:- ମୁଁ ବାହାଦୁରି ମାରିବିନି, ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ହେଲେ ରାଜ୍ୟସଭା ଯିବି

ଆଗାମୀ ଦିନରେ ଏଭଳି ଘଟଣା ପୁନରାବୃତ୍ତି ହେଲେ ସମ୍ପୃକ୍ତ ସର୍କଲ ଓ ଡିଭିଜନ ମୁଖ୍ୟଙ୍କ ଉପରେ ସିଧାସଳଖ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବ ବୋଲି ସତର୍କ କରାଯାଇଛି । ଏନେଇ ବିଭାଗ ତରଫରୁ ଯନ୍ତ୍ରୀ ମୁଖ୍ୟ-୧ ଓ ଯନ୍ତ୍ରୀ ମୁଖ୍ୟ-୨, ମୁଖ୍ୟ ଯନ୍ତ୍ରୀ(କୋଠା ଏବଂ ସେତୁ), ମୁଖ୍ୟ ଯନ୍ତ୍ରୀ(ରାସ୍ତା), ମୁଖ୍ୟ ଯନ୍ତ୍ରୀ (ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା) ଏବଂ ମୁଖ୍ୟ ଯନ୍ତ୍ରୀ( ଡିଜାଇନ୍ ଏବଂ କ୍ୱାଲିଟି କଣ୍ଟ୍ରୋଲ)ଙ୍କୁ ଚିଠି କରାଯାଇଛି ।